Posted inଖେଳ

ରାଞ୍ଚି ଟେଷ୍ଟ ହାତେଇ ୩-୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ରାଞ୍ଚି,୨୨।୧୦: ଆଉ ଏକ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ଝାଡଖଣ୍ଡ କ୍ରିକେଟ ଆସୋସିଏସନ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତ ଭ୍ରମଣକାରୀ ଦଳକୁ ଇନିଂଶ ଏବଂ ୨୦୨ ରନ୍‌ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଇନିଂସ ପରାଜୟ ଭୋଗିଛି। ଭାରତର ପ୍ରଥମ ଇନିଂଶ ୪୯୭/୯ ରନ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରି ଅଲଆଉଟ ହୋଇଛି। ଟିମ ଇଣ୍ଡିଆ କ୍ୟାପଟେନ କୋହଲି ପୁଣି ବ୍ୟାଟିଂ ନକରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକା ସମଦଶା ଭୋଗିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୮ ଉଇକେଟ ବିନିମୟରେ ୧୩୨ ରନ କରି ନିଶ୍ଚିତ ପରାଜୟ ନିକଟତର ହୋଇଥିଲା। ଚତୁର୍ଥ ଦିନରେ ଭାରତକୁ ମ୍ୟାଚ ଜିତିବା ପାଇଁ ୨ ଉଇକେଟ ଆବଶ୍ୟକ ଥିଲା। ମାତ୍ର ୧୨ଟି ବଲ୍‌ ଭିତରେ ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍‌ ଯୋଡି ୨ ଉଇକେଟ ହରାଇଥିଲା। ଫଳରେ ଭାରତ ସିରିଜକୁ ୩-୦ରେ କ୍ଲିନସୁଇପ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୃଢ଼ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ, ୬।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଓପନର୍‌ ଡୋମିନିକ...

ଇତିହାସ ରଚିଲେ ରୁଟ୍‌: ୩୮ ବର୍ଷ ପରେ କଲେ ଏମିତି କାରନାମା

ଅହମ୍ମଦାବାଦ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଘରୋଇ ଦଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୪୫ ରନ...

ଟିମ୍‌ ଇଣ୍ଡିଆ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଦଳ କହିଲେ ପ୍ରାକ୍ତନ ଖେଳାଳି

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ...

ଜାଭୋନାରେଭା-ସିଗ୍‌ମଣ୍ଡ ଚାମ୍ପିୟନ

ନ୍ୟୁୟର୍କ,୧୩।୯(ଏପି): ୟୁଏସ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଭେରା ଜାଭୋନାରେଭା ଓ ଲଉରା ସିଗ୍‌ମଣ୍ଡ ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଣସିଡ୍‌...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଇଂଲଣ୍ଡ, ଜର୍ମାନୀ, ସ୍ପେନ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ଦେଶର ୫ଟି ସ୍ଥାନରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଇଂଲଣ୍ଡ,...

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି

ମୁମ୍ବାଇ, ୨୮ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ପୃଥିବୀ,...

କୋହଲିଙ୍କ ଭବିଷ୍ୟତକୁ ନେଇ ସେହ୍ବାଗ କହିଲେ ବଡ଼ କଥା; ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୧୦।୧୧: ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ ଛାଡ଼ିବା ଉଚିତ ନୁହେଁ। ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗ। ଫେସବୁକ...

ଅର୍ଜୁନ ପୁରସ୍କାର ପାଇଁ କେଉଁ ଖେଳାଳି ଦାଖଲ କରିଛନ୍ତି ନୋମିନେଶନ, ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୨୯ରେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଅବସରରେ ରବିବାର ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ...

Advertisement
Archives

Model This Week