ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଦିନକୁ ମାତ୍ର ଅଧଘଣ୍ଟା ତ କେବେ ଘଣ୍ଟାଏ ଜଳ ଯୋଗାଣ ହେଉଛି। ପିଇବା ପାଣି ଅଭାବ ସାଙ୍ଗକୁ ଗ୍ରାମ ଜଳାଶୟ ରାଜଘାଇର ପାଣି ୨ମାସରୁ ଉର୍ଦ୍ଧ୍ୱ ହେବ ଅପରିସ୍କାର ହୋଇଛି। ଫଳରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକେ ହୀନସ୍ତା ହେଉଛନ୍ତି। ଏନେଇ ବିଭିନ୍ନ ସମୟରେ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କେହି ସମାଧାନ ପାଇଁ ଆନ୍ତରିକତା ଦେଖାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଉତ୍ତ୍ୟକ୍ତ ଲୋକେ ଭିଡ଼ିଓ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଛନ୍ତି। ଏନେଇ କ୍ରାନ୍ତିକାରୀ କୃଷକ ସମାଜ ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଦୁର୍ଭାଗ୍ୟଜନକ କହିବା ସହ ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ତୁରନ୍ତ ସମାଧାନ ନ ହେଲେ ଜନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗୋପୀନାଥପୁର ଗ୍ରାମରେ ବର୍ତ୍ତମାନ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ଲୋକ ଥିବାବେଳେ ୬ଶହ ଘର ରହିଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏଠାରେ ୩୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ପ୍ରକଳ୍ପ ୨୦୧୧ରେ ନିର୍ମାଣ ହୋଇଥିଲା। ୩୬.୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ସମୟରେ ବହୁ ଟ୍ୟୁବ୍‌ଓ୍ବେଲ ଖୋଳା ଯାଇଛି। ତଥାପି ପିଇବା ପାଣି ସମସ୍ୟା ଦୂର ହୋଇନାହିଁ। ତେବେ ଗ୍ରାମରେ ଥିବା ରାଜଘାଇ ଜଳାଶୟରେ ଗ୍ରାମବାସୀ ଶୌଚ ହେବାସହ ଏହାର ପାଣିକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଥିଲେ। ଫଳରେ ପାନୀୟ ଜଳ ଅଭାବ ନିମନ୍ତେ ଦାବି ଜୋରଦାର ହେଉ ନ ଥିଲା। କିନ୍ତୁ ଗତ ୨ମାସ ତଳେ ଉକ୍ତ ଜଳାଶୟରେ ମାଛ ଚାଷ ନିମନ୍ତେ ଔଷଧ ପକାଯିବା ଫଳରେ ପାଣି ରଙ୍ଗରେ ପରିବର୍ତ୍ତନ ସହ ପିଇବାତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ ହୋଇ ପଡ଼ିଛି। ଫଳରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମର ମନୋଜ ବେହେରା, ପି. ପାର୍ବତୀ, ନୟନୀ ବେହେରା ପ୍ରମୁଖ ତୁରନ୍ତ ସରକାର ଏଥିପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri