ୟୁକ୍ରେନରେ ଡାକ୍ତରୀ ଶିକ୍ଷାର ସୁଯୋଗ

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଗ୍ଲୋବାଲ ଫୋକସ୍‌ ଏଜୁକେଶନ ଗ୍ରୁପ ପକ୍ଷରୁ ୟୁକ୍ରେନରେ ଏମ୍‌ବିବିଏସ୍‌ ଶିକ୍ଷା ଶୀର୍ଷକ ଏକ ସେମିନାର ସ୍ଥାନୀୟ ଏକ ହୋଟେଲରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମେଡିକାଲ କଲେଜଗୁଡିକରେ ସିଟ୍‌ କମ୍‌ ରହିବା ଏବଂ ବ୍ୟୟବହୁଳ ମେଡିକାଲ ଶିକ୍ଷା ଯୋଗୁ ଏହା ଅଭିଭାବକଙ୍କ ଚିନ୍ତାର କାରଣ ହୋଇଥାଏ। ଏପରି ସ୍ଥିତିରେ ୟୁକ୍ରେନରେ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟି ସମେତ ଅନ୍ୟାନ୍ୟ ଜାତୀୟ ସ୍ତରର ମେଡିକାଲ ପ୍ରତିଷ୍ଠାନଗୁଡିକରେ ଡାକ୍ତରୀ ପଢିବାର ସୁଯୋଗ ଗ୍ଲୋବାଲ ଫୋକସ୍‌ ପକ୍ଷରୁ ପ୍ରଦାନ କରାଯାଉଛି। ସେମିନାରରେ ବର୍ତ୍ତମାନ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ନିମନ୍ତ୍ରିତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ୟୁକ୍ରେନରେ ଶିକ୍ଷା ଗ୍ରହଣ, ରହିବା, ଖାଦ୍ୟପେୟ ଏବଂ ସଂସ୍କୃତି ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇବା ଲାଗି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେମିନାର ଆୟୋଜନ କରାଯାଉଛି।
ଏଥିରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଗ୍ଲୋବାଲ ଫୋକସ୍‌ର କାଉନସେଲରମାନେ ରଖିଛନ୍ତି। ୟୁକ୍ରେନର ଏହି ପ୍ରତିଷ୍ଠାନଗୁଡିକ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ସ୍ବୀକୃତିପ୍ରାପ୍ତ। ଛାତ୍ରୀଛାତ୍ର ନିଟ୍‌ରେ ସଫଳ ହୋଇଥିଲେ ନାମ ଲେଖାର ସୁଯୋଗ ପାଇପାରିବେ। ବର୍ତ୍ତମାନ ସାରା ଦେଶରେ ୬ ହଜାରରୁ ଊର୍ଦ୍ଧ୍ୱ ଏବଂ ଓଡ଼ିଶାରୁ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉକ୍ତ ସ୍ଥାନଗୁଡିକରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିରେ ଗ୍ଲୋବାଲ ଫୋକସ୍‌ର ଏମ୍‌ଡି ଅବଦୁଲ ଜାହିର କହିଛନ୍ତି ଯେ, ରାଜ୍ୟରେ ମାତ୍ର ୧୧୦୦ ମେଡିକାଲ ସିଟ୍‌ ରହିଥିବା ବେଳେ ୫୦,୦୦୦ ଛାତ୍ରୀଛାତ୍ର ମେଡିକାଲ ପଢିବା ଲାଗି ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଘରୋଇ ମେଡିକାଲ କଲେଜଗୁଡିକ ତୁଳନାରେ ୟୁକ୍ରେନରେ ଡାକ୍ତରୀ ପଢିବାର ଏକ ବିକଳ୍ପ ରହିଛି। ଚଳିତ ବର୍ଷ ଲାଗି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri