ରାଜ୍ୟରେ ୧୮୯ ଫେରାର ଶିକ୍ଷକ, କର୍ମଚାରୀ

ଯାଜପୁର ଅଫିସ,୨୪।୯: ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ବିଭାଗୀୟ ଉପସଚିବ ପ୍ରଶାନ୍ତ କୁମାର ସ୍ବାଇଁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ଆବଶ୍ୟକ ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ପତ୍ର ଦେଇଛନ୍ତି। ଏହାକୁ ନେଇ ଫେରାର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷେ ଅନୁଗୋଳ, ବରଗଡ, ବୌଦ୍ଧ, ଦେବଗଡ, ଝାରସୁଗୁଡା, ନୂଆପଡା ଓ ପୁରୀ ଜିଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରାଯାଇଛି।
ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୮୯ ଜଣ ଶିକ୍ଷକ/କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ସେଥିରୁ ଯାଜପୁର ଜିଲାରେ ୧୧ଜଣ ଶିକ୍ଷକ ରହିଛନ୍ତି। ସେମାନେ ଯାଜପୁର ବ୍ଲକ ସୟିଦପୁର ମଦ୍ରାସା ସ୍କୁଲର ମହମ୍ମଦ ସାଦ୍ଦିକ ଖାନ, ନାଥସାହୁ ନୋଡାଲ ୟୁପି ସ୍କୁଲର ପବିତ୍ର ସାହୁ, କାକୁଡିକୁଦା ନୋଡାଲ ୟୁପି ସ୍କୁଲର ଅପର୍ଣ୍ଣା ସାହୁ, ଭାବତପୁର ପ୍ରାଥମିକ ସ୍କୁଲର ମନୋରମା ସାହୁ, ଜଗନ୍ନାଥ ଜିଉ ୟୁଜିଏମଇ ସ୍କୁଲର ସୁନୀଲ ପାଣି, ଶେଷଦେବ ବାସନ୍ତି ନୋଡାଲ ହାଇସ୍କୁଲର ମମତା ସେଠୀ ଓ ସର୍ବମଙ୍ଗଳା ନୋଡାଲ ହାଇସ୍କୁଲର ରସ୍ମିତା ରାଉତ, ସୁକିନ୍ଦା ବ୍ଲକ ଗୋବରଘାଟି ଆଶ୍ରମ ସ୍କୁଲର ଅକ୍ଷୟ କୁମାର ହାଇବ୍ରୁ, ଖୁରୁଣ୍ଟି ପ୍ରାଥମିକ ସ୍କୁଲର ବିଚିତ୍ର ସିଂ, ମଧୁବନ ପ୍ରାଥମିକ ସ୍କୁଲର ହେମଲତା ହେମ୍ବ୍ରମ ଓ ବନଦୁର୍ଗା ନୋଡାଲ ୟୁପି ସ୍କୁଲର ସୁବାସ ଲାଗୁରି ଦୀର୍ଘଦିନ ହେଲା ଫେରାର ଅଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୩ ଜଣ, ଭଦ୍ରକରେ ଜଣେ, ବଲାଙ୍ଗୀରରେ ୧୫, କଟକରେ ୬, ଢେଙ୍କନାଳରେ ୮, ଗଜପତିରେ ୮, ଗଞ୍ଜାମରେ ୧୦, ଜଗତ୍‌ସିଂହପୁରରେ ୬, କଳାହାଣ୍ଡିରେ ୧୦, କନ୍ଧମାଳରେ ୯, କେନ୍ଦୁଝରରେ ୪, ଖୋର୍ଦ୍ଧାରେ ୩, କେନ୍ଦ୍ରାପଡାରେ ୩, ପୁରୀରେ ୨, ଝାରସୁଗୁଡାରେ ଜଣେ, କୋରାପୁଟରେ ୧୨, ମାଲକାନଗିରିରେ ୬, ମୟୂରଭଞ୍ଜରେ ୮ ଓ ନବରଙ୍ଗପୁରରେ ୧୦ ଜଣ ଶିକ୍ଷକ ଓ କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ତେବେ ଅନୁଗୋଳ, ବରଗଡ ଓ ବୌଦ୍ଧ ଜିଲା ଶିକ୍ଷାଧିକାରୀ ସେମାନଙ୍କ ଜିଲାରେ ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀ ନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି। ଏହାବାଦ ଦେବଗଡ, ଝାରସୁଗୁଡା ଓ ନୂଆପଡା ଜିଲା ଶିକ୍ଷାଧିକାରୀମାନେ ଜଣେ ଲେଖାଏଁ ଫେରାର/ଅନୁପସ୍ଥିତ ଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପୁରୀ ଜିଲା ଶିକ୍ଷାଧିକାରୀ ଦେଇଥିବା ରିପୋର୍ଟରେ ୨ଜଣ ଫେରାର/ ଅନୁପସ୍ଥିତ ରହିଛନ୍ତି। ଯାହାକି ସନ୍ଦେହଜନକ ରିପୋର୍ଟ ବୋଲି ଦର୍ଶାଇ ଉପରୋକ୍ତ ୭ଜଣ ଜିଲା ଶିକ୍ଷାଧିକାରୀଙ୍କୁ ପୁନଃ ତଦନ୍ତ କରି ସତ୍ୟାପନ କରିବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲାରେ ଉଭୟ କଣ୍ଟ୍ରାକ୍ଚୁଆଲ ଓ ରେଗୁଲାର ଶିକ୍ଷକ କେହି ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ନାହାନ୍ତି ବୋଲି ସମସ୍ତ ଜିଲା ଶିକ୍ଷାଧିକାରୀ ଏକ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହିଭଳି ପ୍ରମାଣପତ୍ର ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ଜିଲା ଶିକ୍ଷାଧିକାରୀ ସଂଗ୍ରହ କରିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲା ଶିକ୍ଷାଧିକାରୀ ତାଙ୍କ ରିପୋର୍ଟରେ କେବେଠାରୁ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ/ଫେରାର ଅଛନ୍ତି ତାହା ଦର୍ଶାଇ ନାହାନ୍ତି। ସେହିପରି ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀ ଫେରାର/ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ଉଲ୍ଲେଖ କରିନାହାନ୍ତି। ତେଣୁ ଏହି ଦୁଇ ଜିଲା ଶିକ୍ଷାଧିକାରୀଙ୍କୁ ସେମାନଙ୍କ ରିପୋର୍ଟ ସୁଧାରି ପୁଣି ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ ଆହୁରି ଦର୍ଶାଇଛନ୍ତି ଯେ, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ଅମଲା କର୍ମଚାରୀ ଓ କଣ୍ଟ୍ରାକ୍ଟ ଶିକ୍ଷକଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀ ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପାଇଁ ବ୍ଲକ ଶିକ୍ଷାଧିକାରୀ ପ୍ରାଧିକାରୀ ରହିବେ। ତେଣୁ ନିର୍ଦ୍ଧାରିତ ସମୟରେ ଫେରାର/ଦୀର୍ଘ ସମୟ ଧରି ଅନୁପସ୍ଥିତ କର୍ମଚାରୀ ଓ ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଭିନ୍ନ ସ୍କୁଲରେ ନିୟମିତ ଶିକ୍ଷକ ଘରେ ବସି ଦରମା ନେଉଥିବାବେଳେ ସେମାନେ କେତେଜଣ ଯୁବତୀଯୁବକଙ୍କୁ ନିଜେ ନିୟୋଜିତ କରିଥିବା ମଧ୍ୟ ଖବର ହସ୍ତଗତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ...

ସଂରକ୍ଷିତ ଜଙ୍ଗଲରେ ଛଡାଗଲା ହରିଣ

ପାଟଣା, ୧୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଅସ୍ତଯୋଡି ଗ୍ରାମର ହରିହର ମହାନ୍ତଙ୍କ ଘର ବାଡ଼ି ମଧ୍ୟକୁ ଗୁରୁବାର ଏକ ହରିଣ ପଶି ଆସିଥିଲା। ଖବର...

୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ...

କରୋନା ସଚେତନତା: ଛତ୍ରପୁର ଷ୍ଟେଶନରେ ଯାତ୍ରୀଙ୍କ ହାତ ଧୁଆଗଲା

ଛତ୍ରପୁର,୧୪।୩(ଡି.ଏନ୍‌.ଏ.)- ଚାଇନାରୁ ସୃଷ୍ଟ କରୋନା ଏବେ ଭାରତରେ ପ୍ରବେଶ କରିସାରିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି...

ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ବରଗଡ଼ ଝିଅ

ବରଗଡ଼ ଅଫିସ, ୨୮।୧୦: ବରଗଡ଼ର ଝିଅ ନବ୍ୟା ନବେଲି ଆଚାର୍ଯ୍ୟ ମୁମ୍ବାଇସ୍ଥିତ ଭାବା ଏଟମିକ ରିସର୍ଚ୍ଚ ପରିସରରେ ଚାଲିଥିବା ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ...

ଅଟୋ ସହ ବାର୍‌ହା ଧକ୍କା, ୬ ଆହତ

ବେଗୁନିଆପଡା,୯ା୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ବୁରୁଝରିଠାରୁ ସୁମଣ୍ଡଳ ରାସ୍ତା ମଝିରେ ସୋମବାର ଅଟୋ ସହ ଏକ ବାର୍‌ହାର ଧକ୍କା ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ...

ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା...

ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର...

Advertisement
Archives

Model This Week