ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ : ସାଢ଼େ ୯ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ ଅଫିସ, ୧୦।୬ : ଆସନ୍ତା ଜୁଲାଇ ୪ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ସୁରୁଖୁରରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ ନୀତି ନିର୍ଘଣ୍ଟ କରିଛି। ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯାଇ ଠାକୁରଙ୍କ ଅନ୍ୟାନ୍ୟ ନୀତି ଚାଲିବ। ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ହୋଇ ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ସରି ରଥ ଉପରକୁ ମଦନମୋହନ ବିଜେ ହେବେ। ଏହାପରେ ଚିତାଲାଗି ନୀତି ଓ ଠାକୁରଙ୍କ ବେଶ ସମ୍ପନ୍ନ ହେବ। ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜା ତିନିରଥରେ ଛେରା ପହଁରା କରିବେ। ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ହୋଇ ଘୋଡା, ସାରଥୀ ଲାଗିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ରବିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାକୁ ମୋହର ମାରିବା ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବ। ଆବଶ୍ୟକ ପଡିଲେ ପରିଚାଳନା କମିଟି ଏଥିରେ ପରିବର୍ତ୍ତନ ଆଣିପାରିବ। ଗତ ୪ ତାରିଖ ନୀତି ସବ୍‌ କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ରାଜେନ୍ଦ୍ରାଭିଷେକଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଛତିଶା ନିଯୋଗ ବୈଠକରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇ ନିର୍ଘଣ୍ଟ ହୋଇଛି।

ଆସନ୍ତା ୧୭ରେ ଦେବସ୍ନାନ ପୂର୍ଣ୍ଣିମା। ଏହିଦିନ ୧୦୮ ଗରା ଜଳରେ ସ୍ନାନ ସାରି ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ଏହା ପରେ ଅସୁସ୍ଥ ହୋଇଥିବା ଦାରୁଦିଅଁ ଜୁଲାଇ ୨ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ନବଯୌବନ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟା ୧୫ରେ ଚକା ଅପସର ହୋଇ ମଙ୍ଗଳ ଆଳତି ହେବ। ଅପରାହ୍ନ ସାଢେ ଗୋଟାଏରେ ଦଶାବତାର ଠାକୁରଙ୍କ ବାହୁଡା ବିଜେ ହୋଇ ତାଟି ଫିଟିବ। ଏହାପରେ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ଭିତରକାଠ ପରିମାଣିକ ଦର୍ଶନ ହେବ। ପରେ ସାଢେ ୩ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଭିତରଠାକରେ ଠାକୁରଙ୍କୁ ସର୍ବସାଧାରଣ ଦର୍ଶନ କରିବେ। ବାହୁଡା ନୀତି ନିର୍ଘଣ୍ଟ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ହୋଇ ସକାଳ ୬ଟା ୪୫ ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳଧୂପ ଶେଷ ହେବ। ସକାଳ ୭ଟାରୁ ୧୧ଟା ମଧ୍ୟରେ ମହାପ୍ରଭୁଙ୍କୁ ସେନାପଟା ଲାଗି ହେବ। ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢେ ୨ଟା ସୁଦ୍ଧା ପହଣ୍ଡି ସମ୍ପନ୍ନ ହେବ। ଏହି ସମୟ ମଧ୍ୟରେ ତିନିରଥରେ ଠାକୁରଙ୍କ ବେଶ ସମ୍ପନ୍ନ କରାଯିବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।
ଏହା ପରଦିନ ସୁନାବେଶ ରହିଥିବାରୁ ତିନିରଥ ଯେଭଳି ସନ୍ଧ୍ୟା ସୁଦ୍ଧା ସିଂହଦ୍ୱାରରେ ଲାଗିବେ ତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ୧୩ ତାରିଖରେ ମହାପ୍ରଭୁଙ୍କ ସୁନାବେଶ। ସକାଳ ୬ଟାରେ ତିନିରଥରେ ଠାକୁରଙ୍କ ମଙ୍ଗଳ ଆଳତି ହେବ। ଏହାପରେ ଦୈନନ୍ଦିନ ନୀତି ବଢିବ। ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇ ସାଢେ ୫ଟା ସୁଦ୍ଧା ବେଶ ସରିବ। ସର୍ବସାଧାରଣ ଦର୍ଶନ ପରେ ରାତ୍ର ୧୧ଟାରୁ ୧୨ଟା ମଧ୍ୟରେ ସୁନାବେଶ ମଇଲମ (ଓଲାଗି) କରାଯିବ। ପରେ ଅନ୍ୟାନ୍ୟ ନୀତି ବଢିବ। ଭୋର ୨ଟାରେ ଗରୁଡ଼ ଶୟନ ନୀତି ସମ୍ପନ୍ନ ହୋଇ ମହାପ୍ରଭୁଙ୍କ ପହୁଡ ହେବ। ୧୪ ତାରିଖ ମହାପ୍ରଭୁଙ୍କ ଅଧରପଣା ନୀତି। ତିନିରଥରେ ରାତ୍ର ୮ଟା ସୁଦ୍ଧା ଅଧରପଣା ନୀତି ସମ୍ପନ୍ନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଜୁଲାଇ ୧୫ ତାରିଖ ରଥଯାତ୍ରାର ଶେଷପର୍ବ ବା ନୀଳାଦ୍ରିବଜେ। ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବିଜେ କରିବେ। ଏହା ପରଦିନ ଅର୍ଥାତ୍‌ ଜୁଲାଇ ୧୬ ତରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାକୁ ନଜରରେ ରଖି ନୀଳାଦ୍ରିବିଜେ ପହଣ୍ଡି ସମେତ ସବୁ ନୀତିକୁ ସଅଳ କରାଯାଇଛି। ନୀଳାଦ୍ରିବିଜେ ଦିନ ଭୋର ୪ଟାରେ ତିନିରଥ ଉପରେ ମଙ୍ଗଳ ଆଳତି ହେବ। ସକାଳ ୭ଟାରୁ ୮ଟା ମଧ୍ୟରେ ସକାଳ ଧୂପ, ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୧୫ ସୁଦ୍ଧା ସନ୍ଧ୍ୟା ଆଳତି ଶେଷ କରାଯିବାକୁ ସ୍ଥିର ହୋଇଛି। ଅପରାହ୍ନ ୪ଟାରୁ ନୀଳାଦ୍ରିବିଜେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଠାକୁର ରତ୍ନସିଂହାସନରେ ପହଞ୍ଚତ୍ବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନୀଳାଦ୍ରିବିଜେ ରାତିରେ ଠାକୁରଙ୍କୁ ପହୁଡ଼ କରିବାକୁଚେଷ୍ଟା କରାଯିବ। ଫଳରେ ଏହା ପରଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟା ବେଳକୁ ପାକତ୍ୟାଗ କରାଯିବ। ନୀତି ତ୍ୱରାନ୍ବିତ ହେଲେ ପାକଛାଡ ପୂର୍ବରୁ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ନିଳାଦ୍ରୀବିଜେ ନୀତି ନିର୍ଘଣ୍ଟ ହୋଇଛି । ଏହି ବଠକରେ ଜିଲାପାଳ ତଥା ଶ୍ରମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ପ୍ରମୁଖଙ୍କ ସହିତ ଛତିଶା ନିଯୋଗର ସଦସ୍ୟମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌କୁ ପଥରମାଡ଼: ଦୁଇବର୍ଷରେ ୨୮ଥର

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଟ୍ରେନ୍‌ ଉପରକୁ ବିଭିନ୍ନ ସମୟରେ ପଥର ମାଡ଼ ହେଉଛି। ଏଥିଯୋଗୁ ଟ୍ରେନ୍‌ କ୍ଷତିଗ୍ରସ୍ତ ହେଉଥିବାବେଳେ ଯାତ୍ରୀ ଆହତ ହେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପୂର୍ବତଟ...

ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ...

ଏନ୍‌ଟିପିସି ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ

ତାଳଚେର,୧୧ା୪(ନି.ପ୍ର.): କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏନ୍‌ଟିପିସି କଣିହଁ। ବିଦ୍ୟୁତ୍‌ ପ୍ର୍ରକଳ୍ପ ପକ୍ଷରୁ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ଥାନୀୟ ଟାଉନଶିପ୍‌ ଓ ଆଖପାଖ ଅଞ୍ଚଳକୁ...

ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି...

କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି।...

ପୋଲିସ କମିଶନ ନେଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ...

ଯୁକ୍ତ ୩ ନାମଲେଖା ୧୮ ଯାଏ ବଢ଼ିଲା: ୨୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର,୧୭।୯ (ବ୍ୟୁରୋ): ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଦୁଇଦିନ ବୃଦ୍ଧି କରାଯାଇଛି। ଗତ ୧୩ ତାରିଖରୁ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା...

ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ

କାମାକ୍ଷାନଗର, ୨୪ା୫(ଡି.ଏନ.ଏ.):  ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ...

Advertisement
Archives

Model This Week