ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍‌ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଜରୁରିକାଳୀନ ଏବଂ ଇନ୍‌ଡୋର୍‌ ସେବା ଜାରି ରହିଥିବା ବେଳେ ଓପିଡି ବା ବହିର୍ବିଭାଗରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ବିଶେଷକରି କଟକର ଏସ୍‌ସିବି ମେଡିକାଲ କଲେଜ, ସମ୍ବଲପୁରର ଭିଏସ୍‌ଏସ୍‌ ମେଡିକାଲ କଲେଜ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ବହିର୍ବିଭାଗରେ କାର୍ଯ୍ୟବନ୍ଦ କରିବା ଯୋଗୁ ରୋଗୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି।
ଏସ୍‌ସିବି ମେଡିକାଲରେ କନିଷ୍ଠ ଡାକ୍ତରମାନେ ଶୋଭାଯାତ୍ରା କରିବା ସହ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଉଟଡୋର ବର୍ଜନ କରିଥିଲେ। କିନ୍ତୁ ଡାକ୍ତର ଆନ୍ଦୋଳନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆନ୍ଦୋଳନରତ ଡାକ୍ତରମାନେ ଆଉଟଡୋରକୁ ବନ୍ଦ କରିଥିଲେ ମଧ୍ୟ ଏଠାକୁ ଆସୁଥିବା ରୋଗୀମାନଙ୍କୁ କାଜୁଆଲ୍‌ଟିକୁ ପଠାଇଥିଲେ। କାଜୁଆଲ୍‌ଟିରେ ଆନ୍ଦୋଳନରେ ସାମିଲ ଥିବା ଡାକ୍ତରମାନେ ରୋଗୀସେବା କରୁଥିବା ଦେଖିବାକୁ ମିଳିଥିଲା। ଏସ୍‌ସିବି ପିଜି ଡାକ୍ତର ସଂଘର ସଭାପତି ଡା. ପ୍ରଭାତ ରାଉତ କୁହନ୍ତି, ପଶ୍ଚିମବଙ୍ଗର ଡାକ୍ତର ଭଉଣୀଭାଇଙ୍କ ପଛରେ ଆମର ପୂର୍ଣ୍ଣ ସମର୍ଥନ ରହିଛି। କିନ୍ତୁ ଏସ୍‌ସିବିରେ ଯେଭଳି ଜରୁରିକାଳୀନ ରୋଗୀ ସେବା ବ୍ୟାହତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ ସମୟରେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦିନ ଆଉଟଡୋର ସକାଳ ୯ଟାରେ ଆରମ୍ଭ ହେଉଥିବା ବେଳେ ସୋମବାର ୮ଟାରୁ ଖୋଲିଥିଲା। ମେଡିକାଲ ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି ସକାଳ ୮ଟା ପୂର୍ବରୁ ମେଡିକାଲରେ ପହଞ୍ଚତ୍ ସମସ୍ତ ଆଉଟଡୋର କାର୍ଯ୍ୟ ଆରମ୍ଭ କରାଇଥିଲେ। ଆନ୍ଦୋଳନ ଯୋଗୁ ରୋଗୀସେବା ସେଭଳି ପ୍ରଭାବିତ ହୋଇ ନ ଥିବା ଅଧୀକ୍ଷକ ମହାନ୍ତି କହିଛନ୍ତି।
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡ. ଚରଣ ପଣ୍ଡା କହିଛନ୍ତି, କନିଷ୍ଠ ଡାକ୍ତର ଛାତ୍ରମାନଙ୍କ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିବା ସତ୍ତ୍ୱେ ଜରୁରିକାଳୀନ ଓ ବର୍ହିବିଭାଗ ସେବା ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସମ୍ବଲପୁର ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଆଇଏମ୍‌ଏ ଓଡ଼ିଶା ଶାଖାର ସମ୍ପାଦକ ଜନ୍ମେଜୟ ମହାପାତ୍ର କହିଛନ୍ତି ଯେ, ଆନ୍ଦୋଳନ ବେଳେ ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ସେବା ପ୍ରଭାବିତ ହୋଇନାହିଁ। ଓଡ଼ିଶା ଡାକ୍ତରୀ ସେବା ସଂଘ (ଓଏମ୍‌ଏସ୍‌ଏ), ଓଡ଼ିଶା ଡାକ୍ତରୀ ଶିକ୍ଷକ ସଂଘ (ଓଏମ୍‌ଟିଏ), କନିଷ୍ଠ ଡାକ୍ତର ସଂଘ, ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ, ଆଇଏମ୍‌ଏ ଷ୍ଟୁଡେଣ୍ଟସ ନେଟଓ୍ବର୍କ ଆଣ୍ଡ୍‌ ନର୍ସିଂ ହୋମ୍‌ ଆସୋସିଏଶନ ଆଦି ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ଏଠାରେ ସମର୍ଥନ କରାଯାଇ ପ୍ରତୀକାତ୍ମକ ଧାରଣା ଦିଆଯାଇଛି। ଏହାଦ୍ୱାରା ସ୍ବାସ୍ଥ୍ୟସେବା ସେଭଳି ବାଧାପ୍ରାପ୍ତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri