ରସୁଲପୁରର ୧୪୩ ନମୁନା ନେଗେଟିଭ

ରସୁଲପୁର, ୧୦।୫ (ଡି.ଏନ୍‌.ଏ.)-ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୩୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ରଖାଯାଇଛି। ଗତ ଏପ୍ରିଲ ୨୯ ଓ ୩୦ ତାରିଖରେ ଉକ୍ତ କେନ୍ଦ୍ରଗୁଡ଼ିକରେ ରହୁଥିବା ୧୫୫ଜଣ କୋଲକାତା ଫେରନ୍ତାଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ପୂର୍ବରୁ ୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ରବିବାର ସୁଦ୍ଧା ଅନ୍ୟ ୧୪୩ ଜଣଙ୍କ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଥିବା ବେଳେ ଖୁବ୍‌ ଶୀଘ୍ର ଅନ୍ୟ ୯ଜଣଙ୍କ ରିପୋର୍ଟ ଆସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସହ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିବା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବ୍ଲକ ପ୍ରଶାସନ ଓ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି

କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍‌ହାଉସ୍‌ ଡିଜେ ଅଛନ୍ତି। ଏହି...

ବ୍ରାହ୍ମଣୀ, ବୈତରଣୀରେ ଅଟକିଛି ଏକାଧିକ ପ୍ରକଳ୍ପ

ଯାଜପୁର ଅଫିସ,୮।୯:  ଯାଜପୁର ଜିଲା ଦେଇ ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସ୍ରୋତା ଓ ବିରୂପା ଆଦି ନଦୀ ପ୍ରବାହିତ ହୋଇଛି। ବ୍ରାହ୍ମଣୀନଦୀକୁ ମୁଖ୍ୟତଃ ଚିରସ୍ରୋତା କରାଯିବା...

ବିଞ୍ଝାରପୁରର ୫ ପଞ୍ଚାୟତ ଶଟଡାଉନ

ବିଞ୍ଝାରପୁର, ୪।୪ (ଡି.ଏନ.ଏ) : ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଶୁକ୍ରବାର ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ପକ୍ଷରୁ ଅଧିକ...

ଓଭରଲୋଡିଂ ମୋରମ ପରିବହନ, ଦବୁଛି ରାସ୍ତା

ଯାଜପୁର ଅଫିସ,୯।୧: ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଅନତି ଦୂର ଯାଜପୁର ତହସିଲ ଅଧୀନ ବୈତରଣୀ ନଦୀର ଦେବୀଗୌଡ଼ା ଘାଟରୁ ମେଶିନ ଲଗାଇ ବାଲି ଉତ୍ତୋଳନ ହେଉଛି। ଏହାକୁ...

ଦଶରଥପୁର ବିଡିଓଙ୍କ ନାମରେ ମାମଲା ରୁଜୁ

ଯାଜପୁର ଅଫିସ,୭।୨: ଯାଜପୁର ଜିଲା ଦଶରଥପୁର ବ୍ଲକରେ ଗତ ୧ ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ମଙ୍ଗଳପୁର ପୋଲିସ ଉଭୟପକ୍ଷଙ୍କ ଅଭିଯୋଗ ଉପରେ ୨ଟି ମାମଲା ରୁଜୁ...

ଜଳସେଚନ ଆଶାରେ ବିତିଲା ୮ ବର୍ଷ

ଯାଜପୁର ଅଫିସ/ବରୀ, ୨୩।୧୦ (ଡି.ଏନ୍‌.ଏ.): ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ଉଚ୍ଚ ଭୂମିରେ ଥିବା ଚାଷଜମିକୁ...

ରାହାଡପୁର ପାହାଡ଼ରେ ଚଢ଼ାଉ: ଖାଦାନ ରାସ୍ତା କାଟି ଅଲଗା କଲା ତହସିଲ ପ୍ରଶାସନ, ହାଇୱା ସହ ୨ ଟ୍ରକ୍‌ ଜବତ

ଧର୍ମଶାଳା/ଚଢେଇଧରା.୨୨ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ପାହାଡରୁ ବେଆଇନ ପଥର ଉତ୍ତୋଳନ ରୋକିବା ନେଇ ଗୁରୁବାର ତହସିଲ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ପାହାଡରେ...

ଅଦିନିଆ ବର୍ଷା : ବ୍ୟାପକ ଫସଲ କ୍ଷୟକ୍ଷତି

ସିଂହପୁର,୮।୨(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତିନିଦିନ ହେଲା ଝିପିଝିପି ବର୍ଷା ଲାଗି...

Play 250+ Trending Games
Archives

Model This Week

Why Dharitri