ରାଜ୍ୟ ବାହାରର ବସ୍‌କୁ ଦେଖି ଲୋକେ ଆତଙ୍କିତ

ସମ୍ବଲପୁର,୨ା୫(ବ୍ୟୁରୋ)-ରାଜ୍ୟ ବାହାରର ୩ଟି ବସ୍‌ ଶନିବାର ସମ୍ବଲପୁର ସହର ଭିତରକୁ ପ୍ରବେଶ କରିବାରୁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଧନୁପାଲି ଥାନା ଅଧୀନ ଜେଲ୍‌ ଛକରେ ଥିବା ଫଳ ଦୋକାନରୁ ଏମାନେ କିଛି ଫଳ କିଣିଥିଲେ। ଏହି ସମୟରେ କିନ୍ତୁ ସାମାଜିକ ଦୂରତା ପାଳନ କରି ନ ଥିଲେ। ସ୍ଥାନୀୟ ଲୋକେ ଖବର ଦେବାରୁ ପୋଲିସ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା। ପ୍ରଥମ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଚାଲି ଯାଇଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ ଏସ୍‌ପି କନୱର ବିଶାଳ ସିଂ, ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି, ଧନୁପାଲି ଥାନା ଅଧିକାରୀ କମଳଳୋଚନ ପଣ୍ଡା ପହଞ୍ଚି ଥିଲେ । ଏସ୍‌ପି ସିଂଙ୍କ ନିର୍ଦ୍ଦେଶ କ୍ରମେ ବସ୍‌ଟିକୁ ସଦର ଥାନା ପୋଲିସ ସିନ୍ଦୂରପଙ୍କ ନିକଟରେ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲା। ପରେ ଆଉ ୨ଟି ବସ୍‌ ଆସୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଜେଲ୍‌ ଛକ ନିକଟରେ ଏସ୍‌ପି ସିଂ ଓ ପୋଲିସ ଫୋର୍ସ ଜଗି ରହିଥିଲେ। କିଛି ସମୟ ପରେ ଆଉ ୨ଟି ବସ୍‌ ଜେଲ୍‌ ଛକରେ ପହଞ୍ଚିଥିଲା। ସେଠାରେ ବସ୍‌ର କାଗଜପତ୍ର ଯାଞ୍ଚ କରାଯାଇଥିଲା। ଗୁଜୁରାଟ ସୁରଟରୁ ୩ଟି ବସ୍‌ରେ ଗଞ୍ଜାମ ଜିଲାକୁ ଶ୍ରମିକମାନେ ଫେରୁଥିବା ଜଣାପଡିଥିଲା। ବସଗୁଡିକୁ ସାନିଟାଇଜ କରି ଛାଡି ଦିଆଯାଇଥିଲା । ସହର ଭିତରେ ନ ଯାଇ ବାହାରେ ନେବାକୁ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ ସୁରକ୍ଷା ବଳୟରେ ବସକୁ ସହର ବାହାରକୁ ଛଡା ଯାଇଥିଲା । ଫଳ ଦୋକାନ ସହ ଜେଲ ଛକରେ ଥିବା ସମସ୍ତ ଦୋକାନକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଥିଲା। ଫଳ ଦୋକାନୀ ଓ କାମ କରୁଥିବା କର୍ମଚାରୀଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ପ୍ରଚାର ହେବା ପରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଲକ୍‌ ଡାଉନ କଟକଣା ଥିବା ସମୟରେ ବସ୍‌ ସହର ଭିତରକୁ କିଭଳି ପ୍ରବେଶ କରିଥିଲା ବୋଲି ଅଭିଯୋଗ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହାନ୍ତ ଶଟ୍‌ଡାଉନ୍‌: ପ୍ରଶାସନିକ ଯାଞ୍ଚ କଡ଼ାକଡ଼ି; ରାସ୍ତାଘାଟ ଖାଁ ଖାଁ

ବୁଗୁଡ଼ା,୨୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ...

ମାନବିକତା ନ ଭୁଲିବାକୁ ପୋଲିସକୁ ପରାମର୍ଶ ଦେଲେ ଏସ୍‌ପି

ଦେବଗଡ,୨୬ା୪(ଡି.ଏନ.ଏ.): ଦେବଗଡ ଆଦର୍ଶ ଥାନା ପରିସରରେ ରବିବାର ଏସ୍‌ପି ରାହୁଲ ଜୈନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଲକ୍‌ ଡାଉନ୍‌, ସାମାଜିକ ଦୂରତ୍ୱ ଏବଂ ମାସ୍କ...

ମର୍ମନ୍ତୁଦ ଦୁର୍ଘଟଣା, ୫ ଜୀବନ ଗଲା

ନୟାଗଡ଼ ଅଫିସ,୨୪।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ସରଣକୁଳ ସୁଆରସାହିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଡମ୍ପର ଧକ୍କାରେ ୫ ମୃତ୍ୟୁ ଘଟିଥିବାବେଳେ ଜଣେ...

ନାଟମଣ୍ଡପରୁ ପାଣି ଗଳୁଛି

ପୁରୀ ଅଫିସ,୧୯।୭:ଚଳିତବର୍ଷର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ନାଟମଣ୍ଡପ, ଭୋଗମଣ୍ଡପ, ରୋଷଘର ସମେତ...

ଆଶା ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ, ୫ା୭:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ...

ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଷ୍ଟାଫ୍‌ନର୍ସଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

ବଲାଙ୍ଗୀର ଅଫିସ, ୧୫।୨- ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଗତ ଗୁରୁବାର ରାତିରେ ଦୁଇଜଣ ବ୍ୟକ୍ତି ଜଣେ କାର୍ଯ୍ୟରତା ଷ୍ଟାଫନର୍ସଙ୍କୁ ମାଡ଼ ମାରିଥିଲେ ।...

ପିଠା ପ୍ରତିଯୋଗିତା, ପ୍ରଦର୍ଶନୀ

ବାଲେଶ୍ୱର ଅଫିସ, ୨୫।୨-ବାଲେଶ୍ୱର ସହର ସ୍ଥାନୀୟ ଟାଉନହଲ୍‌ଠାରେ ବାଲେଶ୍ୱର ‘ଇନ୍‌ଟାକ୍‌’ ଚାପ୍ଟରର ତୃତୀୟ ଆକର୍ଷଣୀୟ ପୀଠା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୨ଜଣ...

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୨ା୧୧: ଶେଷ ହେଲା ଧର୍ମମାସ କାର୍ତ୍ତିକ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ...

Advertisement
Archives

Model This Week