Posted inଜାତୀୟ

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ କେତେକ ପଦକ୍ଷେପ ନେବା ସକାଶେ ନିର୍ବାଚନ କମିଶନ (ଇସି)ଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜନୈତିକ ଦଳଗୁଡ଼ିକ ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଇସି।
୨୦୧୮ ଅକ୍ଟୋବର ୧୦ରେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ନିର୍ବାଚନୀ ସଂସ୍କାର ସକାଶେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ସେପ୍ଟେମ୍ବରରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିଜ ନିଜ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରାର୍ଥୀମାନଙ୍କ ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ନିଜ ଓ୍ବେବ୍‌ସାଇଟ୍‌ରେ ସୂଚନା ଦେବେ। ପ୍ରାର୍ଥୀ ଓ ଦଳ ଏକ ଘୋଷଣାନାମା ଜାରି କରିବା ସହ ସେ ସମ୍ପର୍କିତ ତଥ୍ୟଗୁଡ଼ିକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବହୁଳ ପ୍ରକାଶନ-ପ୍ରସାରଣ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି। ଶୀର୍ଷ ଅଦାଲତଙ୍କ ଏହି ତାଗିଦ ସତ୍ତ୍ୱେ ରାଜନୀତିର ଅପରାଧୀକରଣ ଚାଲିଛି। ଏଥିପାଇଁ ଏକ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ପଡ଼ିବ ବୋଲି ଇସି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଇସି ଆହୁରି କହିଛନ୍ତି ଯେ, ଯେଉଁ ପ୍ରାର୍ଥୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେମାନେ ନିଜ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ସତ୍ୟପାଠରେ ଘୋଷଣା କରିବା ବିଶେଷ ସହାୟକ ହୋଇନାହିଁ। ତେଣୁ ରାଜନୈତିକ ଦଳଗୁଡ଼ିକୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନ ସପ୍ତାହେ ମଧ୍ୟରେ ଏକ ନୂଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରନ୍ତୁ, ଯାହାକି ଜାତୀୟ ସ୍ବାର୍ଥ ପାଇଁ ରାଜନୀତିକୁ ଅପରାଧରୁ ମୁକୁଳାଇ ହେବ। ଏଥିସହ ଖଣ୍ଡପୀଠ ଭାଜପା ନେତା ତଥା ଆଇନଜୀବୀ-ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଏବଂ ଇସିଙ୍କୁ ଏକାଠି ବସି ଏହାର ମୁକାବିଲା ପାଇଁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ ଇସିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଥିଲେ, ନିର୍ବାଚନ କମିଶନ ଅପରାଧରୁ ରାଜନୀତିକୁ ଦୂରେଇ ରଖିବା ସକାଶେ ଅନେକ ପଦକ୍ଷେପ ନେଇଛନ୍ତି। ଅଦାଲତଙ୍କ ୨୦୧୮ର ନିର୍ଦ୍ଦେଶ ସଫଳ ହୋଇନାହିଁ। ତେଣୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ରାଜନୈତିକ ଦଳଗୁଡ଼ିକୁ ଉତ୍ତରଦାୟୀ କରାଯାଉ। ଉପାଧ୍ୟାୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଅଦାଲତଙ୍କୁ କହିଲେ, ବର୍ତ୍ତମାନ ପାର୍ଲାମେଣ୍ଟରେ ଏଭଳି ୪୬% ସଦସ୍ୟ ଅଛନ୍ତି, ଯାହାଙ୍କ ନାମରେ ଆପରାଧିକ ମାମଲା ଗଡ଼ୁଛି। ଏଭଳି ସ୍ଥିତିରେ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଗୃହୀତ ହେବା ସମ୍ଭବପର ଭଳି ମନେହେଉନାହିଁ। ତେଣୁ ସୁପ୍ରିମକୋର୍ଟ ନିଜେ ଏହା ଉପରେ ନିର୍ଦ୍ଦେଶନାମା ଜାରି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗୌରବ ଏକ୍ସପ୍ରେସରେ ୮୦ ଯାତ୍ରୀ ଗୁରୁତର: ବିଷାକ୍ତ ଖାଦ୍ୟ ଦିଆଯାଇଥିବା ଆଶଙ୍କା…

ପୁଣେ,୨୯।୧୧ : ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେଶନରୁ ବଡ ଖବର ଆସିଛି। ଚେନ୍ନାଇରୁ ପୁଣେକୁ ଆସୁଥିବା ଭାରତ ଗୌରବ ଟ୍ରେନର ୮୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ...

ରାଷ୍ଟ୍ରପତିଙ୍କୁ ମିଳିଲା ନୂଆ ଭୋଟର କାର୍ଡ

ନୂଆଦିଲ୍ଲୀ,୨୯ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଠିକଣା ଥିବା ନୂଆ ଭୋଟର କାର୍ଡ ପାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି. କ୍ରିଷ୍ଣମୂର୍ତ୍ତି...

ଉତ୍ସବ ମନାଇ ୭ କଶ୍ମୀରୀ ଛାତ୍ର ଗିରଫ

ଶ୍ରୀନଗର,୨୯ା୧୧: ବିଶ୍ୱକପ୍‌ କ୍ରିକେଟ ଫାଇନାଲ ମ୍ୟାଚ୍‌ରେ ଭାରତର ପରାଜୟକୁ ନେଇ ଉତ୍ସବ ମନାଇବା ସହ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିବା ଜମ୍ମୁ-କଶ୍ମୀରର...

ମଣିପୁର ହିଂସା ମୃତକଙ୍କ ଶେଷକୃତ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ମଣିପୁର ଜାତିଆଣ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ଶବାଗାରରେ ପଡ଼ିରହିଥିବାରୁ ସେଗୁଡ଼ିକର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।...

ଛାଡପତ୍ର ମାମଲାରେ ଚିହିଁକି ଉଠିଲେ କୋର୍ଟ, କହିଦେଲେ ଏମିତି…

ଅହମ୍ମଦବାଦ,୨୮।୧୧: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ ଝଗଡା ଯଦି ଆଇନ ଅନୁସାରେ କ୍ରୁରତା ରୂପ ଧାରଣ କରାଯାଏ ବୋଲି ମାନି ନିଆଯାଏ ତେବେ ସବୁ...

ଅନ୍ଧାରୀ ଟନେଲରୁ ଫେରିଲା ଜୀବନ: ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବରିଷ୍ଠ ବ୍ୟକ୍ତି

ନୂଆଦିଲ୍ଲୀ,୨୮।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ରେସ୍କ୍ୟୁ ହୋଇଛନ୍ତି ୪୧ଶ୍ରମିକ। ଅନ୍ଧାରୀ ଟନେଲରୁ ଫେରିଛି ଜୀବନ। ୧୭ଦିନ ପୂର୍ବେ ଏହି ଜୀବନ ରହିବ କି ନାହିଁ...

ବିହାରରେ ଏକାଡେମିକ କ୍ୟାଲେଣ୍ଡରକୁ ନେଇ ବିବାଦ: ରାମନବମୀ-ଶିବରାତ୍ରୀରେ ଛୁଟି ହେବନି ସ୍କୁଲ, ଇଦରେ ୩ଦିନ ଛୁଟି

ପାଟନା,୨୮।୧୧: ବିହାରର ସରକାରୀ ସ୍କୁଲରେ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରକୁ ନେଇ ଦେଖାଯାଇଛି ବିବାଦ। ଏହି ହଲି ଡେ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବହୁ ପରିବର୍ତ୍ତନ...

୧୭ ଦିନ ପରେ ୪୧ ଶ୍ରମିକ ସୁଡଙ୍ଗରୁ ସୁରକ୍ଷିତ ଉଦ୍ଧାର, ଭିଡିଓ ଭାଇରାଲ…

ଡେରାଡୁନ,୨୮।୧୧ : ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରୁ ବହୁତ ଭଲ ଖବର ଆସିଛି। ଗତ ୧୭ଦିନ ଧରି ସୁଡଙ୍ଗରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କ ପରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri