Posted inଭଦ୍ରକ

ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପୟିନଶିପ୍‌ ଉଦ୍‌ଘାଟିତ ହୋଇଯାଇଛି। ଜିଲା ଆସୋସିଏଶନର ସମ୍ପାଦକ ମନୋରଞ୍ଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ସାଇକ୍ଲିଂ ସଂଘର ସଭାପତି ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତି ମହାପାତ୍ର, ଜିଲା ଆସୋସିଏଶନର ସଭାପତି ପ୍ରଣିତକାନ୍ତ ସାମଲ, ରାଜ୍ୟ ସଂଘର ସମ୍ପାଦକ ବିଜୟ ରାଉତ, ସମାଜସେବୀ ମଦନ ମୋହନ ପଣ୍ଡା, ରଘୁ ପଣ୍ଡା, ଅମୂଲ୍ୟ ନାୟକ, ସୁଧାକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୧୧ଟି ଜିଲାରୁ ୭୦ ସାଇକ୍ଲିଷ୍ଟ ଭାଗ ନେଇଛନ୍ତି। ପୂର୍ବାହ୍ନ ୧୦ଟାରୁ ପ୍ରତିଯୋଗିତା ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ୫ କି.ମି. ବିଶିଷ୍ଟ ବାରିକପୁର ବଜାରଠାରୁ ଅଭିଲ ଛକ ପର୍ଯ୍ୟନ୍ତ ଆର୍‌ଡି ରାସ୍ତାକୁ ଟ୍ରାକ୍‌ ଭାବେ ବ୍ୟବହୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତୀ ସାଇକ୍ଲିଷ୍ଟମାନଙ୍କୁ ରାଜସ୍ଥାନରେ ହେବାକୁ ଥିବା ଜାତୀୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବ ବୋଲି ଜିଲା ସଂଘର ଅର୍ଗାନାଇଜିଂ ସେକ୍ରେଟାରୀ ବାରିକ ସୂଚନା ଦେଇଛନ୍ତି। ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ସୁଶୀଲ କୁମାର ଦାସ, ଶରତ ଦାସ, ନୃସିଂହ ସାହୁ, ସବ୍ୟସାଚୀ ଦାସ, ଦେବାଶିଷ ମହାପାତ୍ର, ଦିଲୀପ ନାଟିଆ, ସୁଶାନ୍ତ ବେହେରା, ସମ୍ବିତ ମହାନ୍ତି, ନିରଞ୍ଜନ ବାରିକ, ଅଜିତ ଶତପଥୀ ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ବେଳେ ଭାଙ୍ଗିଲା ବିପ୍ଳବୀ କବିଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୧ା୭(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ପ୍ରଶସ୍ତୀକରଣ ପାଇଁ ସୋମବାରଠାରୁ ବାସୁଦେବପୁର ମୁଖ୍ୟ ବଜାର ରାସ୍ତାର ଦୁଇପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଉଚ୍ଛେଦ...

କରୋନା ଲାଗି ଜିଲା ପ୍ରଶାସନର କଟକଣା: ଆରଡ଼ିରେ ବନ୍ଦହେଲା ଚନ୍ଦନଚାପ

ଆରଡି, ୨୬ା୪(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଉଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନ ଚାପ ବନ୍ଦ ହେବାର ନିଷ୍ପତ୍ତି ନେଇଛି...

ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ...

ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ସୂଚନା ଫଳକ

ପଦ୍ମପୁର, ୩୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ପୂର୍ତ୍ତ ବିଭାଗ...

ଭଦ୍ରକ ପୌରପାଳିକା, ଧାମନଗର ଏନ୍‌ଏସିରେ ଲକ୍‌ଡାଉନ କଟକଣା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୭: ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍‌ଏସି ଅଞ୍ଚଳରେ ବୁଧବାର ଠାରୁ ଲକ୍‌ଡାଉନ କଟକଣା କଡାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା...

ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ପୋଲିସ

ଭଦ୍ରକ ଅଫିସ,୧୭ା୫: ମହାମାରୀ କରୋନା ଯୋଗୁ ବିପଦରେ ପଡ଼ିଛି ଜୀବନ ଜୀବିକା। ଡହଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରମୁହାଁ ହୋଇଛନ୍ତି...

କରୋନା ସଚେତନତା କଲା ଯୁବକ ସଂଘ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ନିଳକଣ୍ଠେଶ୍ୱର ୟୁନାଇଟେଡ୍‌ ୟୁଥ୍‌ କ୍ଲବର ସଦସ୍ୟମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ କରୋନା ସଚେତନତା କରାଇଥିବାର ଦେଖାଯାଇଛି।...

ଆଇଟିଆଇ ୩ ବର୍ଷର ପରୀକ୍ଷାଫଳ ପ୍ରକାଶିତ

ଭଦ୍ରକ ଅଫିସ,୧।୧-ଏନ୍‌ସିଭିଟି ନୂଆଦିଲ୍ଲୀ ଅଧୀନରେ ଥିବା ଆଇଟିଆଇ ୨୦୧୮-୨୦, ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ୩ ବର୍ଷ କୋଭିଡ଼...

Advertisement
Archives

Model This Week