ରପେୟା ସରକାରୀ ହାଇସ୍କୁଲରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା ଜାରି

ଖଇରା, ୨୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରପେୟା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ, କିରାଣି ଏବଂ ପିଅନ ପଦବୀ ପୂରଣ ଲାଗି ଛାତ୍ରୀଛାତ୍ର, ଅଭିଭାବକ ତଥା ସ୍ଥାନୀୟ ଉକତ୍ଳ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ସ୍କୁଲ ସମ୍ମୁଖରେ ସୋମବାରଠାରୁ ଧାରଣାରେ ବସିଛନ୍ତି। ମଙ୍ଗଳବାର ମଧ୍ୟ ଧାରଣା ଜାରି ରହିଛି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରଖିବାକୁ ବିଷ୍ଣୁ ଜେନା, କବିତା ଦାସ, ବାସନ୍ତୀ ଲେଙ୍କା, ଅଗଣି ଜେନା କମଳାମଣି ଜେନା, ମୂରଲୀଧର ଘଡେଇ, ସୁବାସ ଜେନା, ହରିଶ୍‌ ସିଂ ଓ ଅକ୍ଷୟ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ଧରି ହାଇସ୍କୁଲର ପ୍ରଧାନ ଶିକ୍ଷକ, କିରାଣି ଏବଂ ପିଅନ ପଦବୀ ଖାଲି ପଡିଛି। ଏହି ବିଦ୍ୟାଳୟରେ ୮ମରୁ ୧୦ମ ପର୍ଯ୍ୟନ୍ତ ୧୫୦ଜଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ପାଇଁ ମୋଟ ୫ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ଏଥିମଧ୍ୟରୁ ଜଣେ ଖେଳ ଶିକ୍ଷୟିତ୍ରୀ ଥିବା ବେଳେ ଅନ୍ୟ ଜଣେ ହିନ୍ଦୀ ଶିକ୍ଷୟିତ୍ରୀ ସପ୍ତାହର ତିନିଦିନ କ୍ଲାସ କରନ୍ତି। ଜଣେ ଶିକ୍ଷକ ବିଦ୍ୟାଳୟର ସମସ୍ତ କାଗଜପତ୍ର କାମ କରୁଥିବା ବେଳେ ଅନ୍ୟ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟର କେମିତି ପାଠପଢା ହେବ ସେନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀ ଏ ପ୍ରସଙ୍ଗରେ ଜିଲାପାଳ, ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଅବଗତ କରାଇଆସୁଛନ୍ତି। ହେଲେ ଚିଠି ମାଧ୍ୟମରେ ପ୍ରତିଥର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ମାତ୍ର ଯଦି ଏହି ସମସ୍ୟା ଧାରଣା ମାଧ୍ୟମରେ ସମାଧାନ କରା ନ ଯାଏ ତା’ ହେଲେ ସମସ୍ତ ଅଭିଭାବକ ଓ ଉକତ୍ଳ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ରଙ୍କୁ ପଚାରିବାରେ ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ଜିମ୍ନାସିୟମ

ଜଗତ୍‌ସିଂହପୁର ଅଫିସ, ୧୬ା୯:ଜଗତ୍‌ସିଂହପୁର ସହରରେ ଜିମ୍ନାସିୟମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ବର୍ଷ ତଳୁ ତିଆରି ପାଇଁ ଚିନ୍ତା କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ...

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଥିବା ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ...

ଲକ୍‌ଡାଉନ୍‌ ଯୋଗୁ ମହଙ୍ଗା ମାଡ଼: ପିଆଜ ନୁହେଁ ଏବେ କନ୍ଦାଉଛି ଆଳୁ

ବିଜେପୁର,୨୬।୩(ଡି.ଏନ୍‌.ଏ.): କରୋନା ଯୋଗୁ ସାରା ରାଜ୍ୟ ଲକ୍‌ଡାଉନ୍‌। ହେଲେ ପରିବା, ରାସନ, ମାଛ, ମାଂସ ଦୋକାନ ଖୋଲା ରହିଛି। ହେଲେ ଏହାର ଫାଇଦା ନେବାକୁ ଅସାଧୁ...

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା...

ତହସିଲଦାର ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

ରାୟଗଡ଼ା ଅଫିସ,୨ା୯: କର୍ତ୍ତବ୍ୟରେ ଅବହେଳା ବିରୋଧରେ ରାୟଗଡ଼ା ଜିଲାପାଳ ସ୍ବଧାଦେବ ସିଂ ଶୁକ୍ରବାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାଶୀପୁର ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର ୩୦...

ହସ୍ତକଳା କରିଛି ସ୍ବାବଲମ୍ବୀ

ଚିତ୍ରଡ଼ା,୨୫।୪(ଡି.ଏନ.ଏ.)- ହାଣ୍ଡିଶାଳରୁ ମହାକାଶ। ଘର ଅଗଣାରୁ ସଂସଦ ଭବନ। ସବୁ କ୍ଷେତ୍ରରେ ନାରୀ ନିଜର ରାକାଷ୍ଠା ପ୍ରତିପାଦିତ କରିଆସୁଛନ୍ତି। ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ...

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି...

ବନ୍ଦ ରହିବ ଆଖଣ୍ଡଳମଣି ମନ୍ଦିର

ଆରଡ଼ି, ୧୮।୧୧ (ଡି.ଏନ.ଏ.): ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲାର ଆରଡ଼ିରେ କୋଭିଡ୍‌ କଟକଣା ଯୋଗୁ ଆସନ୍ତା ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଆଖଣ୍ଡଳମଣି ମନ୍ଦିର ବନ୍ଦ ରହିବ।...

Advertisement
Archives

Model This Week