ରାଉରକେଲା ଏନ୍‌ଆଇଟି ଛାତ୍ରଙ୍କ ଗବେଷଣା: କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସୂଚନା ଦେବ ଆପ୍‌

ରାଉରକେଲା ଅଫିସ,୧୫।୩: କରୋନା ଭାଇରସ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି ା ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏନଆଇଟି)ର ଜଣେ ଛାତ୍ର ଓ ତାଙ୍କ ସହଯୋଗୀ ଏକ ମୋବାଇଲ ଆପ୍‌ ଡେଭଲପ୍‌ କରିଛନ୍ତି। ଯାହାଦ୍ୱାରା ଜଣଙ୍କୁ ସନ୍ଧିଗ୍ଧ କରୋନା ସଂକ୍ରମିତ ବୋଲି ଚିହ୍ନଟ କରାଯାଇ ପାରିବ। ମାତ୍ର ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ପଡିବ। ତେବେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ଆସନ୍ତା ଦିନେ,ଦୁଇଦିନ ମଧ୍ୟରେ ତଥ୍ୟ ବା ଏହି ଆପ୍‌ ସାର୍ବଜନୀନ ହେବ ବୋଲି ସମ୍ପୃକ୍ତ ଛାତ୍ର ଜଣକ କହିଛନ୍ତି।

ଏନ୍‌ଆଇଟି ତୃତୀୟ ବର୍ଷ ହ୍ୟୁମାନିଟିଜ୍‌ ବିଭାଗ ତଥା କମ୍ପ୍ୟୁଟର ବ୍ୟାକ୍‌ଗ୍ରାଉଣ୍ଡ ଥିବା ଛାତ୍ର ବିନୀତ କୁମାର(୩୧) ଗତ ୩ ସପ୍ତାହ ଧରି ଏହା ଉପରେ ଗବେଷଣା କରୁଥିଲେ। ଏଥିରେ ତାଙ୍କୁ ସଫଳତା ମିଳିଥିବା ସେ ପରୋକ୍ଷରେ ଦାବି କରିଛନ୍ତି। ପ୍ରଥମେ ଏହି ଆପ୍‌କୁ ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର ମାଧ୍ୟମରେ ମୋବାଇଲରେ ଡାଉନ୍‌ଲୋଡ କରିବାକୁ ହେବ। ୨ ଦିନ ପରେ ଏହା ଆକ୍‌ଟିଭେଟ୍‌ ହୋଇଯିବ। ପରେ ଆଇଆର ସେନ୍ସର ମାଧ୍ୟମରେ କାମ କରୁଥିବା ଏହି ଆପ୍‌ରେ ନିଜ ଫଟୋ ଉଠାଇ ଏଥିରେ ଅପ୍‌ଲୋଡ କରିବାକୁ ପଡିବ। ଏଥିରୁ ବଡି ଟେମ୍ପରେଚର ସହ କରୋନାର ହିଟ୍‌ ପ୍ରୋଫାଇଲକୁ ମ୍ୟାଚ୍‌ କରାଇବାକୁ ପଡିବ। ଫଳରେ ଜଣକୁ କେବଳ ସନ୍ଧିଗ୍ଧ କରୋନା ଆକ୍ରାନ୍ତ ବୋଲି ମୌଖିକ ଭାବେ ଚିହ୍ନଟ କରାଯାଇ ପାରିବ। ଚୂଡାନ୍ତ ଭାବେ ଜଣେ କରୋନା ଆକ୍ରାନ୍ତ କି ନୁହେଁ ତାହା ଏଥିରୁ ସ୍ପଷ୍ଟ ହେବା ଭଳି ବ୍ୟବସ୍ଥା ନାହିଁ। ଜଣଙ୍କୁ ଭାଇରାଲ ଫିଭର ହୋଇଛି ନା କରୋନା ତାହା କେବଳ ସନ୍ଦେହ ପରିସରଭୁକ୍ତ ହୋଇପାରିବ। ପରବର୍ତ୍ତୀ ଅବସ୍ଥାରେ ଜଣେ ଡାକ୍ତରଖାନା ଯାଇ ନିଜ ସନ୍ଦେହ ଦୂର କରିପାରିବ ବୋଲି କୁମାର କହିଛନ୍ତି। ତେବେ ଏନ୍‌ଆଇଟି ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା, ପ୍ରେମିକଙ୍କୁ କାବୁ କରି ଥାନାରେ ଜିମା ଦେଲେ ପ୍ରେମିକା

ତୁମୁଡିବନ୍ଧ,୧୫।୭(ଦୀପକ କୁମାର ପରାସେଠ): ପ୍ରେମର ମିଠା ପ୍ରତିଶ୍ରୁତି ଦେଇ ଶେଷରେ ଜୀବନ ସହ ଖେଳ। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର…

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

କାମ ସାରି ଘରକୁ ଫେରୁଥିଲେ ଯୁବକ, ବାଟରେ ଧକ୍କାଦେଲା ଅଜଣାଗାଡ଼ି, ଘରେ ପହଞ୍ଚିବା ପୂର୍ବରୁ…

ଭଞ୍ଜନଗୀ,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁର ନିକଟରେ ବୁଧବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ସାଗର ବିଷୋୟୀଙ୍କ…

ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri