ରାଜମିସ୍ତ୍ରି ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୧ା୩: ୨୦୧୭ ଜୁନରେ ଜଗତ୍‌ସିଂହପୁର ଥାନା ଶାଳିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅନ୍ଧୁଟୀରେ ରାଜମିସ୍ତ୍ରି ଶରତ ରାୟ (୬୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ (ଏଡିଜେ) ଇତିଶ୍ରୀ ମାଳବିକା ଭୂୟାଁ ଅଭିଯୁକ୍ତ ଶୋଭାରାଣୀ ମହାରଣାଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି।
ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଡଭୋକେଟ ଭଜହରି କର କହିଛନ୍ତି, ରାଜମିସ୍ତ୍ରି ଶରତ ୨୦୧୭ ଜୁନ୍‌ ୭ରେ କାମ କରିବାକୁ ଯାଇ ଆଉ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଚିନ୍ତିତ ହେବା ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନ ଥିଲେ। ପରଦିନ ସକାଳେ ଅନ୍ଧୁଟୀର କେତେଜଣ ଲୋକ ନିକଟସ୍ଥ ପାଟକୁ ଶୌଚ ହେବାକୁ ଯାଇଥିବା ବେଳେ ଶରତଙ୍କ ମୃତଦେହ ଦେଖି ଗାଁରେ ସୂଚନା ଦେଇଥିଲେ। ଏନେଇ ଶରତଙ୍କ ପୁଅ ଶ୍ରୀକାନ୍ତଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ. ୧୫୭/୧୭) ରୁଜୁ କରି ମୃତଦେହ ପଞ୍ଚନାମା କରିଥିଲା। ତଦନ୍ତ ବେଳେ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଶାଳିଜଙ୍ଗ ହଂସରାମପାଟଣାର ଶୋଭାରାଣୀ ମହାରଣାଙ୍କ ସହ ଶରତଙ୍କ ସମ୍ପର୍କ କଥା ଜଣାପଡ଼ିଥିଲା। ଶୋଭାରାଣୀ କିନ୍ତୁ ଚଞ୍ଚକତାପୂର୍ବକ ତଦନ୍ତର ମୋଡ଼ ବଦଳାଇବା ପାଇଁ ଅନ୍ୟ ଜଣେ ଲୋକଙ୍କ ନଁ। କହିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ହତ୍ୟାକାଣ୍ଡରେ ସମ୍ପୃକ୍ତ ନ ଥିବା ଜଣାଯାଇଥିଲା। ପରେ ଜଣେ ମହିଳାଙ୍କ କଥାରୁ ପୋଲିସକୁ ସଫଳତା ମିଳିଥିଲା। ମହିଳା ଜଣକ କହିଥିଲେ ଯେ, ଜୁନ୍‌ ୭ ତାରିଖରେ ଶୋଭାରାଣୀଙ୍କୁ ସାଇକେଲରେ ବସାଇ ଶରତ ନେଇଥିଲେ। କିନ୍ତୁ ରାତି ୯ଟାରେ ଶୋଭାରାଣୀ ଏକୁଟିଆ ଫେରିଥିଲେ। ଶୋଭାରାଣୀଙ୍କୁ ପୋଲିସ ଗିରଫ କଲାପରେ ସେ ସବୁକଥା ମାନିଥିଲେ। ସେ ଜଣେ ବିଧବା। ଝିଅ ବାହାଘର ସାରିଥିଲେ। ଶରତଙ୍କ ସହ ସେ କାମ କରିବାକୁ ଯାଉଥିଲେ। ତେଣୁ ଭରସା କରି ଜମିପଟ୍ଟା, ସୁନା ନାକଫୁଲ, ଟଙ୍କା ଆଦି ଶରତଙ୍କୁ ଦେଇଥିଲେ। ହତ୍ୟାର ୨୦/୨୫ ଦିନ ପୂର୍ବରୁ କାଗଜପତ୍ର, ଟଙ୍କା ଓ ସୁନା ନାକଫୁଲ ଆଦି ଶରତଙ୍କଠାରୁ ନେବା ପାଇଁ ଶୋଭାରାଣୀ ଚାହିଁଥିଲେ। କିନ୍ତୁ ଶରତ ନ ଦେବାରୁ ଝଗଡ଼ା ହୋଇଥିଲା। ତା’ପରେ ସେ ଏଭଳି କାଣ୍ଡ କରିଥିଲେ। ଶୋଭାରାଣୀଙ୍କ ବୟାନ ଆଧାରରେ ପୋଲିସ ଶରତଙ୍କ ଘରେ ପହଞ୍ଚି ଉପରୋକ୍ତ କାଗଜପତ୍ର ଜବତ କରିଥିଲା। ୧୪ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri