ରାଜକୁମରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭବାନୀପାଟଣା/କୋକସରା, ୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗଡ଼ା ପଞ୍ଚାୟତ ଡୋଙ୍ଗରିପଡ଼ାର ରାଜକୁମର ବାଗ (୫୭)। ଗୋଡ଼ ଭାଙ୍ଗିଯିବା ପରେ ବିଛଣାରେ ପଡ଼ି ରହିଛନ୍ତି। ଅର୍ଥାଭାବରୁ ଉନ୍ନତ ଡାକ୍ତରୀ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ସେ ଚେରମୂଳି ଔଷଧ ଖାଉଛନ୍ତି। ତଥାପି ଯନ୍ତ୍ରଣା କମୁନି ା ଭାଗ୍ୟକୁ ଆଦରି ସେହି ଯନ୍ତ୍ରଣାକୁ ସେ ସହି ଚାଲିଛନ୍ତି ା ଏପରି ପରିସ୍ଥିତିରେ ପରିବାର କିପରି ଚଳିବ ସେହି ଚିନ୍ତା ତାଙ୍କୁ ଘାରିଛି ା
ରାଜକୁମର ଜଣେ ଭିନ୍ନକ୍ଷମ ା ତଥାପି ପ୍ରତିଦିନ ଆଖପାଖ ଗଁାରେ ଚଣା, ବାଦାମ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୧୫ଦିନ ତଳେ ସେ କୌଣସି କାମରେ ପାଖ ଗାଁକୁ ଯାଇ ଫେରୁଥିବାବେଳେ ରାସ୍ତାରେ ପଡ଼ିଯାଇ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ଉନ୍ନତ ଚିକିତ୍ସା ନିମନ୍ତେ ବୁର୍ଲା ନେବା ପାଇଁ ପରାମର୍ଶ ଦେଇଥିଲେ ା ହେଲେ ଅର୍ଥାଭାବରୁ ରାଜକୁମରଙ୍କୁ ତାଙ୍କ ପରିବାର ଲୋକେ ବୁର୍ଲା ନେଇ ନ ପାରି ଘରକୁ ଫେରାଇ ଆଣିଥିଲେ ା ପୁଅ ନିରନ (୧୧), ଝିଅ ଦୂର (୬)ଙ୍କ ସହ ଅସୁସ୍ଥ ସ୍ବାମୀଙ୍କୁ ନେଇ କିପରି ଘର ଚଳାଇବେ ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି ସ୍ତ୍ରୀ ଆଶମତୀ। କୁଲିମଜୁରି କରି ବଡ଼କଷ୍ଟରେ ଏବେ ସେ ଘର ଚଳାଉଛନ୍ତି। ଆଶମତୀ କିପରି ରାଜକୁମରଙ୍କ ଚିକିତ୍ସା କରାଇବେ କୁଳକିନାରା ପାଉନାହାନ୍ତି। ପରିବାର ଲୋକ ସରକାରୀ ଓ ବେସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ଏ ନେଇ ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ତଦନ୍ତ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ କରୋନା

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ଡ.ବୃନ୍ଦା ଡି. ଟୁଇଟ...

ଦନ୍ତାହାତୀର ମୃତଦେହ ଠାବ

ନୀଳଗିରି,୧୮ା୭(ସ୍ବ.ପ୍ର.): ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି। ବାଲେଶ୍ୱର...

ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍‌ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ...

ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍‌ଡାଉନ୍‌

ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି...

ପିହୁ ନିଖୋଜ ଘଟଣା: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ବିଞ୍ଝାରପୁର,୩୧ା୮(ଡି.ଏନ.ଏ.): ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ପୋଲିସ ପକ୍ଷରୁ ମଙ୍ଗଳବାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ଯଦି...

ତାଲିକାରେ ନାହିଁ ଅନେକ ନାମ

ଯାଜପୁର ଅଫିସ,୧୨।୬: ରାଜ୍ୟରେ ନକଲି ବିଇଡି/ସିଟି ଡିଗ୍ରୀଧାରୀ ଏବଂ ଆଦିବାସୀ ପ୍ରମାଣପତ୍ରରେ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକ ଧୀରେ ଧୀରେ ଚିହ୍ନଟ ହେଉଛନ୍ତି।...

ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ମାମଲା:ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ ଅଫିସ,୩୦ା୮: ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଗତ ମାମଲାରେ ହସ୍ତକ୍ଷେପ କରିବାକୁ ସୋମବାର ହାଇକୋର୍ଟ ମନା କରିଦେଇଛନ୍ତି। ଏଥିସହ ମୁଖ୍ୟ ବିଚାରପତି...

ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ସୁନ୍ଦରଗଡ଼,୨୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍‌ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ...

Advertisement
Archives

Model This Week