Posted inଖେଳ

ରଣ୍‌ଜୀ ଟ୍ରଫି: ଶାନ୍ତନୁ-ରାଜେଶଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୫ା୨- ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଠାରୁ ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଉଇକେଟ ବିନିମୟରେ ୨୨୦ରନ କରିଛି। ଭୁବନେଶ୍ୱରର ୨୬ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ (୮୪ରନ) ବଳରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳିଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଧୁପର ମଧ୍ୟ ଚମତ୍କାର ଖେଳି ୬୭ରନରେ ଅପରାଜିତ ଅଛନ୍ତି।
ମହାରାଷ୍ଟ୍ର ଅଧିନାୟକ ଅଙ୍କିତ ବାୱନେ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ପେସ୍‌ ବୋଲର ବସନ୍ତ ମହାନ୍ତିଙ୍କୁ ବିଶ୍ରାମ ଦିଆଯାଇ ସ୍ପିନର ପପୁ ରାୟଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଓପନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ପ୍ରାରମ୍ଭରୁ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ପ୍ରଥମ ସେସନ୍‌ର ୧୬ ଓଭର ଖେଳରୁ ଉଭୟ ୨୯ରନ ସଂଗ୍ରହ କରିଥିଲେ। ୨୪ତମ ଓଭରରେ ଦଳୀୟ ସ୍କୋର ୫୦ ଟପିଥିଲା। ୮୭ବଲରୁ ୫ଟି ଚୌକା ଓ ୨ଟି ଛକା ବଳରେ ୪୧ରନ କରିଥିବା ବେଳେ ଅନୁରାଗଙ୍କୁ ଆଉଟ୍‌ କରିଥିଲେ ମହାରାଷ୍ଟ୍ରର ବାମହାତୀ ସ୍ପିନର ସତ୍ୟଜିତ ବଚଭ। ଅନୁରାଗଙ୍କୁ ଏଲବିଡବ୍ଲ୍ୟୁ କରି ମହାରାଷ୍ଟ୍ରକୁ ସେ ପ୍ରଥମ ସଫଳତା ଦେଇଥିଲେ। ପରେ ମହାରାଷ୍ଟ୍ରର ପେସ ଆଟାକ୍‌ ସମ୍ମୁଖରେ ଓଡ଼ିଶାର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ବିଫଳ ହୋଇଥିଲା। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ୧, ଗୋବିନ୍ଦ ପୋଦ୍ଦାର ୫, ବିପ୍ଳବ ସାମନ୍ତରାୟ ୫ରନରେ ଆଉଟ ହୋଇଥିଲେ। ଅଭିଷେକ ରାଉତ ୧୬ରନ କରିଥିବା ବେଳେ ଦୁର୍ଭାଗ୍ୟବଶତଃ ରନଆଉଟ ହୋଇଥିଲେ। ୯୬ରନରେ ଓଡ଼ିଶା ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ପରେ ଶାନ୍ତନୁ ଓ ରାଜେଶ ୬ଷ୍ଠ ଉଇକେଟରେ ଓଡ଼ିଶା ପାଇଁ ୧୧୪ରନର ବହୁ ମୂଲ୍ୟବାନ ଭାଗିଦାରୀ ଗଢ଼ିଥିଲେ। ଶାନ୍ତନୁ ଅତ୍ୟନ୍ତ ସତର୍କତାର ସହ ମହାରାଷ୍ଟ୍ରର ବୋଲିଂ ଆକ୍ରମଣକୁ ସାମ୍‌ନା କରିଥିଲେ। ଚଳିତ ସିଜନର ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ଶାନ୍ତନୁ ଦ୍ୱିତୀୟ ଶତକ ଠାରୁ ୧୬ରନ ଦୂରରେ ଅଛନ୍ତି। ୧୭୧ବଲ ଖେଳି ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ୨୬୫ବଲରୁ ୭ ଚୌକା ବଳରେ ଶାନ୍ତନୁ ୮୪ରନ କରିଛନ୍ତି। ଅନ୍ୟପକ୍ଷରେ ଉଇକେଟ କିପର ରାଜେଶ ବଡ଼ଶଟ୍‌ ଖେଳିବା ସହ ୭୬ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୪ବଲରୁ ୫ଟି ଚୌକା ଓ ୪ଟି ଛକା ବଳରେ ସେ ମୋଟ୍‌ ୬୭ରନ କରିଛନ୍ତି। ରାଜେଶ ମଧ୍ୟ ଏହି ମ୍ୟାଚ୍‌ରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି। ମହାରାଷ୍ଟ୍ର ପକ୍ଷରୁ ଅକ୍ଷୟ ପାଲକାରଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ମନୋଜ ଇନଗେଲ ଓ ସତ୍ୟଜିତ ବଚଭ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆ ଭିତରେ ବଟଲରଙ୍କ ସହ କୋହଲିଙ୍କ ତୁ ତୁ ମେଁ ମେଁ: ରାଗିଯାଇ…

ଅହମ୍ମଦାବାଦ,୨୧।୩: ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଓପନର ଜୋସ ବଟଲରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା।...

ହ୍ବିସିଲ୍‌ ମାରି ଦର୍ଶକଙ୍କୁ ଏମିତି ଡିମାଣ୍ଡ କଲେ କୋହଲି

ଚେନ୍ନାଇ,୧୪।୨: ଚେନ୍ନାଇର ଚେପାକ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ...

ଏମ୍‌ଏସ୍‌ ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା ପଡ଼ିବ କପିଲ-କୋହଲି-ତେନ୍ଦୁଲକରଙ୍କ ବଙ୍ଗଳା: ୭ ଏକର ଜାଗାରେ…

ନୂଆଦିଲ୍ଲୀ,୬।୭: ଦୀର୍ଘ ଦୁଇ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର...

ଭାରତୀୟ କ୍ରିକେଟରଙ୍କ କୁସ୍ତି ଡ୍ରିଲ

ମେଲବୋର୍ନ, ୨୫।୧୨(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ବିପର୍ଯ୍ୟୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ହୋଇଛି। ଗୁରୁବାର ଖେଳାଳିମାନେ କୁସ୍ତି...

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

କୋଟ୍‌ଲାରେ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବେଦୀଙ୍କ ବିରୋଧ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପୂର୍ବତନ ସଭାପତି ଅରୁଣ ଜେଟ୍‌ଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରିଛନ୍ତି ସ୍ପିନ୍‌ କିମ୍ବଦନ୍ତୀ ବିଶନ ସିଂ ବେଦୀ।...

ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ...

ଚେନ୍ନାଇକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ...

Ten Cric Info
Advertisement


Archives

Model This Week

Why Dharitri