ରନଓ୍ବେରେ ଝିଙ୍କକୁ ଦେଖି ଉଡ଼ିଲାନି ବିମାନ

ଏଡିନବର୍ଗ,୩୦।୯: ଜରୁରୀ ପରିସ୍ଥିତିରେ ବିମାନର ଅବତରଣ କରାଯିବା କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଏକ ଝିଙ୍କ ପାଇଁ ବିମାନର ଉଡ଼ାଣ ବନ୍ଦ କରିଦିଆଯାଇଥିବା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ସ୍କଟ୍‌ଲାଣ୍ଡ ସହରରେ। ସୂଚନାଯୋଗ୍ୟ, ଷ୍ଟୋରନୋଓ୍ବେରୁ ଇନଭରନେସ୍‌କୁ ଯିବା ପାଇଁ ଉଡାଣ ଭରିବାର କିଛି ସମୟ ପୂର୍ବରୁ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। କାରଣ ଥିଲା ଗୋଟିଏ ଝିଙ୍କ। ଝିଙ୍କଟି ରନଓ୍ବେରେ ଥିବା ଦେଖି ପାଇଲଟ ବିମାନକୁ ଅଟକାଇ ସେ ରାସ୍ତା ପାର ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଅନ୍ୟପଟେ ବିମାନ ଅଟକିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବୋଧହୁଏ ପାଇଲଟ ଜରୁରୀ ଅବତରଣ କରିଛନ୍ତି ବୋଲି ଭାବିଥିଲେ। ତେବେ ରନଓ୍ବେରେ ଝିଙ୍କ ଯାଉଥିବାରୁ ଆମେ ଅପେକ୍ଷା କରିଛୁ ବୋଲି ରେଡିଓରେ ପାଇଲଟଙ୍କ ଘୋଷଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ଯାତ୍ରୀ। ଏଥିପାଇଁ ବିମାନଟି ୨ମିନିଟ୍‌ ବିଳମ୍ବରେ ଉଡିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ଉପତ୍ୟକାରେ ଅଗ୍ନିବର୍ଷା

ନ୍ୟୁୟର୍କ, ୧୫ା୭: ବିଶ୍ୱର ବିଭିନ୍ନ ଦେଶରେ ମୌସୁମୀ ବର୍ଷା ଜାରି ଥିବାବେଳେ ଉତ୍ତର ଆମେରିକାର ମୃତ୍ୟୁ ଉପତ୍ୟକା ବା ଡେଥ୍‌ ଭ୍ୟାଲିରେ ଅଗ୍ନି ବର୍ଷୁଛି। କାଲିଫର୍ନିଆର...

ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ...

ପାକିସ୍ତାନକୁ ସୁପର୍‌ ଝଟ୍‌କା ଦେଲା ଚାଇନା

ବେଜିଂ,୨୩।୧୨: ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିପଦ ସମୟରେ ପାକିସ୍ତାନର ସହାୟତା ପାଇଁ ବନ୍ଧୁ ଚାଇନା ସର୍ତ୍ତ ରଖିବା ଆରମ୍ଭ...

ଭାରତ ସହ ସୀମା ଯୁଦ୍ଧ କରୁଛି ଚାଇନା, ପଡ଼ୋଶୀଙ୍କ ପାଇଁ ବଢୁଛି ବିପଦ…

ଓ୍ବାଶିଂଟନ,୧୭।୧୧: ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ଗସ୍ତରୁ ଆମେରିକା ଫେରି ଆସିଥିବା ରିପବ୍ଲିକାନ୍‌ ପାର୍ଟିର ସାଂସଦ ଜନ କର୍ନିନ ଆମେରିକା ସଂସଦ ସମ୍ମୁଖରେ ଆଶ୍ଚର୍ଯ୍ୟଜନକ...

ଇରାନ୍‌ ଯୁଦ୍ଧ ଜାହାଜର ମିଜାଇଲ୍‌ ଲକ୍ଷ୍ୟଚ୍ୟୁତ: ୨୦ରୁ ଅଧିକ ନାବିକ ମୃତ

ତେହେରାନ,୧୧।୫: ଇରାନ୍‌ରେ ଏକ ଯୁଦ୍ଧ ଜାହାଜର ମିଜାଇଲ୍‌ ଲକ୍ଷ୍ୟଚ୍ୟୁତ ହୋଇଛି। ଏହାଦ୍ୱାରା ଅନ୍ୟ ଏକ ମାଲବାହୀ ଜାହାଜ ଧ୍ୱଂସ ହୋଇଯାଇଛି। ଜାହାଜରେ ୩୦ରୁ ୪୦ ନାବିକ...

‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା।...

ଏହି ଦେଶରେ ଟୁଇଟର ଉପରୁ ହଟିଲା ପ୍ରତିବନ୍ଧକ

ଅବୁଜା,୧୩ା୧: ଦେଶରେ ୨୦ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆ ନେଟଓ୍ବାର୍କରୁ ବାହାର ହେବାର ସାତ ମାସ ପରେ ଟୁଇଟରରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି...

କରୋନା ନେଇ ଭାରତ ସମେତ ୫ଦେଶ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୮।୮: ମହାମାରୀ କରୋନା ଭାଇରସ୍‌ ବିରୋଧରେ ସାମୂହିକ ଭାବେ ଲଢ଼ିବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିଓ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ୍‌ ଓ...

Advertisement
Archives

Model This Week