ରଥଯାତ୍ରା ବାତିଲ ପାଇଁ ଜନସ୍ବାର୍ଥ ମାମଲା: ‘ସ୍ଥିତି ଦେଖି ନିଷ୍ପତ୍ତି ନିଅନ୍ତୁ ସରକାର’

କଟକ ଅଫିସ,୧୦ା୬: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ ରଖିବାକୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ସତ୍ୟପାଠ ଦାଖଲ କରିଥିଲେ। ରଥଯାତ୍ରା ଆୟୋଜନ ନେଇ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆଗାମୀ ଦିନରେ କରୋନା ଭୂତାଣୁର ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ସତ୍ୟପାଠରେ ଦର୍ଶାଯାଇଛି। କୋର୍ଟ ଏହାକୁ ଗ୍ରହଣ କରି କରୋନା ସ୍ଥିତିକୁ ଦେଖି ରଥଯାତ୍ରା ସମ୍ପର୍କରେ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଳେଖଯୋଗ୍ୟ, ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା କରିଥିବା ବେଳେ ଆଇନଜୀବୀ ସରୋଜ ପାଢ଼ୀ ଯୁକ୍ତି ଉପସ୍ଥାପନ କରିଥିଲେ। ପୂର୍ବରୁ ବହୁଥର ରଥଯାତ୍ରା ବନ୍ଦ ହୋଇଛି। ଗତ ୪୨୫ ବର୍ଷ ଭିତରୁ ରଥଯାତ୍ରା ୩୨ ବର୍ଷ ବନ୍ଦ ରହିଥିଲା। ପୁରୀରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ
ରହିଛି। ଲକ୍‌ଡାଉନ୍‌ କଟକଣା ଅନୁଯାୟୀ ଜୁନ୍‌ ୩୦ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନକୁ ବାରଣ କରାଯାଇଛି। ମୁସଲିମ୍‌ ସଂପ୍ରଦାୟର ଇଦ୍‌ ଓ ମହରମ୍‌ ମଧ୍ୟ ବନ୍ଦ ରହିଥିଲା। ଏଭଳି ସ୍ଥଳେ ରଥଯାତ୍ରା ପାଇଁ ଅନୁମତି ଦେବା ସମାନତା ଅଧିକାର ବିରୋଧୀ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ଯୁକ୍ତି ରଖିଥିଲେ ଯେ, ଠାକୁରଙ୍କ ରୀତିନୀତି ଅନୁଯାୟୀ ରଥଯାତ୍ରା ଆୟୋଜନ ହେବ। ଭକ୍ତଙ୍କ ଉପସ୍ଥିତି ଉପରେ କଟକଣା ରଖାଯାଇଛି। ଅନ୍ୟପକ୍ଷରେ ହସ୍ତକ୍ଷେପ ଯାଚିକା ଦାଏର କରିଥିବା ବ୍ୟକ୍ତିଙ୍କ ପକ୍ଷରୁ ରଥ ଟାଣିବା ପାଇଁ ମାତ୍ର ଦୁଇ ଶହ ଭକ୍ତଙ୍କୁ ଅନୁମତି ଦେବାକୁ ଯୁକ୍ତି ରଖାଯାଇଥିଲା। କିନ୍ତୁ କରୋନା କଟକଣା ଅନୁଯାୟୀ, ୭ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ସେହିପରି ହସ୍ତକ୍ଷେପ ଯାଚିକା ଦାଏର କରିଥିବା ଅନ୍ୟ ଏକ ପକ୍ଷ ମେଶିନରେ ରଥ ଟାଣିବା ପାଇଁ ଯୁକ୍ତି ବାଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri