Posted inଖେଳ

ରଣଜୀ ଟ୍ରଫିରେ ଓଡ଼ିଶା: ନିରାଶରେ ଶେଷ ହେଲା ସିଜନ

କଟକ ଅଫିସ,୨୪ା୨: ଚଳିତ ରଣଜୀ ଟ୍ରଫି ସିଜନରେ କ୍ୱାର୍ଟର ଫାଇନାଲରୁ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି। ଘରୋଇ ପରିବେଶରେ ଓଡ଼ିଶା ସେମିରେ ପ୍ରବେଶ କରିବାର ଏକାଧିକ ସୁଯୋଗ ରହିଥିଲା। ହେଲେ ସୁଯୋଗ ହାତଛଡ଼ା କରି ରାଜ୍ୟ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି ଓଡ଼ିଶା ଦଳ।
ସୋମବାର ୫ମ ଦିନର ଖେଳ ଖରାପ ଆଲୋକ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ରବିବାର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ହରାଇ ୩୬୧ରନ କରିଥିଲା। ସୋମବାର ଦଳୀୟ ସ୍କୋରରେ ୧୨ରନ ଯୋଡ଼ି ହେବା ସହ ବଳକା ୩ ଉଇକେଟର ପତନ ଘଟିଥିଲା। ମୁକେଶ କୁମାରଙ୍କୁ ୬ରନରେ ଦେବବ୍ରତ ଏଲବିଡବ୍ଲ୍ୟ କରିବା ପରେ ଶାହବାଜ ଅହମ୍ମଦ ୬୪ ଓ ନୀଳକଣ୍ଠ ଦାସ ଖାତା ଖୋଲିବା ପୂର୍ବରୁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ଥିଲା ୩୩୨। ଏଣୁ ୨୫୦ରନରେ ଅଲଆଉଟ ହୋଇଥିବା ଓଡ଼ିଶା ସମ୍ମୁଖରେ ୪୫୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୧୦ ଓଭରର ଖେଳରୁ ବିନା ଉଇକେଟରେ ଓଡ଼ିଶା ୩୯ରନ କରିଥିବା ବେଳେ କୋହଲା ପାଗ ଓ ଖରାପ ଆଲୋକ ସମସ୍ୟା ସୃଷ୍ଟି କରିଥିଲେ। ଫଳରେ ମ୍ୟାଚ୍‌କୁ ସାମୟିକ ମୂହୁର୍ତ୍ତ ପାଇଁ ବନ୍ଦ ରଖିଥିଲେ ଅମ୍ପାୟର। ଗୋଟିଏ ଦିବସରେ ୪୦୦ରୁ ଉର୍ଦ୍ଧ୍ୱ ସ୍କୋର ସଂଗ୍ରହ କରିବା କଷ୍ଟସାଧ୍ୟ ଥିଲେ ସୁଦ୍ଧା ମ୍ୟାଚ୍‌ ପୁର୍ନବାର ଆରମ୍ଭ ହେବାର କୌଣସି ସମ୍ଭାବନା ସୃଷ୍ଟି ନ ହେବାରୁ ଓଡ଼ିଶାର ସେମି ଫାଇନାଲ ଆଶା ମଉଳି ଯାଇଥିଲା।

ଶାନ୍ତନୁ, ଦେବାଶିଷ ସର୍ବାଧିକ ରନ୍‌
ଚଳିତ ରଣଜୀ ସିଜିନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ଓପନିଂ ଦାୟିତ୍ୱ ସମ୍ଭାଳୁଥିବା ତଥା ଡାହାଣହାତୀ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର। ୯ଟି ମ୍ୟାଚ୍‌ର ୧୬ଟି ଇନିଂସରୁ ୩୮.୫୭ ଆଭରେଜରେ ସେ ୫୪୦ରନ କରିଛନ୍ତି। ଏଥି ମଧ୍ୟରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକୀୟ ଇନିଂସ ରହିଛି। କ୍ବାର୍ଟର ଫାଇନାଲରେ ଶାନ୍ତନୁ ୬୨ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ମହାରାଷ୍ଟ୍ର ଓ ଆସାମ ବିପକ୍ଷରେ ଅନ୍ୟ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଥିବା ବେଳେ ଉତ୍ତରାଖଣ୍ଡ ବିପକ୍ଷରେ ୧୧୦ରନର ଶତକୀୟ ଇନିଂସ ଖେଳିଥିଲେ ଭୁବନେଶ୍ୱରର ଏହି ୨୫ ବର୍ଷୀୟ ଖେଳାଳି। ସେହିପରି ୮ଟି ମ୍ୟାଚ୍‌ର ୧୨ଟି ଇନିଂସରୁ ୫୩.୫୦ ଆଭରେଜରେ ୫୩୫ରନ କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ। ଦେବାଶିଷଙ୍କ କ୍ୟାରିୟର ପାଇଁ ଏହି ସିଜନ୍‌ ଶ୍ରେଷ୍ଠ ରହିଛି। ସର୍ଭିସେସ୍‌ ବିପକ୍ଷରେ ୧୯୫ରନ ଓ ଝାଡ଼ଖଣ୍ଡ ବିପକ୍ଷରେ ୧୫୬ରନର ଇନିଂସ ଦେବାଶିଷଙ୍କ ବ୍ୟାଟିଂ ପରାକାଷ୍ଠାର ପ୍ରମାଣ ଦେଇଛି। ଏହାଛଡ଼ା କ୍ବାର୍ଟର ଫାଇନାଲ ମୁକାବିଲାରେ ମଧ୍ୟ ଶାନ୍ତନୁଙ୍କ ବ୍ୟତୀତ ଦ୍ୱିତୀୟ ଖେଳାଳି ଭାବେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଚଳିତ ସିଜନରେ ଦେବାଶିଷ ୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।
ସୂର୍ଯ୍ୟକାନ୍ତ ନାମରେ ସର୍ବାଧିକ ଛକା, ଉଇକେଟ
ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ। ୧୦ଟି ମ୍ୟାଚ୍‌ରୁ ୪୦ଟି ଉଇକେଟ ନେବା ସହ ସେ ସିଜନରେ ଓଡ଼ିଶାର ସର୍ବାଧିକ ଉଇକେଟହାସଲକାରୀ ହୋଇଛନ୍ତି। ତାଙ୍କ ପଛକୁ ଅଛନ୍ତି ବସନ୍ତ ମହାନ୍ତି(୩୪ ଉଇକେଟ) ଓ ରାଜେଶ ମହାନ୍ତି(୩୨ ଉଇକେଟ)। ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଉଭୟ ଇନିଂସରେ ୧୨୨ରନ ବ୍ୟୟ କରି ସେ ୧୧ଟି ଉଇକେଟ ହାସଲ କରିଥିଲେ। ଓଡ଼ିଶା ବୋଲର ମାନଙ୍କ ସ୍କୋରକୁ ନଜର ପକାଇଲେ ଆଗରେ ରହିଛନ୍ତି ସୂର୍ଯ୍ୟକାନ୍ତ। ସେ ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ମୋଟ୍‌ ୨୫୭ରନ କରିଛନ୍ତି। ଏହି ସିଜିନରେ ସର୍ବାଧିକ ଛକା ମଧ୍ୟ ଏହି ବୋଲର ଅଲରାଉଣ୍ଡରଙ୍କ ନାମରେ ରହିଛି। ସେ ମୋଟ୍‌ ୧୫ଟି ଛକା ମାରିଛନ୍ତି। ୭ଟି ଛକା ସହ ପଛକୁ ଅଛନ୍ତି ରାଜେଶ ଧୂପର।
ଛାପ ଛାଡ଼ିଲେ ନବାଗତ ‘ଦେବବ୍ରତ’


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?