ରାତିରେ ଭାତ ନୁହେଁ, ରୁଟି ଦିଅ

ଅନୁଗୋଳ ଅଫିସ, ୧୫।୫ – ସଙ୍ଗରୋଧ କେନ୍ଦ୍ରରେ କିପରି ଖାଦ୍ୟ ଦିଆଯିବ ସେ ନେଇ ସରକାରଙ୍କ ଗାଇଡ୍‌ଲାଇନ୍‌ ରହିଛି। ହେଲେ ଅନୁଗୋଳ ସହରର ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୨୭ ପ୍ରବାସୀ ରାତିରେ ଭାତ ବଦଳରେ ରୁଟି ଦେବାକୁ ଦାବିକରି ପୌର ପ୍ରଶାସନକୁ ନାଲି ଆଖି ଦେଖାଇଥିବା ସୂଚନା ମିଳିଛି। ଏପରି କି ରୁଟି ନ ମିଳିଲେ ରାତିରେ ଖାଇବୁ ନାହିଁ ବୋଲି ପ୍ରବାସୀମାନେ ରୋକ୍‌ଠୋକ୍‌ କହିବା ପରେ ବାଧ୍ୟହୋଇ ପ୍ରଶାସନ ଦୁଇଦିନ ହେଲା ସେମାନଙ୍କୁ ରାତିରେ ରୁଟି ପରଷୁଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଅନୁଗୋଳ ଟାଉନ ହାଇସ୍କୁଲ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ୮ ଜଣ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯ ଜଣ ପ୍ରବାସୀ ଅଛନ୍ତି। ସରକାରଙ୍କ ନିୟମାବଳୀ ଅନୁଯାୟୀ ସେମାନଙ୍କୁ ଦିନକୁ ୪ଥର ଖାଦ୍ୟ ଦିଆଯାଉଛି। କିନ୍ତୁ ଗତ ଦୁଇ ଦିନ ହେଲା ରାତି ଖାଦ୍ୟକୁ ନେଇ ସେମାନେ ସଙ୍ଗରୋଧ କେନ୍ଦ୍ରରେ ହୋହଲ୍ଲା କରିଥିଲେ। ରାତିରେ ଭାତ ଦିଆ ନ ଯାଇ ରୁଟି ଦେବାକୁ ସେମାନେ ଅଡି ବସିଥିଲେ। ଏ ସର୍ମ୍ପକରେ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ସରକାରଙ୍କ ନିୟମାବଳୀ ଅନୁଯାୟୀ ପ୍ରବାସୀଙ୍କୁ ସକାଳେ ଚୁଡ଼ା, ଉପମା, ସିମେଇ, ମଧ୍ୟାହ୍ନରେ ଭାତ, ଡାଲମା ସହ ନିରାମିଷ ଓ ସପ୍ତାହକୁ ଦୁଇ ଦିନ ଆମିଷ, ସନ୍ଧ୍ୟାରେ ଚା ସାଙ୍ଗକୁ ମୁଢ଼ି, ମିକ୍ସଚର ଆଦି ଦିଆଯାଉଛି। ରାତିରେ ଭାତ, ଡାଲି ସହ ବିଭିନ୍ନ ପନିପରିବା ତାରକାରି, ଭଜା, ଖଟା ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଅଛି। ଏହାକୁ ଠିକ୍‌ ଭାବେ ପାଳନ କରାଯାଉଛି। କିନ୍ତୁ ଦୁଇ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନେ ରାତିରେ ଭାତ ଖାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସେଥିପାଇଁ ଦୁଇ ଦିନ ହେଲା ରାତ୍ରି ସମୟରେ ରୁଟି ଦିଆଯାଉଛି ବୋଲି ପୌର ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ଶଗଡ଼କୁ ଧକ୍କା ଦେଇ ଫେରାର ଥିବା ହାଇୱା ଚାଳକ ଶେଷରେ ଗିରଫ; ସାନଖେମୁଣ୍ଡି କୋର୍ଟକୁ ପଠାଇଲା ପୋଲିସ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନର…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri