Posted inଖେଳ

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ ବାକିଥାଇ ୩ ଉଇକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କୋଲକାତା ୬ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୨ ଓଭରରେ ୭ ଉଇକେଟ ହରାଇ ୧୭୭ ରନ କରି ବିଜୟୀ ହୋଇଥିଲା। ଏଥିସହିତ ୧୧ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ୭ଟି ପରାଜୟ ସହ ୮ ପଏଣ୍ଟ ହାସଲ କରି ରାଜସ୍ଥାନ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଅପରାଜିତ ୯୭ ରନର ଦ୍ରୁତ ପାଳି ବେକାର ସାବ୍ୟସ୍ତ ହୋଇଛି। ୨୦ ରନ ଦେଇ ଗୋଟିଏ ମେଡେନ ନେବା ସହ କୋଲକାତାର ଦୁଇ ଓପନରଙ୍କୁ କ୍ଲିନ୍‌ ବୋଲ୍ଡ କରିଥିବା ଦ୍ରୁତ ବୋଲର ବରୁଣ ଆରୋନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୧୭୬ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ରାଜସ୍ଥାନ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ଅନ୍ତରରେ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। ପ୍ରଥମ ଉଇକେଟ ଯୋଡିରେ ଅଜିଙ୍କ୍ୟ ରାହାନେ ଓ ସଞ୍ଜୁ ସାମସନ ୩୨ ବଲରୁ ୫୩ ରନ ସଂଗ୍ରହ କରିଥିଲେ। ରାହାନେ ୩୪ ରନ କରି ସୁନୀଲ ନାରିନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହେବାପରେ ସାମସନ ୨୨ ରନ କରିଥିବା ବେଳେ ପୀୟୂଷ ଚାଓ୍ବଲାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୨ ରନ କରିଥିବା ବେଳେ କ୍ଳିନ୍‌ ବୋଲ୍ଡ ହୋଇ ନାରିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ୧୧ ରନ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ଚାଓ୍ବଲାଙ୍କ ବଲ୍‌ରେ ଆନ୍ଦ୍ରେ ରସେଲଙ୍କୁ କ୍ୟାଚ୍‌ ଦେଇଥିଲେ। ଷ୍ଟୁଆର୍ଟ ବିନ୍ନୀ ୧୧ ରନ କରି ରିଙ୍କୁ ସିଂଙ୍କୁ କ୍ୟାଚ୍‌ ଦେଇ ଚାଓ୍ବଲାଙ୍କ ତୃତୀୟ ଶିକାର ହୋଇଥିଲେ। ଶ୍ରେୟାସ ଗୋପାଲ ୯ ବଲରୁ ୪ ଚୌକା ସହ ୧୮ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ୩୧ ବଲରୁ ୫ ଚୌକା ଓ ୨ ଛକା ସହ ୪୭ ରନ କରି ଦଳକୁ ବିଜୟ ଆଡକୁ ନେଇଥିବା ବେଳେ ରିୟାନ ପରାଗ ରସେଲଙ୍କ ବଲ୍‌ରେ ହିଟ୍‌ ଉଇକେଟ ହୋଇଥିଲେ। ତେବେ ଏହାପରେ ଜୋଫ୍ରା ଆର୍ଚର ୧୨ ବଲରୁ ୨ ଚୌକା ଓ ୨ ଛକା ସହ ଅପରାଜିତ ୨୭ ରନ କରି ଦଳକୁ ଜିତାଇଥିଲେ। ବୋଲିଂରେ କୋଲକାତା ତରଫରୁ ଚାଓ୍ବଲା ୩, ନାରିନ ୨, କ୍ରିଷ୍ଣା ଓ ରସେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଉଇକେଟର ପତନ ହେଉଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଉପଯୋଗୀ ତଥା ଦ୍ରୁତ ଇନିଂସ ଖେଳି କୋଲକାତାକୁ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନ କରିଥିଲେ। କାର୍ତ୍ତିକ  ୫୦ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୯ ଛକା ସହ ୯୭ ରନ କରି ଅପରାଜିତ ରହିଥିଲେ ଓ ମାତ୍ର ୩ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଓପନର କ୍ରିସ୍‌ ଲିନ୍‌ଙ୍କୁ ତୃତୀୟ ବଲରେ ହରାଇ ଦଳ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିନ୍‌ ଖାତା ଖୋଲି ନ ପାରି ବରୁନ ଆରୋନଙ୍କ ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୧୪ ବଲରୁ ୨ ଚୌକା ସହ ୧୪ ରନ କରିଥିବା ବେଳେ କ୍ଲିନ୍‌ ବୋଲ୍ଡ ହେବା ସହ ଆରୋନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଇନ୍‌ଫର୍ମ ନୀତୀଶ ରାଣା ୨୬ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ସହ ମାତ୍ର ୨୧ ରନ କରି ଶ୍ରେୟାସ ଗୋପାଲଙ୍କ ବଲ୍‌ରେ ଆରୋନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରିନ ୮ ବଲରୁ ୧ ଚୌକା ଓ ୧ ଛକା ସହ ୧୧ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ କୋଲକାତା ୮୦ ରନରେ ୪ ଉଇକେଟ ହରାଇଥିଲା। ତେବେ ପଞ୍ଚମ ଉଇକେଟ ଯୋଡିରେ ଅଧିନାୟକ ଦୀନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ୩୯ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ରସେଲ ୧୪ ବଲରୁ ୧ ଛକା ସହ ୧୪ ରନ କରି ଓଶେନ୍‌ ଥୋମାସଙ୍କ ବଲ୍‌ରେ ଓ କାର୍ଲୋସ ବ୍ରାଥଓ୍ବେଟ ୫ ରନ କରିଥିବା ବେଳେ ଉନାଡକଟଙ୍କ ଦ୍ୱାରା ଆଉଟ ହୋଇଥିଲେ। ରିଙ୍କୁ ସିଂ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ  ରାଜସ୍ଥାନ ତରଫରୁ ଆରୋନ ୨, ଥୋମାସ, ଗୋପାଲ ଓ ଉନାଡ଼କଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି କ’ଣ ହେଲା ଯେ ଭାଇଙ୍କ ଉପରେ ଖୁବ ରାଗିଲେ ରୋହିତ ଶର୍ମା, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୭।୫: ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିବା ଭାରତର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) ଦ୍ୱାରା ସମ୍ମାନିତ କରାଯାଇଛି। ମୁମ୍ବାଇର...

ଓ୍ବେଷ୍ଟଇଣ୍ଡିଜକୁ ମିଳିଲା ନୂଆ ଅଧିନାୟକ, ଜାଣନ୍ତୁ…

ଜମାଇକା,୧୭ା୫: ରୋଷ୍ଟନ ଚେଜଙ୍କୁ ଓ୍ବେଷ୍ଟଇଣ୍ଡିଜ ପୁରୁଷ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୨ ବର୍ଷ ତଳେ ଅନ୍ତିମ ଟେଷ୍ଟ ଖେଳିଥିବା ୩୩...

Live ମ୍ୟାଚ୍‌ରେ ଖେଳାଳିଙ୍କୁ ମହୁମାଛି ଆକ୍ରମଣ, ଜୀବନ ବଞ୍ଚାଇବାକୁ…Video

ନୂଆଦିଲ୍ଲୀ,୧୭।୫: କାଉଣ୍ଟି ଚାମ୍ପିଅନସିପ ଡିଭିଜନ ୱାନ୍‌ର ଏକ ମ୍ୟାଚ୍‌ ସମୟରେ ଏପରି ଏକ ଘଟଣା ଘଟିଛି, ଯେଉଁଥିଲାଗି ମ୍ୟାଚ କିଛି ସମୟ ପାଇଁ ବନ୍ଦ କରିବାକୁ...

ସଚିନ ତେନ୍ଦୁଲକରଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ସଫଳତା, ଗାଭାସ୍କରଙ୍କ ପରେ ପାଲଟିଲେ ଦ୍ୱିତୀୟ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୭।୫: କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’...

ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, IPL 2026 ଖେଳିବାକୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ,୧୭।୫: ପୁଣି ଥରେ IPL 2025 ଶନିବାର ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଲିଗର ୧୮ତମ ସିଜିନକୁ ମଝିରେ...

ଆଜିଠୁ ଆଇପିଏଲ୍‌-୨୦୨୫ ପୁଣି ଆରମ୍ଭ: ବଢିଲା ଦର୍ଶକଙ୍କ ଉତ୍କଣ୍ଠା

ବେଙ୍ଗାଲୁରୁ, ୧୭।୫: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ଭାଗ ଶନିବାରଠାରୁ ପୁଣି ଆରମ୍ଭ ହେବାକୁ...

ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା

ଦୋହା, ୧୭ା୫:ଭାରତର ତାରକା ଆଥଲେଟ୍‌ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍‌ ଥ୍ରୋ କରି ଇତିହାସ...

ପାକିସ୍ତାନ ଟିମ୍‌ରେ ବଡ଼ ଭୂକମ୍ପ, ଅଧିନାୟକଙ୍କ…

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ଟିମ୍‌ରେ ବିଶୃଙ୍ଖଳା ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ ଶାନ ମାସୁଦଙ୍କ ପଦ ବିପଦରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାସୁଦଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri