ରବିନାରାୟଣଙ୍କୁ ଭଞ୍ଜଭାରତୀ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୫ା୩(ବ୍ୟୁରୋ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ବତ ସୃଷ୍ଟିରେ ଭରିରହିଛି କାଳଜୟୀ ମୂଲ୍ୟବୋଧର ଉଚ୍ଚାଙ୍ଗ ଦିଗ୍‌ଦର୍ଶନ। ସାହିତ୍ୟ ଓ ସାମାଜିକ ଜୀବନର ଅମୂଲ୍ୟ ସମ୍ପଦ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସାରସ୍ବତ ଅନୁଷ୍ଠାନ ‘ଭୁବନେଶ୍ୱର ଭଞ୍ଜଭାରତୀ’ ପକ୍ଷରୁ ସୂଚନା ଭବନଠାରେ ଆୟୋଜିତ ‘ଓଡ଼ିଆ ସାହିତ୍ୟ ସମାରୋହ-୨୦୨୦’ର ଶେଷ ସନ୍ଧ୍ୟାରେ ଯୋଗଦେଇଥିବା ଅତିଥିମାନେ ଏହି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ପ୍ରଶାସକ ଦିଲୀପ ସାମନ୍ତରାୟ ଯୋଗଦେଇ ସାହିତ୍ୟ ଜଗତରେ କବି ଗଙ୍ଗାଧରଙ୍କ ସ୍ଥାନ ସ୍ବତନ୍ତ୍ର ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ସାରସ୍ବତ ସାଧକ ଡ. ରବିନାରାୟଣ ସେନାପତିଙ୍କୁ ମର୍ଯ୍ୟାଦାଜନକ ‘ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ-୨୦୨୦’ରେ ସମ୍ମାନିତ କରାଯାଇଥିଲା। ମେହେର ସାହିତ୍ୟ ଗବେଷକ ଡ. ଶ୍ୟାମ ଭୋଇ ଅନ୍ୟତମ ଅତିଥିଭାବେ ଯୋଗଦେଇ ଗଙ୍ଗାଧରଙ୍କ କାବ୍ୟ ଓ କ୍ଷୁଦ୍ରକବିତା ଉଭୟରେ ଥିବା ସଦାଚାର, ସହନଶୀଳତା ଓ ଶୃଙ୍ଖଳା ବିଷୟରେ କହିଥିଲେ। ଅନୁଷ୍ଠାନର ସମ୍ପାଦକ ଡ. କୃଷ୍ଣକେଶବ ଷଡ଼ଙ୍ଗୀ ଗଙ୍ଗାଧରଙ୍କ ସୃଷ୍ଟ ତପସ୍ବିନୀ ମହାକାବ୍ୟ ସମ୍ପର୍କରେ ବିଶଦ୍‌ଭାବେ ଆଲୋଚନା କରିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ମହାପାତ୍ର ମିନତି ଭଞ୍ଜ ଓ ସାଥୀଙ୍କ ଦ୍ୱାରା ମେହେର ସଙ୍ଗୀତ ପରିବେଷଣ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରାଣବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ...

ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ

କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ...

ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା...

ଚଳଚଞ୍ଚଳ ହେଲାଣି ପକ୍ଷୀଙ୍କ ଭୂସ୍ବର୍ଗ

ଖୋର୍ଦ୍ଧା ଅଫିସ,୨୫ା୧୦: ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ଚଳିତ ବର୍ଷ ଅକ୍ଟୋବର ୨ୟ...

ନାଉଗାଁ ତହସିଲ: ୨୨ ପଦବୀରୁ ୧୩ ଫାଙ୍କା

ନାଉଗାଁ,୯ା୬(ସ୍ବ.ପ୍ର.): ଜନସାଧାରଣଙ୍କୁ ସୁବିଧାରେ ପ୍ରଶାସନିକ ସେବା ଯୋଗାଇ ଦେବା ସହ ରାଜସ୍ବ ଆଦାୟ ପାଇଁ ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଛି। ଏହି...

ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ, ସହରରେ ୧୪୪ ଧାରା ଜାରି

ଯାଜପୁର ଅଫିସ,୧୬।୩: ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି।  ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି...

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ

ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ...

ରଜରେ ନିଆରା ପରମ୍ପରା: କୁମାରୀଙ୍କ କଣ୍ଢେଇ ବାହାଘର

କାକଟପୁର, ୧୩।୬(ଡି.ଏନ୍‌.ଏ.)-ରଜ ଆସିଲେ ଉତ୍ସବ ମୁଖର ହୋଇପଡେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର ଗଁା। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ଗଁାରେ ଚଳିଆସିଛି ଏକ...

Advertisement
Archives

Model This Week