ରାଜମିସ୍ତ୍ରି ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୧ା୩: ୨୦୧୭ ଜୁନରେ ଜଗତ୍‌ସିଂହପୁର ଥାନା ଶାଳିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅନ୍ଧୁଟୀରେ ରାଜମିସ୍ତ୍ରି ଶରତ ରାୟ (୬୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ (ଏଡିଜେ) ଇତିଶ୍ରୀ ମାଳବିକା ଭୂୟାଁ ଅଭିଯୁକ୍ତ ଶୋଭାରାଣୀ ମହାରଣାଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି।
ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଡଭୋକେଟ ଭଜହରି କର କହିଛନ୍ତି, ରାଜମିସ୍ତ୍ରି ଶରତ ୨୦୧୭ ଜୁନ୍‌ ୭ରେ କାମ କରିବାକୁ ଯାଇ ଆଉ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଚିନ୍ତିତ ହେବା ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନ ଥିଲେ। ପରଦିନ ସକାଳେ ଅନ୍ଧୁଟୀର କେତେଜଣ ଲୋକ ନିକଟସ୍ଥ ପାଟକୁ ଶୌଚ ହେବାକୁ ଯାଇଥିବା ବେଳେ ଶରତଙ୍କ ମୃତଦେହ ଦେଖି ଗାଁରେ ସୂଚନା ଦେଇଥିଲେ। ଏନେଇ ଶରତଙ୍କ ପୁଅ ଶ୍ରୀକାନ୍ତଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ. ୧୫୭/୧୭) ରୁଜୁ କରି ମୃତଦେହ ପଞ୍ଚନାମା କରିଥିଲା। ତଦନ୍ତ ବେଳେ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଶାଳିଜଙ୍ଗ ହଂସରାମପାଟଣାର ଶୋଭାରାଣୀ ମହାରଣାଙ୍କ ସହ ଶରତଙ୍କ ସମ୍ପର୍କ କଥା ଜଣାପଡ଼ିଥିଲା। ଶୋଭାରାଣୀ କିନ୍ତୁ ଚଞ୍ଚକତାପୂର୍ବକ ତଦନ୍ତର ମୋଡ଼ ବଦଳାଇବା ପାଇଁ ଅନ୍ୟ ଜଣେ ଲୋକଙ୍କ ନଁ। କହିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ହତ୍ୟାକାଣ୍ଡରେ ସମ୍ପୃକ୍ତ ନ ଥିବା ଜଣାଯାଇଥିଲା। ପରେ ଜଣେ ମହିଳାଙ୍କ କଥାରୁ ପୋଲିସକୁ ସଫଳତା ମିଳିଥିଲା। ମହିଳା ଜଣକ କହିଥିଲେ ଯେ, ଜୁନ୍‌ ୭ ତାରିଖରେ ଶୋଭାରାଣୀଙ୍କୁ ସାଇକେଲରେ ବସାଇ ଶରତ ନେଇଥିଲେ। କିନ୍ତୁ ରାତି ୯ଟାରେ ଶୋଭାରାଣୀ ଏକୁଟିଆ ଫେରିଥିଲେ। ଶୋଭାରାଣୀଙ୍କୁ ପୋଲିସ ଗିରଫ କଲାପରେ ସେ ସବୁକଥା ମାନିଥିଲେ। ସେ ଜଣେ ବିଧବା। ଝିଅ ବାହାଘର ସାରିଥିଲେ। ଶରତଙ୍କ ସହ ସେ କାମ କରିବାକୁ ଯାଉଥିଲେ। ତେଣୁ ଭରସା କରି ଜମିପଟ୍ଟା, ସୁନା ନାକଫୁଲ, ଟଙ୍କା ଆଦି ଶରତଙ୍କୁ ଦେଇଥିଲେ। ହତ୍ୟାର ୨୦/୨୫ ଦିନ ପୂର୍ବରୁ କାଗଜପତ୍ର, ଟଙ୍କା ଓ ସୁନା ନାକଫୁଲ ଆଦି ଶରତଙ୍କଠାରୁ ନେବା ପାଇଁ ଶୋଭାରାଣୀ ଚାହିଁଥିଲେ। କିନ୍ତୁ ଶରତ ନ ଦେବାରୁ ଝଗଡ଼ା ହୋଇଥିଲା। ତା’ପରେ ସେ ଏଭଳି କାଣ୍ଡ କରିଥିଲେ। ଶୋଭାରାଣୀଙ୍କ ବୟାନ ଆଧାରରେ ପୋଲିସ ଶରତଙ୍କ ଘରେ ପହଞ୍ଚି ଉପରୋକ୍ତ କାଗଜପତ୍ର ଜବତ କରିଥିଲା। ୧୪ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭଗୃହରେ ପୂଜାର୍ଚ୍ଚନା ସମୟର ଫଟୋ ଭାଇରାଲ

ଭୁବନେଶ୍ୱର,୯।୮(ବ୍ୟୁରୋ):ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ଅମିତ୍‌ ଶାହା ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ବ୍ୟକ୍ତିଙ୍କ ଫେସବୁକରେ ଏହି ଫଟୋ...

ଶେଷ ହେଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ ନିର୍ବାଚନ

ଝାରସୁଗୁଡ଼ା ଅଫିସ,୨୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ(ବିଟିଓଏ)ର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ୧୭ ଜଣ...

ଗଞ୍ଜେଇ ବ୍ୟବସାୟ କରି କୋଟିପତି

ଛେଣ୍ଡିପଦା, ୨୮ା୧୧(ସ୍ବ.ପ୍ର.)-ଗଞ୍ଜେଇ ବ୍ୟବସାୟ କରି ଛିଡ଼ା କରିଥିଲେ ବିଶାଳ ସାମ୍ରାଜ୍ୟ। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଚାଲିଥିଲା କୋଟି...

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ...

୧୦୬ ଏମରଜେନ୍ସି ରେସପନ୍ସ ଗାଡ଼ିର ଶୁଭାରମ୍ଭ

କଟକ ଅଫିସ,୫ା୪: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏମରଜେନ୍ସି ରେସପନ୍ସ...

ଅନିଶ୍ଚିତତାରେ ଗ୍ରାମ୍ୟ ପର୍ଯ୍ୟଟନ

ଢେଙ୍କାନାଳ ଅଫିସ, ୧୧।୧୧: ପରିବେଶ ପର୍ଯ୍ୟଟନକୁ ନେଇ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲା। ସବୁଜିମା ବଳୟ ଘେରା କପିଳାସ ହେଉ...

ଛୁଟିରେ ଘରକୁ ଆସିଥିଲେ: କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨ା୭(ସ୍ବ.ପ୍ର.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ମାଓବାଦୀ ମାନେ ସକ୍ରିୟ ହୋଇଛନ୍ତି। ଜଣେ ସହକାରୀ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ସୋମାର...

କେଜିବିଭି ହଷ୍ଟେଲରେ ପାଣି ସମସ୍ୟା, ଛାତ୍ରୀଙ୍କୁ ଧମକଚମକ: ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସିନୀ

ଲୋଇସିଂହା,୬।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ(କେଜିବିଭି)ର ଅନ୍ତେବାସିନୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ପ୍ରତିବାଦ କଲେ ସେମାନଙ୍କୁ...

Advertisement
Archives

Model This Week