ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍‌ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଜରୁରିକାଳୀନ ଏବଂ ଇନ୍‌ଡୋର୍‌ ସେବା ଜାରି ରହିଥିବା ବେଳେ ଓପିଡି ବା ବହିର୍ବିଭାଗରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ବିଶେଷକରି କଟକର ଏସ୍‌ସିବି ମେଡିକାଲ କଲେଜ, ସମ୍ବଲପୁରର ଭିଏସ୍‌ଏସ୍‌ ମେଡିକାଲ କଲେଜ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ବହିର୍ବିଭାଗରେ କାର୍ଯ୍ୟବନ୍ଦ କରିବା ଯୋଗୁ ରୋଗୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି।
ଏସ୍‌ସିବି ମେଡିକାଲରେ କନିଷ୍ଠ ଡାକ୍ତରମାନେ ଶୋଭାଯାତ୍ରା କରିବା ସହ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଉଟଡୋର ବର୍ଜନ କରିଥିଲେ। କିନ୍ତୁ ଡାକ୍ତର ଆନ୍ଦୋଳନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆନ୍ଦୋଳନରତ ଡାକ୍ତରମାନେ ଆଉଟଡୋରକୁ ବନ୍ଦ କରିଥିଲେ ମଧ୍ୟ ଏଠାକୁ ଆସୁଥିବା ରୋଗୀମାନଙ୍କୁ କାଜୁଆଲ୍‌ଟିକୁ ପଠାଇଥିଲେ। କାଜୁଆଲ୍‌ଟିରେ ଆନ୍ଦୋଳନରେ ସାମିଲ ଥିବା ଡାକ୍ତରମାନେ ରୋଗୀସେବା କରୁଥିବା ଦେଖିବାକୁ ମିଳିଥିଲା। ଏସ୍‌ସିବି ପିଜି ଡାକ୍ତର ସଂଘର ସଭାପତି ଡା. ପ୍ରଭାତ ରାଉତ କୁହନ୍ତି, ପଶ୍ଚିମବଙ୍ଗର ଡାକ୍ତର ଭଉଣୀଭାଇଙ୍କ ପଛରେ ଆମର ପୂର୍ଣ୍ଣ ସମର୍ଥନ ରହିଛି। କିନ୍ତୁ ଏସ୍‌ସିବିରେ ଯେଭଳି ଜରୁରିକାଳୀନ ରୋଗୀ ସେବା ବ୍ୟାହତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ ସମୟରେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦିନ ଆଉଟଡୋର ସକାଳ ୯ଟାରେ ଆରମ୍ଭ ହେଉଥିବା ବେଳେ ସୋମବାର ୮ଟାରୁ ଖୋଲିଥିଲା। ମେଡିକାଲ ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି ସକାଳ ୮ଟା ପୂର୍ବରୁ ମେଡିକାଲରେ ପହଞ୍ଚତ୍ ସମସ୍ତ ଆଉଟଡୋର କାର୍ଯ୍ୟ ଆରମ୍ଭ କରାଇଥିଲେ। ଆନ୍ଦୋଳନ ଯୋଗୁ ରୋଗୀସେବା ସେଭଳି ପ୍ରଭାବିତ ହୋଇ ନ ଥିବା ଅଧୀକ୍ଷକ ମହାନ୍ତି କହିଛନ୍ତି।
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡ. ଚରଣ ପଣ୍ଡା କହିଛନ୍ତି, କନିଷ୍ଠ ଡାକ୍ତର ଛାତ୍ରମାନଙ୍କ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିବା ସତ୍ତ୍ୱେ ଜରୁରିକାଳୀନ ଓ ବର୍ହିବିଭାଗ ସେବା ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସମ୍ବଲପୁର ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଆଇଏମ୍‌ଏ ଓଡ଼ିଶା ଶାଖାର ସମ୍ପାଦକ ଜନ୍ମେଜୟ ମହାପାତ୍ର କହିଛନ୍ତି ଯେ, ଆନ୍ଦୋଳନ ବେଳେ ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ସେବା ପ୍ରଭାବିତ ହୋଇନାହିଁ। ଓଡ଼ିଶା ଡାକ୍ତରୀ ସେବା ସଂଘ (ଓଏମ୍‌ଏସ୍‌ଏ), ଓଡ଼ିଶା ଡାକ୍ତରୀ ଶିକ୍ଷକ ସଂଘ (ଓଏମ୍‌ଟିଏ), କନିଷ୍ଠ ଡାକ୍ତର ସଂଘ, ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ, ଆଇଏମ୍‌ଏ ଷ୍ଟୁଡେଣ୍ଟସ ନେଟଓ୍ବର୍କ ଆଣ୍ଡ୍‌ ନର୍ସିଂ ହୋମ୍‌ ଆସୋସିଏଶନ ଆଦି ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ଏଠାରେ ସମର୍ଥନ କରାଯାଇ ପ୍ରତୀକାତ୍ମକ ଧାରଣା ଦିଆଯାଇଛି। ଏହାଦ୍ୱାରା ସ୍ବାସ୍ଥ୍ୟସେବା ସେଭଳି ବାଧାପ୍ରାପ୍ତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri