ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାର କେତେକ ପ୍ରମୁଖ ପରିଷଦ ଗୁଡ଼ିକର ପୁନର୍ଗଠନ କରିବାକୁ ଯାଉଛନ୍ତି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ରାଜ୍ୟ ଯୋଜନା ବୋର୍ଡ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ପୁନର୍ଗଠନ ନେଇ ଚର୍ଚ୍ଚା ହେଉଛି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ବିଷ୍ଣୁଚରଣ ଦାସ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାୟକ। ପ୍ରାୟତଃ ଯୋଜନା ବୋର୍ଡରେ ବିଧାୟକଙ୍କୁ ଉପାଧ୍ୟକ୍ଷ କରାଯାଇ ନ ଥାଏ। ତେଣୁ ନୂଆ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି। ସେହିପରି ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଥିବା କିଶୋର ମହାନ୍ତି ବ୍ରଜରାଜନଗର ବିଧାୟକ ହୋଇଥିବାରୁ ଏହି ପଦରେ ବି ପରିବର୍ତ୍ତନ ହେବାକୁ ଯାଉଥିବା କୁହାଯାଉଛି।
୨୦୧୪ରେ ଏନ୍ଡିଏ କେନ୍ଦ୍ରରେ ସରକାରକୁ ଆସିବା ପରେ ଯୋଜନା କମିଶନକୁ ପରିବର୍ତ୍ତନ କରାଯାଇ ନୀତି ଆୟୋଗ କରାଯାଇଥିଲା। ତେଣୁ କେନ୍ଦ୍ର ପରି ରାଜ୍ୟରେ ପୁନର୍ଗଠନ ନେଇ ଆଲୋଚନା ଜୋର ଧରିଥିଲା। ହେଲେ ରାଜ୍ୟ ସରକାର ଏହି ଯୋଜନା ବୋର୍ଡରେ କୌଣସି ପରିବର୍ତ୍ତନ କିମ୍ବା ପୁନର୍ଗଠନ କରିନାହାନ୍ତି। ବିଧାନସଭା ଅଧିବେଶନ ସମୟରେ ବୋର୍ଡ ବୈଠକ ଶେଷ ଥର କେବେ ବସିଥିଲା, ସେ ନେଇ ପ୍ରଶ୍ନ ଆସିଥାଏ। ସବୁ ସମୟରେ ଦୀର୍ଘଦିନ ଧରି ବୈଠକ ବସି ନ ଥିବା ଉତ୍ତର ଆସିଥାଏ। ଏଥିପାଇଁ ବିରୋଧୀ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ତେଣୁ ରାଜ୍ୟ ସରକାର ବୋର୍ଡର ପୁନର୍ଗଠନ ସହ କ୍ରିୟାଶୀଳ କରି ବିରୋଧୀଙ୍କୁ ଚୁପ୍ କରିବାକୁ ଚାହଁୁଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଫ୍ଲାଗଶିପ୍ରେ ଥିବା କେତେକ ନିର୍ଦ୍ଦିଷ୍ଟ ଯୋଜନାର କାର୍ଯ୍ୟାନ୍ବୟନ(ମନିଟରିଂ) କରିବାକୁ ଚିନ୍ତା କରାଯାଉଛି। ବିଶେଷଭାବେ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ସମ୍ପର୍କିତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ସବୁ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ କରାଯାଇଥିବା ୫-ଟି ମନ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହେଉଛି। ବୋର୍ଡ କେବେ ପୁନର୍ଗଠିତ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହେଲେ ନିକଟରେ ସମସ୍ତ ଜିଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇ ସାରିଥିବାରୁ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ସହ ଏହାର ଉପାଧ୍ୟକ୍ଷଙ୍କ ନାମ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଆଗାମୀ ଦିନରେ ଯୋଜନା ବୋର୍ଡ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେହିପରି ଡବ୍ଲ୍ୟୁଓଡିସିରେ ନୂଆ ଅଧ୍ୟକ୍ଷ ଏବଂ କେତେଜଣ ନୂଆ ସଦସ୍ୟଙ୍କୁ ନିଆଯାଇପାରେ ବୋଲି ଜଣାପଡ଼ିଛି।
ହେଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ବୋର୍ଡ ଏବଂ ପରିଷଦକୁ ଏକ ଥଇଥାନ କେନ୍ଦ୍ର ବୋଲି କହିଛନ୍ତି। ସୁରେଶ କହିଛନ୍ତି ଯେ, ସରକାରୀ ଦଳର ଯେଉଁମାନେ ବିଧାୟକ, ଏମ୍ପି, ମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ହେବାରୁ ବଞ୍ଚିତ ହେଲେ, ସେହିମାନଙ୍କୁ ଥଇଥାନ କରିବା ପାଇଁ ଏହା କରାଯାଉଛି। ଏଥିରେ କୌଣସି ନୂତନତ୍ୱ ନାହିଁ। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ସରକାରୀ ଅନୁଷ୍ଠାନଗୁଡ଼ିକୁ ପଙ୍ଗୁ କରି ଦିଆଯାଉଛି। ତୃଣମୂଳରୁ ରାଜ୍ୟସ୍ତର ଯାଏ ଯୋଜନା ପ୍ରଣୟନରେ ଲୋକଙ୍କ ଭୂମିକା ରହୁନି। ତୃତୀୟ ମହଲାର ନିର୍ଦ୍ଦେଶକୁ ସମସ୍ତଙ୍କ ଉପରେ ଲଦି ଦିଆଯାଉଛି। ଦୀର୍ଘଦିନର ଦାବି ସତ୍ତ୍ୱେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ସେହି ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇ ପାରିଲା ନାହିଁ, ତେଣୁ ଏହି ସଂସ୍ଥାଗୁଡ଼ିକ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ କରାଯାଇଛି।
ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,
କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…
ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…
ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ? କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…
ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ
ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…
ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ
କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…
ଟ୍ରେସ୍ ମ୍ୟାପ୍ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…
କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍ଆଇ)…
ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍; ଚାଲିଗଲା ୨ ଜୀବନ, ୩ ଜଣ…
ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ…
ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…
ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…
କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……
Archives

