ରାଜ୍ୟରେ କମୁଛି ଦଣ୍ଡବିଧାନ ହାର

ଭୁବନେଶ୍ୱର,୨୫ା୨(ବ୍ୟୁରେ): ପୋଲିସର ଦୁର୍ବଳ ତଦନ୍ତ ହେଉ ବା ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅବା ଆଇନର ଗଳାବାଟ ଯୋଗୁ ଅନେକ ଦୋଷୀ ଦଣ୍ଡ ନ ପାଇ ଖସି ଯାଉଛନ୍ତି। ଫଳରେ ରାଜ୍ୟରେ ଦଣ୍ଡବିଧାନ ହାର କମି କମି ଯାଉଛି। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉକ୍ତ ତଥ୍ୟ ଅନୁସାରେ, ୨୦୦୯ରେ ଦଣ୍ଡ ହାର ୧୩.୨ପ୍ରତିଶତ ରହିଥିବାବେଳେ ୨୦୧୦ରେ ୯.୯, ୨୦୧୧ରେ ୧୦.୩, ୨୦୧୨ରେ ୧୧.୦, ୨୦୧୩ରେ ୧୦.୩ ରହିଥିଲା। ତେବେ ୨୦୧୪ରେ ଏହି ହାର ସର୍ବାଧିକ ୧୬.୪ ପ୍ରତିଶତ ରହିଥିଲାବେଳେ ୨୦୧୫ରେ ଏହା ହ୍ରାସ ପାଇ ୯.୫ରେ ପହଞ୍ଚତ୍ଥିଲା। ଏହାପରେ ୨୦୧୬ରେ ୧୦.୪, ୨୦୧୭ରେ ୯.୩ ଓ ୨୦୧୮ରେ ସବୁଠୁ କମ୍‌ ଦଣ୍ଡ ହାର ୫.୭କୁ ଖସି ଆସିଥିଲା।
ସବୁଠୁ ବଡ଼ କଥା ହେଲା ବଳାକତ୍ାର ମାମଲାରେ ମଧ୍ୟ ଦଣ୍ଡ ହାର ସ୍ଥିତି ଉଦ୍‌ବେଗଜନକ ରହିଛି। ୨୦୧୫ରେ ୮୩୩ ବଳାକତ୍ାର ମାମଲା ରୁଜୁ ହୋଇଥିବା ବେଳେ ୧୫୨ଜଣ ଦଣ୍ଡ ପାଇଥିବାବେଳେ ୬୮୧ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାର ଦଣ୍ଡ ହାର ୧୮.୨୪ ପ୍ରତିଶତ ରହିଛି। ୨୦୧୬ରେ ୮୧୮ ମାମଲାରେ ୧୫୦ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୬୮୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାର ଦଣ୍ଡ ହାର ୧୮.୩୩ ପ୍ରତିଶତ ରିହିଛି। ୨୦୧୭ରେ ୧୦୯୯ ବଳାକତ୍ାର ମାମଲାରେ ୧୮୬ ଜଣ ଦୋଷୀ ସାବ୍ୟସ୍ତ ଓ ୯୧୩ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅର୍ଥାତ୍‌ ଏହାର ଦଣ୍ଡ ହାର ୧୬.୯୨ ପ୍ରତିଶତ ରହିଛି। ୨୦୧୮ରେ ଦଣ୍ଡ ହାର ୧୮.୩୫ ରହିଥିବାବେଳେ ୧୦୭୩ ମାମଲାରେ ୧୯୭ ଦୋଷୀ ସାବ୍ୟସ୍ତ ଓ ୮୭୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୯ରେ ଦଣ୍ଡ ହାର ୧୭.୯୦ ପ୍ରତିଶତ ରହିଥିବାବେଳେ ୯୪୪ ବଳାତ୍କାର ମାମଲାରେ ୧୬୯ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସେହିପରି ହତ୍ୟା ମାମଲାରେ ମଧ୍ୟ ଦଣ୍ଡ ହାରରେ ବୃଦ୍ଧି ଘଟୁନି। ୨୦୧୫ରେ ହତ୍ୟାରେ ଦଣ୍ଡ ହାର ୨୯.୨୬ ପ୍ରତିଶତ ରହିଥିବାବେଳେ ୭୨୧ ମାମଲାରେ ୨୧୧ ଦୋଷୀ ସାବ୍ୟସ୍ତ ହେବାସହ ୫୧୦ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ହତ୍ୟା ମାମଲାରେ ଦଣ୍ଡ ହାର ୩୧.୫୫ ପ୍ରତିଶତ ୨୦୧୭ରେ ୩୬.୩୦, ୨୦୧୮ରେ ୩୧.୩୯ ଓ ୨୦୧୯ରେ ୨୯.୯୩ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri