ରଥ ନିର୍ମାଣ ଲାଗି ଆସିଲାନି ନିର୍ଦ୍ଦେଶ

ପୁରୀ ଅଫିସ,୬ା୫: ଚଳିତ ବର୍ଷ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ଗଡ଼ିବା ନେଇ ସଂଶୟ ଦେଖାଦେଇଛି। ମଙ୍ଗଳବାର ଦିନତମାମ୍‌ର ଘଟଣା ଚିତ୍ର ସମସ୍ତଙ୍କ ମନରେ ଏଭଳି ଭାବିବାକୁ ସୁଯୋଗ ସୃଷ୍ଟି କରିଛି। ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ମଙ୍ଗଳବାର ସକାଳୁ ମହାରଣା ସେବକମାନେ ରଥଖଳାରେ ପହଞ୍ଚତ୍ଥିଲେ। ରଥ ନିର୍ମାଣ ଲାଗି ଆବଶ୍ୟକ ସରଞ୍ଜାମ ସହ ସେମାନେ ପ୍ରସ୍ତୁତ ମଧ୍ୟ ରହିଥିଲେ। କେବଳ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ସନ୍ଧ୍ୟା ହେଲା ସିନା ହେଲେ ରଥ ନିର୍ମାଣ ନେଇ କୌଣସି ନିର୍ଦ୍ଦେଶ ଆସିଲାନି। ଶେଷରେ ରଥଖଳାରୁ ଫେରିଗଲେ ମହାରଣା ସେବକ ଓ ଭୋଇ ସେବକ। ଶ୍ରୀମନ୍ଦିରର ପ୍ରଶାସନର ଏଭଳି ବିଳମ୍ବିତ ନିଷ୍ପତ୍ତି ରଥଯାତ୍ରା ବନ୍ଦ ସମ୍ଭାବନାକୁ ବଢ଼ାଇ ଦେଇଛି ବୋଲି ଭକ୍ତଙ୍କ ମହଲରେ ଚର୍ଚ୍ଚା ହେଉଛି।
ରଥ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା ଲାଗି ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା। ଶେଷରେ ରଥ ନିର୍ମାଣ ଆରମ୍ଭ କରିବା ନେଇ ସମସ୍ତେ ସହମତି ହେବା ପରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଅନ୍ୟପକ୍ଷରେ ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତିନି ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମହାରଣା, ନରସିଂହ ମହାପାତ୍ର ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଡାକି ଆଲୋଚନା କରିଥିଲା। ରଥ ନିର୍ମାଣ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ସରକାରଙ୍କଠାରୁ ଅନୁମତି ମିଳିବା ମାତ୍ରେ କାମ ଆରମ୍ଭ ହେବ ବୋଲି ସେମାନଙ୍କୁ କୁହାଯାଇଥିଲା। ତେଣୁ ମଙ୍ଗଳବାର ସକାଳୁ ମୁହଁରେ ମାସ୍କ ବାନ୍ଧି ଆବଶ୍ୟକ ସରଞ୍ଜାମ ସହ ରଥଖଳାରେ ପହଞ୍ଚତ୍ଥିଲେ ମହାରଣା ସେବକ। ରଥଖଳାରେ ଅପେକ୍ଷା କରିଥିଲେ ପ୍ରଶାସନର ନିର୍ଦ୍ଦେଶକୁ। ମଝିରେ ମଝିରେ ମୁଖ୍ୟ ମହାରଣାମାନେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯାଉଥିଲେ। କିନ୍ତୁ କୌଣସି ନିର୍ଦ୍ଦେଶ ଆସିଲା ନାହିଁ। ଶେଷରେ ସନ୍ଧ୍ୟାରେ ମୁଖ୍ୟ ମହାରଣା ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ନୀତି ପ୍ରଶାସକଙ୍କୁ ସାକ୍ଷାତ କରିଥିଲେ। ମାତ୍ର କୌଣସି ଅନୁମତି ଆସି ନ ଥିବା ଶୁଣି ମହାରଣା ସେବକମାନେ ନିଜ ନିଜ ଘରକୁ ଫେରିଯାଇଥିଲେ।
ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କରିବା ପାଇଁ ଆସିଥିଲୁ। ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ମନ୍ଦିର ପ୍ରଶାସନ ନିର୍ଦ୍ଦେଶ ପାଇ କାମ ଆରମ୍ଭ କରିଥାନ୍ତୁ। ରଥଖଳାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ମହାରଣା ସେବକ ଅପେକ୍ଷା କରି ରହିଲେ। ହେଲେ କୌଣସି ନିର୍ଦ୍ଦେଶ ଆସିଲା ନାହିଁ ବୋଲି ମହାପାତ୍ର କହିଛନ୍ତି। ବୁଧବାର ରଥ ଖଳାକୁ ଆସିବେ କି ପ୍ରଶ୍ନରେ ସେ କହିଥିଲେ, ମଙ୍ଗଳବାର ଦିନତମାମ୍‌ ବସି ବସି ଫେରିଲୁ, ପୁଣି ଯିବୁ କେମିତି ବୋଲି ପାଲଟା ପ୍ରଶ୍ନ କରିଥିଲେ? ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ମିଳିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି। ଜୁନ୍‌ ୨୩ରେ ରଥଯାତ୍ରା । ଏଥିଲାଗି ଗତମାସ ୨୬ ତାରିଖ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ହେଲେ ଲକ୍‌ଡାଉନ କଟକଣା ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଇତିମଧ୍ୟରେ ୯ଦିନ ଗଡ଼ିଗଲାଣି। ଆଉ ମାତ୍ର ୪୪ଦିନ ଥିବାବେଳେ ଏ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହେଲା ନାହିଁ । ତେଣୁ ଏ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ନେଇ ସମ୍ଭାବନା ବଢ଼ୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?