ରଥଯାତ୍ରା: ଏପଟେ ଆବେଗ, ସେପଟେ ସଂକ୍ରମଣ

ପୁରୀ ଅଫିସ,୧୫ା୬: ଦୂର ହୋଇପାରୁନି ରଥଯାତ୍ରା ଦ୍ୱନ୍ଦ୍ୱ। ଗୋଟେ ପଟେ ଜଗନ୍ନାଥଙ୍କ ପାଇଁ ଓଡ଼ିଆଙ୍କ ଭାବାବେଗ ଓ ଅନ୍ୟପଟେ କରୋନା ମହାମାରୀର ସଂକ୍ରମଣ ଭୟ। ଏଭଳି ସ୍ଥିତିରେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଅପରପକ୍ଷେ ରଥଯାତ୍ରା ବନ୍ଦ କରିବାକୁ ନେଇ ହାଇକୋର୍ଟଠୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟରେ ମାମଲା ପହଞ୍ଚତ୍ଲାଣି। ଘୋଷଯାତ୍ରାକୁ ଆଉ ମାତ୍ର ୯ ଦିନ ବାକି ଥିବାବେଳେ କୋଟି କୋଟି ଜଗନ୍ନାଥପ୍ରେମୀ ଆଶା, ଆଶଙ୍କାରେ ରହିଛନ୍ତି। ଓଡ଼ିଶାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଭରି ରହିଛି ଭାବାବେଗ। ତେଣୁ ଲୋକମାନେ ବ୍ୟାକୁଳ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିବାକୁ ଚାହୁଁଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର କରୋନା ଜନିତ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରଥଯାତ୍ରା କରିବେ କି ନାହିଁ, ସେନେଇ ବିଚାରବିମର୍ଶ ଚଳାଇଛନ୍ତି। ସାଧାରଣ ନାଗରିକ ସଚେତନ ଯେ, ରଥଯାତ୍ରା ହେଲେ ସାମାଜିକ ଦୂରତା କେବେହେଲେ ରକ୍ଷା କରାଯାଇପାରିବ ନାହିଁ। ତଦନୁଯାୟୀ ରାଜ୍ୟ ସରକାର ଏହା ମଧ୍ୟ ଭାବିବାକୁ ବାଧ୍ୟ ହେବେ ଯେ, କିପରି କରୋନା ସଂକ୍ରମଣ ବିରୋଧରେ ଲଢ଼େଇକୁ ବଜାୟ ରଖି ପୁରୀରେ ହେବାକୁ ଥିବା ଭିଡ଼କୁ ରୋକାଯାଇପାରିବ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ସୋମବାର ହେବ। ସୁପ୍ରିମକୋର୍ଟଙ୍କ ଆଦେଶ କ’ଣ ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅପରପକ୍ଷରେ ବିନା ଭକ୍ତରେ ରଥଯାତ୍ରା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ଶ୍ରୀମନ୍ଦିର ପରିଚାଳନା କମିଟିଠୁ ଆରମ୍ଭ କରି ସେବାୟତ ଏପରି କି କେତେକ ସଙ୍ଗଠନ ମଧ୍ୟ ଭକ୍ତଶୂନ୍ୟ ରଥଯାତ୍ରା ସପକ୍ଷରେ ରହିଛନ୍ତି। ଏପରିକି ରଥ ଟାଣିବା ଲାଗି ମେଶିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜୁନ୍‌ ୨୩ରେ ରଥଯାତ୍ରା। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କଟକଣା ଭିତରେ ରଥଯାତ୍ରା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସେବାୟତମାନେ ବି କଟକଣାଯୁକ୍ତ ରଥଯାତ୍ରା ସପକ୍ଷରେ ଅଛନ୍ତି। ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିିଛନ୍ତି। କିନ୍ତୁ ରଥଯାତ୍ରାକୁ ନେଇ ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଏସବୁ ଭିତରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦଇତାପତି, ପୂଜାପଣ୍ଡା, ପୁଷ୍ପାଳକ ପ୍ରମୁଖ ସେବକ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ଏପରି କି ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟର ଚିଠା ପ୍ରସ୍ତୁତ କରିଥିବା ଶୁଣିବାକୁ ମିଳୁଛି। ଯଦି ରଥଯାତ୍ରା ହୁଏ ତାହାଲେ ପୁରୀ ସହରରେ ୧୪୪ ଧାରା ଜାରି କରାଯିବ। ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍‌ ହେବ। ବାହାର ଲୋକଙ୍କୁ ପୁରୀକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସହରର ସମସ୍ତ ସାହିଗଳି ରାସ୍ତା ମଧ୍ୟ ସିଲ୍‌ କରାଯିବ। ସହରବାସୀ ବି ବଡ଼ଦାଣ୍ଡକୁ ବାହାରିବେ ନାହିଁ। କେବଳ କମ୍‌ସଂଖ୍ୟକ ସେବାୟତ, ପୋଲିସ ଓ କେତେଜଣ ସରକାରୀ ଅଧିକାରୀଙ୍କ ଦ୍ୱାରା ରଥଯାତ୍ରା ସମ୍ପନ୍ନ ହେବ ବୋଲି ଶୁଣିବାକୁ ମିଳୁଛି।
ଏ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଶାସ୍ତ୍ର ମତରେ ମହାପ୍ରଭୁଙ୍କ ଇଚ୍ଛାରେ ନବଦିନାତ୍ମକ ଯାତ୍ରା ପ୍ରଚଳିତ ହୋଇଆସୁଛି। ଏହି ଯାତ୍ର୍ରାର ଆଭିମୁଖ୍ୟ ସ୍ପଷ୍ଟ। କିନ୍ତୁ ବର୍ତ୍ତମାନର କରୋନା ମହାମାରୀସ୍ଥିତିକୁ ଦେଖି ସରକାର ଉଚିତ୍‌ ପଦକ୍ଷେପ ନେବା ଅବାଶ୍ୟକ। ଭାବାବେଗ ସହ ଲୋକଙ୍କୁ ସୁରକ୍ଷା ଦେବା ଏକ ଜନମଙ୍ଗଳ ସରକାରଙ୍କ ଦାୟିତ୍ୱ। ତେଣୁ କୌଣସି ବାଦବିବାଦ ମଧ୍ୟକୁ ସରକାରଙ୍କୁ ନ ଟାଣି ନିଷ୍ପତ୍ତିକୁ ସ୍ବାଗତ କରିବା ଆବଶ୍ୟକ।
ପୁରୀ ସହର ବାସିନ୍ଦା ଦିଲୀପ ବରାଳ କହିଛନ୍ତି, ପ୍ରାୟ ୩ମାସ ହେବ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇନାହାନ୍ତି। ବର୍ତ୍ତମାନ ସ୍ଥିତିରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ଠିକ୍‌ ଅଛି। କିନ୍ତୁ ପୁରୀ ସହରବାସୀଙ୍କୁ ରଥଯାତ୍ରା ଦେଖିବାର ସୁଯୋଗ ଦିଆଯିବା ଦରକାର। ସରକାର ଓ ପ୍ରଶାସନ ଏନେଇ ନିଷତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

ଗଛକୁ ପିଟିଲା ବରଯାତ୍ରୀ ବସ୍‌: ବର-କନ୍ୟା ସମେତ…

ସିମୁଳିଆ, ୧୫।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧ କିମି. ଦୂର ୧୬ନଂ ଜାତୀୟ ରାଜପଥର କଣିଆରି ଛକ ନିକଟରେ ବରଯାତ୍ରୀ ମିନି ବସ…

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri