ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ବଚ୍ଛତାକୁ ନେଇ ପ୍ରଯୋଜକମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକୃତପକ୍ଷେ ବିଗତ ଦିନର ପୁରସ୍କାର ବେଳେ କଳାକାର, ଟେକ୍ନିସିଆନ, ପ୍ରଯୋଜକ, ନିର୍ଦ୍ଦେଶକମାନେ ନିଷ୍ପତ୍ତିକୁ ସ୍ବାଗତ କରୁଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ପ୍ରାୟତଃ ନୀତିନିୟମକୁ ଆଧାରକରି ହୋଇଥାଏ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୪ ବର୍ଷ ଅର୍ଥାତ୍‌ ୧୯୯୯ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ଦିଆଯାଇ ନ ଥିଲା। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଜୁରିମାନଙ୍କର ନିଷ୍ପତ୍ତି ଗଠନମୂଳକ ହେବା ସହ ସେଥିରେ ସ୍ବଚ୍ଛତା ରହିବା ନିହାତି ଆବଶ୍ୟକ। ଜାତୀୟ ପୁରସ୍କାରରେ ଗୋଟିଏ ବର୍ଷ ଜୁରିରେ ଥିଲେ ପରବର୍ତ୍ତୀ ୩ ବର୍ଷ ଜୁରି ସଦସ୍ୟ କରାଯାଏ ନାହିଁ। ରାଜ୍ୟରେ ଏହାର ବ୍ୟତିକ୍ରମ ୩ ବର୍ଷ ହେବ ଉପଲବ୍ଧି ହେଉଛି। ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ରକୁ ଶ୍ରେଷ୍ଠତ୍ୱ କରିବା ପାଇଁ ଉଲ୍ଲେଖ ରହିଛି। ହେଲେ ଗତ କିଛି ବର୍ଷ ହେବ ଏହି ପୁରସ୍କାର ପାଇଁ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ସେଥିପାଇଁ ସ୍ବଚ୍ଛତା ଦିଗ ରେ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ବିଗତ ଦିନରେ ଏହାକୁ ପ୍ରତିବାଦ କରିବା ସହ ସଂସ୍କୃତି ବିଭାଗ ପୁରସ୍କାରରେ ପରିଷ୍କାର କରୁ ବୋଲି ତାଙ୍କ ମନ୍ତବ୍ୟ ପ୍ରଦାନ କରିଥିଲେ। ସାମଗ୍ରିକ କୃତି ପାଇଁ ବରିଷ୍ଠତା ଭିତ୍ତିରେ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାରରେ ପୁରସ୍କୃତ ପ୍ରତିଭାମାନଙ୍କୁ ମନୋନୀତ କରାଯାଏ। ଏ କ୍ଷେତ୍ରରେ ଟାଳଟୁଳ ନୀତି ଆଦୌ ଗ୍ରହଣୀୟ ନୁହେଁ।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୧୯୭୩ ମସିହାରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆହୋଇ ଆସୁଅଛି। ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ଯଦି ଠିକ୍‌ ନିର୍ଣ୍ଣୟ କରି ପୁରସ୍କୃତ କରାଯିବ ତାହା ପରିଷ୍କାର ଲାଗେ। ସୁପାରିସ ଜନିତ ପୁରସ୍କାର ଦୃଷ୍ଟିକଟୁ ହୋଇଥାଏ। ଜନସାଧାରଣ ଉପଲବ୍ଧି କରନ୍ତି ଯଦି ପୁରସ୍କାର ପରିଷ୍କାର ହୋଇଥିବ ତାଙ୍କ ପ୍ରତି ସ୍ବତଃସ୍ଫୂର୍ତ୍ତ ସମ୍ମାନବୋଧ ଆସେ। ଆମେ ଯଦି ଲବିକରି ପୁରସ୍କାର ନେଉଥିବା ତାହା ଗୌଣ ପରି ଲାଗେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସଙ୍ଗୀତ କ୍ଷେତ୍ରରେ ସାମଗ୍ରିକ କୃତି ଥାଇ ଜୟଦେବ ପୁରସ୍କାର ଅତୀତରେ ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର ପୁରସ୍କାର ପାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ବାସୁଦେବ ରଥ, ମୁସୀରଙ୍କ ଭଳି ଅଭିଜ୍ଞ ବ୍ୟକ୍ତି କେବେ ଏହି ସମ୍ମାନଜନକ ଜୟଦେବ ପୁରସ୍କାର ପାଉଛନ୍ତି ତାହା ଜାଣିବାକୁ ଆମକୁ କେବଳ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା...

କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍‌

ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ତାଙ୍କ ଓକିଲ ହସ୍ତିମଲ...

‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା...

ଟିଭି ଶୋ’ରେ ପ୍ରଥମ ଥର ହେଲା ଏପରି ବିବାହ: ବିଶ୍ୱାସ କରିପାରୁ ନାହାନ୍ତି ଦର୍ଶକ…

ଭାରତୀୟ ସିରିଏଲ୍‌ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍‌ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି।...

ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ...

ରବୀନାଙ୍କ ଉପରେ ଏବେ ବି ରାଗିଛନ୍ତି କରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏକ ସାକ୍ଷାତକାରରେ କରଣ ଜୋହରଙ୍କ ଫିଲ୍ମକୁ ସେ କାହିଁକି ନା କହିଥିଲେ ତା’ର କାରଣ କହିଛନ୍ତି। ସେ କହିଛନ୍ତି,...

ହଲିଉଡ୍‌ରେ ଡେବ୍ୟୁ କରିବେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଧନୁଷ...

‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍‌ ଫିଲ୍ମ ପୁଣିଥରେ ହଲ୍‌ରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ...

Advertisement
Archives

Model This Week