ରବିବାର ସକାଳ ୬ରୁ ୭ଟା ଯାଏ ବନ୍ଦ ରହିବ ହେଲ୍ପଲାଇନ୍‌ ୧୦୪

ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ବିଶ୍ୱ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ବିଷୟରେ କୌଣସି ପ୍ରକାରର ସହାୟତା ପାଇଁ ରାଜ୍ୟ ସରକାର ପକ୍ଷରୁ ହେଲ୍ପ ଲାଇନ ୧୦୪ ନମ୍ବର ଜାରି କରାଯାଇଛି। ଯେ କେହି ବି ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଥଣ୍ଡା, ଜ୍ୱର, କାଶ କିମ୍ବା କରୋନା ରୋଗ ସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ୧୦୪ ନଂରେ ଯୋଗାଯୋଗ କରି ଡାକ୍ତରମାନଙ୍କଠାରୁ ପରାମର୍ଶ ନେଇପାରିବେ। କିନ୍ତୁ ରବିବାର ତଥା ମାର୍ଚ୍ଚ ୨୯ରେ ଏହି ହେଲ୍ପ ଲାଇନ ନମ୍ବର ୧୦୪ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବନି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛିି। ଏଥିରେ କୌଣସି ରକ୍ଷଣାବେକ୍ଷଣରେ କାର୍ଯ୍ୟ ଏବଂ ଟେକ୍ନିକାଲର ଅପଗ୍ରେଡେଶନ ଯୋଗୁ ଏହାକୁ ଏକ ଘଣ୍ଟା ଯାଏ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସହଯୋଗ ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‌କଟକଣାରେ ପାଳନ ହେଲା ଓଡ଼ିଆ ନବବର୍ଷ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା କଟକଣା ମଧ୍ୟରେ ବୁଧବାର ରାଜଧାନୀରେ ପାଳନ ହୋଇଛି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି। ଘରେ ଘରେ ଲୋକେ ପଣା ସଂକ୍ରାନ୍ତି...

ବୁଧବାର ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ବୁଧବାର ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଭାରତ ବନ୍ଦ ଯୋଗୁ ବସ୍‌ ଚଳାଚଳ କରିବ ନାହିଁ। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି...

ବିଭିନ୍ନ ସହରରେ ଅଗ୍ନିଶମ ବିଭାଗର ଚଢ଼ାଉ: କୋଚିଂ ସେଣ୍ଟରଗୁଡ଼ିକରେ ବିପଜ୍ଜନକ ସ୍ଥିତି, ଏଷ୍ଟିଂଗୁଇସର ଝୁଲାରେ ସୀମିତ ରହିଛି ଆଇନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)-ଗୁଜରାଟର ସୁରଟରେ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଗୃହ ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା...

‘ପାଟଣାଗଡ଼’ ରିଲିଜ୍‌ ଉପରେ ରୋକ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରେ ନିର୍ମିତ ଫିଲ୍ମ ‘ପାଟଣାଗଡ଼’କୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହା ଉପରେ...

ସୁର ସାମ୍ରାଜ୍ଞୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସୋମବାର ହେଉଛି ଜନ୍ମଦିନ। ସେ ସେପ୍ଟେମ୍ବର ୨୮, ୧୯୨୯ ମସିହାରେ ପ୍ରସିଦ୍ଧ ସଙ୍ଗୀତକାର ଦିନାଥ ମଙ୍ଗେସକରଙ୍ଗ କୋଳରେ...

ନୀଳଗିରି ଲାଙ୍ଗୁର ମାଙ୍କଡ଼ ଗୁରୁତର

ନରାଜ,୧୮ା୫(ଡି.ଏନ୍‌.ଏ.): ଚଳିତବର୍ଷ ନନ୍ଦନାକାନନରେ ପ୍ରଥମ କରି ଶୁକ୍ରବାର ଜନ୍ତୁଙ୍କ ଉପରେ ଗ୍ରୀଷ୍ମ ତାପର ପ୍ରଭାବ ଦେଖିବାକୁ ମିଳିଛି। ନନ୍ଦନକାନନ ଖୁଆଡ ନଂ ୫୩ରେ ରହୁଥିବା ଅଣ୍ଡିରା...

ଏଥର ଇ-ବିଧାନସଭା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଆସନ୍ତା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବ। ଗୃହର ସମସ୍ତ କାର୍ଯ୍ୟବିଧି ବିନା କାଗଜରେ ଅନଲାଇନ ଜରିଆରେ ସମ୍ପାଦନ କରାଯିବ। ଅନୁରୂପ...

ଆଜିଠୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା, ଖବରଦାତା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସାଧାରଣ ଲୋକମାନେ ସୋମବାର ଠାରୁ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ନିଜର ଅଭିଯୋଗ ରଖିପାରିବେ। କରୋନା ଲାଗି ଦୀର୍ଘ ୨...

Advertisement
Archives

Model This Week