Posted inଖେଳ

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି। ମହାରାଷ୍ଟ୍ର ପ୍ରଥମ ଇନିଂସ ୫୪୩/୫ରେ ଘୋଷଣା କରିବା ସହ ଅଗ୍ରଣୀ ହାସଲ କରିଛି। ଅଧିନାୟକ ଅଙ୍କିତ ବାୱନେ ଅପରାଜିତ ଦ୍ୱିଶତକୀୟ ଇନିଂସ(୨୦୪ରନ) ଖେଳିଛନ୍ତି। ୨୯୩ରନରେ ପ୍ରଥମ ଇନିଂସ ଶେଷ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ବିନା ଉଇକେଟରେ ୨୪ରନ କରିଛ। ଦଳ ୨୨୬ରନ ପଛରେ ରହିଛି।
ବୁଧବାର ଷ୍ଟମ୍ପ ଅପସାରଣ ସୁଦ୍ଧା ମହାରାଷ୍ଟ୍ର ୨ ଉଇକେଟ ହରାଇ ୨୧୯ରନ କରିଥିଲା। ଋତୁରାଜ ଗାଏକ୍ବାଡ ୧୧୦ ଓ ଅଧିନାୟକ ଅଙ୍କିତ ୮୦ରନରେ ଅପରାଜିତ ଥିଲେ। ୩ୟ ଦିବସ ଖେଳଟି ସମ୍ପୂର୍ଣ୍ଣ ଭାବେ ଘରୋଇ ମହାରାଷ୍ଟ୍ର ଦଳର ଅକ୍ତିଆରରେ ରହିଥିଲା। ଋତୁରାଜ ୧୨୯ରନରେ ଦେବବ୍ରତ ପ୍ରଧାନଙ୍କ ବଲରେ ଆଉଟ ହୋଇଥିଲେ। ଏହି ଉଇକେଟ ପତନ ବେଳକୁ ମହାରାଷ୍ଟ୍ରର ଦଳୀୟ ସ୍କୋର ଥିଲା ୨୪୯/୩। ୪ର୍ଥ ଉଇକେଟରେ ଅଧିନାୟକ ଅଙ୍କିତ ଓ ନୌସାଦ ଶେଖ ପୁର୍ନବାର ଏକ ବିଶାଳ ଭାଗୀଦାରି ସୃଷ୍ଟି କରିଥିଲେ। ଉଭୟ ୧୮୦ରନ ଯୋଡ଼ିବା ସହ ଦଳୀୟ ସ୍କୋର ୪୦୦ଅତିକ୍ରମ କରିଥିଲା। ନୌସାଦ ୧୦୦ରନ କରିଥିବା ବେଳେ ଅଭିଷେକ ରାଉତଙ୍କ ସ୍ପିନ ବୋଲିଂରେ କ୍ୟାଚ୍‌ ଆଉଟ ହୋଇଥିଲେ। ୬ନଂ ବ୍ୟାଟିଂ କ୍ରମରେ କ୍ରିଜକୁ ଆସିଥିଲେ ରାଜସ୍ଥାନ ରୟାଲ୍ସ, ରାଇଜିଂ ପୁନେ ସୁପରଜ୍ୟାଣ୍ଟସ ଭଳି ଆଇପିଏଲ ଦଳରୁ ପ୍ରତିନିଧିତ୍ୱ କରିଥିବା ରାହୁଲ ତ୍ରିପାଠୀ। ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ୪୧ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହ ୭ ଚୌକା ଓ ୪ ଛକା ବଳରେ ୬୫ରନ କରି ଆଉଟ ହୋଇଥିଲେ। ଇତି ମଧ୍ୟରେ ଅଧିନାୟକ ଅଙ୍କିତ ୨୨୦ବଲରୁ ଶତକ ଓ ୪୦୪ ବଲରୁ ଦ୍ୱିଶତକ ହାସଲ କରିସାରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଅଭିଷେକ ରାଉତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ସ୍ପିନର ପପୁ ରାୟ ୪୦ଓଭର ବୋଲିଂ କରି ୧୫୧ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ଉଇକେଟ ହାସଲ କରି ପାରି ନ ଥିଲେ। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୧ଓଭର ଖେଳି ୨୪ରନ କରିଛି। ଦୁଇ ଓପନର ଶାନ୍ତନୁ ମିଶ୍ର ୧୪ ଓ ଅନୁରାଗ ଷଡ଼ଙ୍ଗୀ ୧୦ରନରେ ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୯୩।
ମହାରାଷ୍ଟ୍ର ପ୍ରଥମ ଇନିଂସ: ୫୪୩/୫/ଘୋଷଣା(ଅଙ୍କିତ ବାଓ୍ବନେ-୨୦୪*, ଋତୁରାଜ ଗାଏକ୍ୱାଡ-୧୨୯, ନୌସାଦ ଶେଖ-୧୦୦, ରାହୁଲ ତ୍ରିପାଠୀ-୬୫, ସୂର୍ଯ୍ୟକାନ୍ତ ପ୍ରଧାନ-୨/୯୨, ରାଜେଶ ମହାନ୍ତି-୧/୨୪, ଦେବବ୍ରତ ପ୍ରଧାନ-୧/୮୫, ଅଭିଷେକ ରାଉତ-୧/୯୮)।
ଓଡ଼ିଶା ଦ୍ୱିତୀୟ ଇନିଂସ: ୨୪/୦(ଶାନ୍ତନୁ ମିଶ୍ର-୧୪, ଅନୁରାଗ ଷଡ଼ଙ୍ଗୀ-୧୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ସିରିଆ ମ୍ୟାଚ ଡ୍ର

ଅହମ୍ମଦାବାଦ, ୧୭ା୭ (ପି.ଟି.)- ଭାରତ ଓ ସିରିଆ ମଧ୍ୟରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚ ୧-୧ ଗୋଲ୍‌ରେ ବରାବର ଭାବେ ଶେଷ...

ଗୁରୁକୁଳ ଟେନିସ: ଓମିନ୍ଦରଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ମେଣ୍ଢାଶାଳସ୍ଥିତ ଗୁରୂକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ଏଆଇଟିଏ-ଓଟିଏ ପୁରୁଷ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର...

୯ ଓଭର ମଧ୍ୟରେ କୋଲକାତାର ଅଧା ଟିମ୍‌ ପ୍ୟାଭିଲିଅନରେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର...

ଶେଷ ୬ ସେକେଣ୍ଡରେ ଅଟକି ଯାଇଥିଲା ସମସ୍ତଙ୍କ ହୃଦସ୍ପନ୍ଦନ; ଦେଖନ୍ତୁ ଭାରତର ଐତିହାସିକ ବିଜୟର ସେହି ଭିଡିଓ…

ନୂଆଦିଲ୍ଲୀ,୫।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତର ପୁରୁଷ ହକି ଦଳ। ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ...

ଇତିହାସ ରଚିଲେ ଗେଲ୍‌: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଟି-୨୦ରେ କଲେ ବିଶ୍ୱରେକର୍ଡ

ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ...

ଭାରତୀୟ ଦଳକୁ ଡବଲ ଝଟ୍‌କା

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ଇନିଂସ ଆରମ୍ଭରୁ ଡବଲ ଝଟ୍‌କା ଲାଗିଛି। ଦକ୍ଷ ଓପନର ଲୋକେଶ...

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସୋମବାର ପରସ୍ପର ସହିତ ମ୍ୟାଚ୍‌ ଖେଳିବେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଏଫ୍‌ସି ଗୋଆ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା...

ରଣଜୀ ଟ୍ରଫିରେ ଓଡ଼ିଶା: ନିରାଶରେ ଶେଷ ହେଲା ସିଜନ

କଟକ ଅଫିସ,୨୪ା୨: ଚଳିତ ରଣଜୀ ଟ୍ରଫି ସିଜନରେ କ୍ୱାର୍ଟର ଫାଇନାଲରୁ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ପ୍ରଥମ...

Advertisement
Archives

Model This Week