ରଥଖଳାରୁ…ଉଠିଲା ଦ୍ୱିତୀୟ ଭୂଇଁ

ପୁରୀ ଅଫିସ,୭।୬: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର ରଥଖଳାରେ ତୃତୀୟ ଭୂଇଁ କାମ ଶେଷ ହୋଇଛି। ଏତଦ୍‌ବ୍ୟତୀତ ତିନିରଥରେ ନଡ଼ିଆ ଗର (ଖଦିଓରା) ରଥଦଣ୍ଡା ସହ ୧୪ ନାହାକା ପାଇଁ ଫିଟିଙ୍ଗ କରାଯାଇଛି। ଦ୍ୱିତୀୟ ଭୂଇଁ ରଥ ଉପରକୁ ଉଠିଛି। ରୂପକାର ସେବକମାନେ ନାଟଗୋଡ଼ରେ ରାହୁ ରୂପ ଖୋଦେଇ କରୁଛନ୍ତି। ଏଥିସହ ଚାର ପରିଛା ଦେହରେ ଡାଳିଲତା ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି ପରିସର ଅସ୍ଥାୟୀ ଶାଳରେ ଓଝା ସେବକମାନେ ଜୋକିଆ କଣ୍ଟା ତିଆରି କରୁଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକଙ୍କ ଜାଲରେ ଆଶା, ଅଙ୍ଗନଓ୍ବାଡି କର୍ମୀ: ଟଙ୍କା ଦେବାକୁ କହି ଲୁଟିନେଲେ ୧୪ହଜାର

ପାତ୍ରପୁର, ୨୦ା୭(ଡି.ଏନ୍‌.ଏ.)- ମୁଁ ବିଡିଓ କହୁଛି, ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର କିଣିବା ପାଇଁ ତୁମ ଆକାଉଣ୍ଟକୁ ୧୫ହଜାର ଟଙ୍କା ପଠାଯିବ କହି ଜଣେ ଅଙ୍ଗନଓ୍ବାଡି...

ଶାଳଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି,୯।୩(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ସୋମବାର ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି। ଏଥିରେ...

କମୁନି ହାତୀପଲ ଉତ୍ପାତ

ପରଜଙ୍ଗ, ୨୬।୮(ଡି.ଏନ.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର...

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ: ଯୋଡ଼ାମ୍ବରେ ନୂତନ ଥାନା କଲେ ଉଦ୍‌ଘାଟନ

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଜିଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଯୋଡ଼ାଆମ୍ବଠାରେ ଏକ...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଟ୍ୟୁଶନ ଶିକ୍ଷକ ଜଣେ ନାବାଳିକା ଛାତ୍ରୀ (ସପ୍ତମ ଶ୍ରେଣୀ)ଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଅଞ୍ଚଳରେ...

ରଥ ଖଳାରେ ଚକଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୫।୫: ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶୁକ୍ରବାର ଚକଡ଼େରା ନୀତି ସମ୍ପନ୍ନ ହୋଇଛି। ରଥ ଖଳାରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା...

ଋଣଭାର ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଧାମନଗର,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଡ଼ିହ ନୂଆପାଟଣା ଗ୍ରାମର ଜଣେ ଚାଷୀଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଉମାକାନ୍ତ...

‘ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ସାର’

ଢେଙ୍କାନାଳ ଅଫିସ, ୧।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ସନ୍ଧ୍ୟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଭୂମେଶ ଚନ୍ଦ୍ର...


Coronavirus Update

Archives

Model This Week

Why Dharitri