Posted inଖେଳ

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି। ମହାରାଷ୍ଟ୍ର ପ୍ରଥମ ଇନିଂସ ୫୪୩/୫ରେ ଘୋଷଣା କରିବା ସହ ଅଗ୍ରଣୀ ହାସଲ କରିଛି। ଅଧିନାୟକ ଅଙ୍କିତ ବାୱନେ ଅପରାଜିତ ଦ୍ୱିଶତକୀୟ ଇନିଂସ(୨୦୪ରନ) ଖେଳିଛନ୍ତି। ୨୯୩ରନରେ ପ୍ରଥମ ଇନିଂସ ଶେଷ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ବିନା ଉଇକେଟରେ ୨୪ରନ କରିଛ। ଦଳ ୨୨୬ରନ ପଛରେ ରହିଛି।
ବୁଧବାର ଷ୍ଟମ୍ପ ଅପସାରଣ ସୁଦ୍ଧା ମହାରାଷ୍ଟ୍ର ୨ ଉଇକେଟ ହରାଇ ୨୧୯ରନ କରିଥିଲା। ଋତୁରାଜ ଗାଏକ୍ବାଡ ୧୧୦ ଓ ଅଧିନାୟକ ଅଙ୍କିତ ୮୦ରନରେ ଅପରାଜିତ ଥିଲେ। ୩ୟ ଦିବସ ଖେଳଟି ସମ୍ପୂର୍ଣ୍ଣ ଭାବେ ଘରୋଇ ମହାରାଷ୍ଟ୍ର ଦଳର ଅକ୍ତିଆରରେ ରହିଥିଲା। ଋତୁରାଜ ୧୨୯ରନରେ ଦେବବ୍ରତ ପ୍ରଧାନଙ୍କ ବଲରେ ଆଉଟ ହୋଇଥିଲେ। ଏହି ଉଇକେଟ ପତନ ବେଳକୁ ମହାରାଷ୍ଟ୍ରର ଦଳୀୟ ସ୍କୋର ଥିଲା ୨୪୯/୩। ୪ର୍ଥ ଉଇକେଟରେ ଅଧିନାୟକ ଅଙ୍କିତ ଓ ନୌସାଦ ଶେଖ ପୁର୍ନବାର ଏକ ବିଶାଳ ଭାଗୀଦାରି ସୃଷ୍ଟି କରିଥିଲେ। ଉଭୟ ୧୮୦ରନ ଯୋଡ଼ିବା ସହ ଦଳୀୟ ସ୍କୋର ୪୦୦ଅତିକ୍ରମ କରିଥିଲା। ନୌସାଦ ୧୦୦ରନ କରିଥିବା ବେଳେ ଅଭିଷେକ ରାଉତଙ୍କ ସ୍ପିନ ବୋଲିଂରେ କ୍ୟାଚ୍‌ ଆଉଟ ହୋଇଥିଲେ। ୬ନଂ ବ୍ୟାଟିଂ କ୍ରମରେ କ୍ରିଜକୁ ଆସିଥିଲେ ରାଜସ୍ଥାନ ରୟାଲ୍ସ, ରାଇଜିଂ ପୁନେ ସୁପରଜ୍ୟାଣ୍ଟସ ଭଳି ଆଇପିଏଲ ଦଳରୁ ପ୍ରତିନିଧିତ୍ୱ କରିଥିବା ରାହୁଲ ତ୍ରିପାଠୀ। ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ୪୧ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହ ୭ ଚୌକା ଓ ୪ ଛକା ବଳରେ ୬୫ରନ କରି ଆଉଟ ହୋଇଥିଲେ। ଇତି ମଧ୍ୟରେ ଅଧିନାୟକ ଅଙ୍କିତ ୨୨୦ବଲରୁ ଶତକ ଓ ୪୦୪ ବଲରୁ ଦ୍ୱିଶତକ ହାସଲ କରିସାରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଅଭିଷେକ ରାଉତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ସ୍ପିନର ପପୁ ରାୟ ୪୦ଓଭର ବୋଲିଂ କରି ୧୫୧ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ଉଇକେଟ ହାସଲ କରି ପାରି ନ ଥିଲେ। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୧ଓଭର ଖେଳି ୨୪ରନ କରିଛି। ଦୁଇ ଓପନର ଶାନ୍ତନୁ ମିଶ୍ର ୧୪ ଓ ଅନୁରାଗ ଷଡ଼ଙ୍ଗୀ ୧୦ରନରେ ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୯୩।
ମହାରାଷ୍ଟ୍ର ପ୍ରଥମ ଇନିଂସ: ୫୪୩/୫/ଘୋଷଣା(ଅଙ୍କିତ ବାଓ୍ବନେ-୨୦୪*, ଋତୁରାଜ ଗାଏକ୍ୱାଡ-୧୨୯, ନୌସାଦ ଶେଖ-୧୦୦, ରାହୁଲ ତ୍ରିପାଠୀ-୬୫, ସୂର୍ଯ୍ୟକାନ୍ତ ପ୍ରଧାନ-୨/୯୨, ରାଜେଶ ମହାନ୍ତି-୧/୨୪, ଦେବବ୍ରତ ପ୍ରଧାନ-୧/୮୫, ଅଭିଷେକ ରାଉତ-୧/୯୮)।
ଓଡ଼ିଶା ଦ୍ୱିତୀୟ ଇନିଂସ: ୨୪/୦(ଶାନ୍ତନୁ ମିଶ୍ର-୧୪, ଅନୁରାଗ ଷଡ଼ଙ୍ଗୀ-୧୦)।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?