Posted inଖେଳ

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ ବାକିଥାଇ ୩ ଉଇକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କୋଲକାତା ୬ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୨ ଓଭରରେ ୭ ଉଇକେଟ ହରାଇ ୧୭୭ ରନ କରି ବିଜୟୀ ହୋଇଥିଲା। ଏଥିସହିତ ୧୧ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ୭ଟି ପରାଜୟ ସହ ୮ ପଏଣ୍ଟ ହାସଲ କରି ରାଜସ୍ଥାନ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଅପରାଜିତ ୯୭ ରନର ଦ୍ରୁତ ପାଳି ବେକାର ସାବ୍ୟସ୍ତ ହୋଇଛି। ୨୦ ରନ ଦେଇ ଗୋଟିଏ ମେଡେନ ନେବା ସହ କୋଲକାତାର ଦୁଇ ଓପନରଙ୍କୁ କ୍ଲିନ୍‌ ବୋଲ୍ଡ କରିଥିବା ଦ୍ରୁତ ବୋଲର ବରୁଣ ଆରୋନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୧୭୬ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ରାଜସ୍ଥାନ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ଅନ୍ତରରେ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। ପ୍ରଥମ ଉଇକେଟ ଯୋଡିରେ ଅଜିଙ୍କ୍ୟ ରାହାନେ ଓ ସଞ୍ଜୁ ସାମସନ ୩୨ ବଲରୁ ୫୩ ରନ ସଂଗ୍ରହ କରିଥିଲେ। ରାହାନେ ୩୪ ରନ କରି ସୁନୀଲ ନାରିନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହେବାପରେ ସାମସନ ୨୨ ରନ କରିଥିବା ବେଳେ ପୀୟୂଷ ଚାଓ୍ବଲାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୨ ରନ କରିଥିବା ବେଳେ କ୍ଳିନ୍‌ ବୋଲ୍ଡ ହୋଇ ନାରିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ୧୧ ରନ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ଚାଓ୍ବଲାଙ୍କ ବଲ୍‌ରେ ଆନ୍ଦ୍ରେ ରସେଲଙ୍କୁ କ୍ୟାଚ୍‌ ଦେଇଥିଲେ। ଷ୍ଟୁଆର୍ଟ ବିନ୍ନୀ ୧୧ ରନ କରି ରିଙ୍କୁ ସିଂଙ୍କୁ କ୍ୟାଚ୍‌ ଦେଇ ଚାଓ୍ବଲାଙ୍କ ତୃତୀୟ ଶିକାର ହୋଇଥିଲେ। ଶ୍ରେୟାସ ଗୋପାଲ ୯ ବଲରୁ ୪ ଚୌକା ସହ ୧୮ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ୩୧ ବଲରୁ ୫ ଚୌକା ଓ ୨ ଛକା ସହ ୪୭ ରନ କରି ଦଳକୁ ବିଜୟ ଆଡକୁ ନେଇଥିବା ବେଳେ ରିୟାନ ପରାଗ ରସେଲଙ୍କ ବଲ୍‌ରେ ହିଟ୍‌ ଉଇକେଟ ହୋଇଥିଲେ। ତେବେ ଏହାପରେ ଜୋଫ୍ରା ଆର୍ଚର ୧୨ ବଲରୁ ୨ ଚୌକା ଓ ୨ ଛକା ସହ ଅପରାଜିତ ୨୭ ରନ କରି ଦଳକୁ ଜିତାଇଥିଲେ। ବୋଲିଂରେ କୋଲକାତା ତରଫରୁ ଚାଓ୍ବଲା ୩, ନାରିନ ୨, କ୍ରିଷ୍ଣା ଓ ରସେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଉଇକେଟର ପତନ ହେଉଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଉପଯୋଗୀ ତଥା ଦ୍ରୁତ ଇନିଂସ ଖେଳି କୋଲକାତାକୁ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନ କରିଥିଲେ। କାର୍ତ୍ତିକ  ୫୦ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୯ ଛକା ସହ ୯୭ ରନ କରି ଅପରାଜିତ ରହିଥିଲେ ଓ ମାତ୍ର ୩ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଓପନର କ୍ରିସ୍‌ ଲିନ୍‌ଙ୍କୁ ତୃତୀୟ ବଲରେ ହରାଇ ଦଳ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିନ୍‌ ଖାତା ଖୋଲି ନ ପାରି ବରୁନ ଆରୋନଙ୍କ ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୧୪ ବଲରୁ ୨ ଚୌକା ସହ ୧୪ ରନ କରିଥିବା ବେଳେ କ୍ଲିନ୍‌ ବୋଲ୍ଡ ହେବା ସହ ଆରୋନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଇନ୍‌ଫର୍ମ ନୀତୀଶ ରାଣା ୨୬ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ସହ ମାତ୍ର ୨୧ ରନ କରି ଶ୍ରେୟାସ ଗୋପାଲଙ୍କ ବଲ୍‌ରେ ଆରୋନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରିନ ୮ ବଲରୁ ୧ ଚୌକା ଓ ୧ ଛକା ସହ ୧୧ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ କୋଲକାତା ୮୦ ରନରେ ୪ ଉଇକେଟ ହରାଇଥିଲା। ତେବେ ପଞ୍ଚମ ଉଇକେଟ ଯୋଡିରେ ଅଧିନାୟକ ଦୀନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ୩୯ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ରସେଲ ୧୪ ବଲରୁ ୧ ଛକା ସହ ୧୪ ରନ କରି ଓଶେନ୍‌ ଥୋମାସଙ୍କ ବଲ୍‌ରେ ଓ କାର୍ଲୋସ ବ୍ରାଥଓ୍ବେଟ ୫ ରନ କରିଥିବା ବେଳେ ଉନାଡକଟଙ୍କ ଦ୍ୱାରା ଆଉଟ ହୋଇଥିଲେ। ରିଙ୍କୁ ସିଂ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ  ରାଜସ୍ଥାନ ତରଫରୁ ଆରୋନ ୨, ଥୋମାସ, ଗୋପାଲ ଓ ଉନାଡ଼କଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri