ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା, ସଚିବାଳୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମହାସଂଘର ଅନୁରୋଧ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନତା ସାଙ୍ଗକୁ ପ୍ରତିରୋଧ କରିବା ପାଇଁ ନେଇଥିବା ପଦକ୍ଷେପକୁ ସଚିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ଏଥି ସହ ସଚିବାଳୟ କର୍ମଚାରୀ ଏବଂ ଅଫିସରଙ୍କ ପାଇଁ ଆଉ କେତେକ ସାବଧାନତା ମୂଳକ ପଦକ୍ଷେପ ନେବାକୁ ମହାସଂଘ ସରକାରଙ୍କୁ ଅନୁରୋଧ କରିଛି। ସଚିବାଳୟର ସମସ୍ତ ବର୍ଗର କର୍ମଚାରୀଙ୍କ ବ୍ୟବହାର ପାଇଁ ଶୁଦ୍ଧ ପିଇବା ପାଣି, ସାନିଟାଇଜର, ଟିସୁ ପେପର ଓ ମାସ୍କ ମାଗଣାରେ ଯୋଗାଇଦେବାକୁ ମହାସଂଘ ଅନୁରୋଧ କରିଛି। ଏହାଛଡ଼ା ସଚିବାଳୟ ପରିସରରେ ଥିବା ଚା’ ଦୋକାନ, ଜଳଖିଆ ଦୋକାନ ଓ ହୋଟେଲ ସବୁ ଯେପରି ଗରମ, ତଟକା, ପ୍ୟାକେଟ ଖାଦ୍ୟ ପରସନ୍ତି ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଛି। କାଚ ଗ୍ଲାସ୍‌ ବା ଅନ୍ୟାନ୍ୟ ଧାତୁ ନିର୍ମିତ ଗ୍ଲାସ ବ୍ୟବହାର ଉପରେ କଟକଣା କରିବା ସହିତ କାଗଜ ନିର୍ମିତ ଗ୍ଲାସ ଓ ପ୍ଲେଟ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। କର୍ମଚାରୀମାନେ ବସୁଥିବା ସ୍ଥାନ ଓ ପରିଶ୍ରାଗାରକୁ ଭଲ ଭାବରେ ଓ ବାରମ୍ବାର ବିଶୋଧନ କରିବା ଏବଂ ସଚିବାଳୟ ପରିସରକୁ ସଫାସୁତରା ରଖିବା ସାଙ୍ଗକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବାକୁ ମହାସଂଘ ପ୍ରସ୍ତାବ ୍‌ଦେଇଛି। ଏଥିସହିତ ସଚିବାଳୟକୁ ଆସୁଥିବା ଅଣକର୍ମଚାରୀଙ୍କ ସଂଖ୍ୟାକୁ ଯଥା ସମ୍ଭବ କମ୍‌ କରିବା ସାଙ୍ଗକୁ ସେମାନଙ୍କ ଯାତାୟତ ଉପରେ ନିୟନ୍ତ୍ରଣ ରଖିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ସବୁ ଯୋଜନା ପାଇଁ ଡିବିଟି

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଏଣିକି ସବୁ ଯୋଜନାରେ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବେ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି...

୧୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ବୌଦ୍ଧ,୧୯।୯(ସ୍ବ.ପ୍ର): ବୌଦ୍ଧ ଜିଲା ଶିକ୍ଷା ବିଭାଗ ଏକ ପ୍ରକାର ଅବ୍ୟବସ୍ଥା ଘେରରେ ରହିଛି। ଜିଲାରେ ବହୁ ଶିକ୍ଷୟତ୍ରୀ ଶିକ୍ଷକ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି।...

ଦୁଇଦିନ ପ୍ରବଳ ବର୍ଷା : ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର, ୧୨ା୮(ବ୍ୟୁରୋ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସୋମବାର ସକାଳେ ଏହା ଲଘୁଚାପର ରୂପ ନେବ। ପ୍ରଭାବରେ ରବିବାରଠାରୁ ରାଜ୍ୟର ବିଭିନ୍ନ...

କବିତା ଜଲାନ୍‌ ସିଭିଲ୍‌ ଆଭିଏଶନ ଡିଡିଜି

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ କବିତା ଜଲାନ୍‌ଙ୍କୁ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ୍‌ (ବେସାମରିକ ଜାହାଜ ଚଳାଚଳ) ଡିଡିଜି ଭାବେ ନୂଆ ନିଯୁକ୍ତି ମିଳିଛି। ସେ...

ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧ା୮: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ଚିଲିକା ବିଧାୟକ

କଟକ ଅଫିସ,୧୩।୧୦:ବାଲୁଗଁ। ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ମାଡ଼ମାରିବା ଘଟଣାରେ ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ...

ଜୀବନସାଥୀ ଖୋଜି ଯୁବତୀ ହରାଇଲେ ୩ ଲକ୍ଷ

ଭୁବନେଶ୍ୱର,୬ା୬(ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଗଙ୍ଗନଗରର ଜଣେ ଯୁବତୀ ମାଟ୍ରିମୋନିଆଲ ସାଇଟ୍‌ରେ ଜୀବନସାଥୀ ଖୋଜି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୭ା୧୨: ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ। ଛତିଶା ନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ କି ପ୍ୟାଡ ଫୋନ୍‌...

Advertisement
Archives

Model This Week