ରାଜ୍ୟ ସରକାରଙ୍କ ୬ ମାସିଆ ରଣକୌଶଳ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନାକୁ ନେଇ ଏବେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଭିଡ୍‌ ୧୯ ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଜାରି ରହିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଆସନ୍ତା ୬ମାସ ପର୍ଯ୍ୟନ୍ତ ଆମକୁ ଏପରି ପ୍ରସ୍ତୁତି ବଜାୟ ରଖିବାକୁ ପଡ଼ିବ ବୋଲି ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ତଥା କରୋନା ଭୂତାଣୁ ସଂକ୍ରମଣ ସଚେତନତା ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ରବିବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି, ଜନସାଧାରଣ ଚର୍ଚ୍ଚା, ରହସ୍ୟ ଓ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ପ୍ରତିଦିନ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ସମୀକ୍ଷା କରାଯାଇ ଅପରାହ୍ନ ୪ଟା ୩୦ରେ ଗଣମାଧ୍ୟମକୁ ସୂଚନା ଦିଆଯିବ। ୨୪ ଘଣ୍ଟାରେ ଘଟିଥିବା ବିଶ୍ୱ, ଦେଶ ଓ ରାଜ୍ୟର ବିବରଣୀ ପ୍ରଦାନ କରାଯିବ। ସରକାର କ’ଣ ସମୀକ୍ଷା କରିଛନ୍ତି ଓ କି ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଅବଗତ କରାଯିବ। କିନ୍ତୁ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ବ୍ୟତିବ୍ୟସ୍ତ ନ ହୋଇ ସର୍ବଦା ଶାନ୍ତ ଓ ସଚେତନ ରହିବା ଆବଶ୍ୟକ। ନେତୃତ୍ୱର ସହ ଦୃଢ଼ ପଦକ୍ଷେପ ନେଇ ସମ୍ଭାବ୍ୟ ସଂକ୍ରମଣକୁ ମୁକାବିଲା କରିବାକୁ ହେବ। ପ୍ରଥମେ ପରିବାରରେ ମାତାପିତାଙ୍କଠାରୁ ସ୍ବଚ୍ଛତା ଆରମ୍ଭ ହେବା ଜରୁରୀ। ପିଲାମାନେ ସେମାନଙ୍କଠାରୁ ହାତ ପରିଷ୍କାର କରିବା ସହ ସତର୍କତା ଅବଲମ୍ବନ କରିବାକୁ ଶିଖିବେ। ହାତ, ମୁହଁ, ନାକ ଓ ଆଖିକୁ ସ୍ପର୍ଶ କରନ୍ତୁ ନାହିଁ। କାଶ, ଛିଙ୍କ ବା ଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ୧୪ ଦିନ ପର୍ଯ୍ୟନ୍ତ ନିଜକୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ। ତଥ୍ୟ ଅନୁସାରେ, ଏହି ଭୂତାଣୁ ପବନରେ ୩ ଘଣ୍ଟା ବଞ୍ଚତ୍ ରହିପାରେ। ତମ୍ବା ଧାତୁରେ ୩ ଘଣ୍ଟା ୩୦ ମିନିଟ, କାର୍ଡବୋର୍ଡରେ ୯ ଘଣ୍ଟା, ଲୁହାରେ ୧୩ ଘଣ୍ଟା, ପ୍ଲାଷ୍ଟିକ୍‌ରେ ୧୬ ଘଣ୍ଟା ପର୍ଯ୍ୟନ୍ତ ରହିପାରେ। କିନ୍ତୁ ଆମ୍ଭେମାନେ କୌଣସି ପ୍ରକାର ଛାନିଆ ନ ହୋଇ ପରିସ୍ଥିତି ପ୍ରତି ତୀକ୍ଷ୍‌ଣ ନଜର ରଖି ମୁକାବିଲା କରିବା ଆବଶ୍ୟକ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତତଃ ୬ ମାସର ପ୍ରସ୍ତୁତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ କରୋନା ସଂକ୍ରମଣରେ କେହି ରୋଗ ସମ୍ପର୍କରେ ଲୁଚାନ୍ତୁ ନାହିଁ। ଫଳରେ ରୋଗୀର ଚିକିତ୍ସା ହେବା ସହିତ ସଂକ୍ରମଣ ରୋକିହେବ। ସେହିଭଳି ଯଥା ସମ୍ଭବ କମ୍‌ ସଂଖ୍ୟାରେ ଧାର୍ମିକ ସ୍ଥଳକୁ ଯାଆନ୍ତୁ। ସରକାରୀ ବସ୍‌ଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଇଥିବାବେଳେ ବେସରକାରୀ ବସ୍‌ଗୁଡ଼ିକୁ ମଧ୍ୟ ଅବଗତ କରାଯାଇଛି। ଓଡ଼ିଶାରେ ଅଦ୍ୟାବଧି କୌଣସି କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ପରୀକ୍ଷଣ ହୋଇଥିବା ସମସ୍ତ ୨୨ଟି ରକ୍ତ ଓ ସ୍ବାବ୍‌ ନମୁନା କରୋନା ନେଗେଟିଭ୍‌ ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଆଉ ୮ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୁଖ୍ୟ ଶାସନ ସଚିବ ୩୦ ଜିଲାର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଉଚ୍ଚସ୍ତରୀୟ ମେଡିକାଲ କମିଟି ଗଠନ କରାଯାଇ ପୂରା ସ୍ଥିତି ଉପରେ ନଜର ରଖାଯାଇଥିବା ବାଗ୍‌ଚୀ କହିଛନ୍ତି।
ଖବରଦାତା ସମ୍ମିଳନୀରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌, ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ର, ଡିଏମ୍‌ଇଟି ପ୍ରଫେସର ଡା. ସି.ବି.କେ ମହାନ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ କମିଶନର ସଞ୍ଜୟ କୁମାର ସିଂ କରୋନା ଭାଇରସ୍‌ ସଂକ୍ରମଣ ରୋକିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri