ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍‌ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍‌ ଷ୍ଟାର ଇନ୍‌ ଇଣ୍ଡିଆନ୍‌ ପଲିଟିକ୍ସ୍‌’ରେ ଏହା ଦର୍ଶାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କ ସହିତ ପୃଥ୍ବୀରାଜ କପୁରଙ୍କର ଭଲ ସମ୍ପର୍କ ଥିଲା। ଇନ୍ଦିରାଙ୍କ ମନରେ କପୁର ପରିବାର ପ୍ରତି ଯଥେଷ୍ଟ ସମ୍ମାନ ମଧ୍ୟ ରହିଥିଲା। ତେବେ ରାଜୀବ ଗାନ୍ଧୀ ଉଚ୍ଚ ଶିକ୍ଷା ପାଇଁ ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯାଇଥିଲେ। ସେଠାରେ ସୋନିଆ ମାୟନୋ(ସୋନିଆ ଗାନ୍ଧୀ)ଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସେମାନେ ପରସ୍ପରକୁ ଭଲ ପାଇ ୧୯୬୮ରେ ବିବାହ କରିଥିଲେ। ଫଳରେ ଇନ୍ଦିରାଙ୍କ ଆଶା ସଫଳ ହୋଇପାରି ନ ଥିଲା। ଗାନ୍ଧୀ ପରିବାର ଏବଂ କପୁର ପରିବାର ମଧ୍ୟରେ ଥିବା ସମ୍ପର୍କକୁ ନେଇ ୨୦୦୨ରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏକ ଟିଭି କାର୍ଯ୍ୟକ୍ରମରେ କରିନା କପୁର ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀଙ୍କ ସହିତ ଡେଟ୍‌ରେ ଯିବାକୁ ପସନ୍ଦ କରିଥିବା କହିଥିଲେ। ତେବେ କରିନା ୨୦୦୯ରେ ସେହି ସମାନ ପ୍ରଶ୍ନରେ ରାହୁଲଙ୍କୁ ଅତିଥି ଭାବେ ଦେଖିବାକୁ ପସନ୍ଦ କରିବେ ବୋଲି ଉତ୍ତର ଦେଇଥିଲେ। ପରେ ୨୦୧୨ରେ କରିନାଙ୍କ ବିବାହ ଶୈଫ୍‌ ଅଲ୍ଲୀ ଖାଁଙ୍କ ସହିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ଥିଲେ ଚାକରାଣୀ, ହେଲେ ମନ୍ତ୍ରୀ: କାଲିତାଙ୍କ ଫିଟିଗଲା ଭାଗ୍ୟ

କୋଲକାତା,।୧।୬: ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି (ଭାଜପା) କ୍ୟାବିନେଟ ଚୟନ…

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବିକ୍ରି ହୋଇଥିଲେ ୧.୧୦ କୋଟିରେ, ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ କୋଟି କୋଟି ଟଙ୍କା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧।୬: IPL ୨୦୨୬ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସିଜନ ଥିଲା। ସେ ଅନେକ ପୁରସ୍କାର ଜିତିଥିଲେ, ଯେଉଁଥିରେ ଅରେଞ୍ଜ କ୍ୟାପ ମଧ୍ୟ ଥିଲା, ଯାହା…

ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri