Posted inଖେଳ

ରଣଜୀ ଅଧିନାୟକ ବୈଠକ : ଡିଆରଏସ୍‌ ଲାଗୁ,କଏନ ଟସ୍‌ ବାତିଲ ନେଇ ସହମତି

ମୁମ୍ବାଇ, ୧୮।୫(ପି.ଟି.)- ଏଠାରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍‌କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍‌ମାନେ ଅଂଶଗ୍ରହଣ କରିଥିଲେ। ଦେଶର ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆରଏସ୍‌) ଲାଗୁ କରିବା ଓ କଏନ ଟସ୍‌କୁ ବାତିଲ କରିବା ନେଇ ସହମତି ପ୍ରକାଶ ପାଇଥିଲା। ଏପର୍ଯ୍ୟନ୍ତ ଡିଆରଏସ୍‌ ଆନ୍ତର୍ଜାତିକ କ୍ରିକେଟରେ ଲାଗୁ ହୋଇଥିଲା। ତେବେ ଗତ ରଣଜୀ ଟ୍ରଫି ସେସନରେ ଖରାପ୍‌ ଅମ୍ପାୟରିଂର ନମୁନା ଦେଖିବାକୁ ମିଳିଥିଲା। ଫଳରେ ରଣଜୀରେ ଡିଆରଏସ୍‌କୁ ପ୍ରଥମଥର ଲାଗୁ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି।
ଗତ ସେସନରେ ସୌରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ ଦୁର୍ବଳ ଅମ୍ପାୟାରିଂ କାରଣରୁ ବିବାଦୀୟ ହୋଇ ପଡିଥିଲା। ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍ସରେ ବଲ୍‌ ବାଜିଥିଲେ ମଧ୍ୟ ତାଙ୍କୁ ନଟ୍‌ ଆଉଟ ଘୋଷିତ କରାଯାଇଥିଲା। ଫଳରେ ସେ ଶତକ ହାସଲ କରି ମ୍ୟାଚ୍‌ର ମୋଡ ବଦଳାଇଥିଲେ। ତେଣୁ ଡିଆରଏସ୍‌ ରଣଜୀରେ ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି କୋଚ୍‌ ଓ ଅଧିନାୟକମାନେ ମତ ରଖିଥିଲେ।
ସେହିପରି କଏନ ଟସ୍‌ ପକାଇବା ବଦଳରେ ଭ୍ରମଣକାରୀ ଦଳକୁ ବ୍ୟାଟିଂ କିମ୍ବା ବୋଲିଂ କରିବାର ଅଧିକାର ପ୍ରଦାନ କରାଯିବା ଉପରେ ଓ ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫିର ପ୍ରାସଙ୍ଗିକତା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପୁଣି ମହିଳା କ୍ରିକେଟ ଉପରେ ଆଲୋଚନା କରିବା ପାଇଁ ଏକ ଭିନ୍ନ ବୈଠକର ଆୟୋଜନ ହେବା ନେଇ ବିସିସିଆଇ ମୁଖ୍ୟ କାର୍ଯନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଆଗାମୀ ସେସନ ଆହୁର ବଡ଼ ହେବ ଓ ଭଲ ହେବ। ତେଣୁ ସବୁ ବୟସବର୍ଗରେ କ୍ରିକେଟର ମାନ ଉନ୍ନତି ଲାଗି ଆମର ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ରଣଜୀ ଟ୍ରଫିର ନକ୍‌ଆଉଟ୍‌ ମ୍ୟାଚ୍‌ଗୁଡିକ ହୋମ- ଆଓ୍ବେ ଅର୍ଥାତ୍‌ ଘରୋଇ ଓ ବାହାର ପରିବେଶ୍‌ କିମ୍ବା ନିରପେକ୍ଷ ଭେନ୍ୟୁରେ ଆୟୋଜନ ହେବା ନେଇ ଆଲୋଚନା ହୋଇଥିଲା। ଭାରତ ପାଇଁ ଖେଳିଥିବା କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରୁଥିବା ଖେଳାଳି, କୋଚ୍‌, ଅଧିନାୟକ, ସପୋର୍ଟ ଷ୍ଟାଫ୍‌ଙ୍କ ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ କହିଛନ୍ତି। ପୂର୍ବରୁ ୧୧୦୮ଟି ମ୍ୟାଚ ଖେଳାଯାଉଥିଲା। କିନ୍ତୁ ଗତବର୍ଷ ଏହି ସଂଖ୍ୟା ୨୦୨୪କୁ ବୃଦ୍ଧି ପାଇଛି ଓ ଏହାକୁ ଆୟୋଜନ କରିବାରେ ଆମେ ସଫଳ ହୋଇଛୁ ବୋଲି ଜେନେରାଲ ମ୍ୟାନେଜର କ୍ରିକେଟ ଅପରେଶନ ସବା କରିମ କହିଛନ୍ତି। କ୍ରିକେଟରମାନ ଉନ୍ନତି ପାଇଁ ମ୍ୟାଚ୍‌ ରେଫରିଙ୍କ ପ୍ରସ୍ତାବକୁ ଗୁରତ୍ୱ ଦିଆଯିବ ଉପରେ, ବ୍ୟବହାର କରାଯାଉଥିବା ବଲ୍‌ର ମାନ, ମନ୍ଥର ବୋଲିଂକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ସବୁ ଲାଗୁ ହେବା ପାଇଁ ଏବେ ବିସିସିଆଇ ଟେକନିକାଲ କମିଟିର ଅନୁମୋଦନ ଆବଶ୍ୟକ। ଏହାପରେ ବାର୍ଷିକ ସାଧାରଣ ପରିଷଦର ମଧ୍ୟ ସମର୍ଥନ ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ବୋର୍ଡର ଟେକନିକାଲ କମିଟି କିମ୍ବା ସାଧାରଣ ପରିଷଦ ନାହିଁ। ଏହା ବଳଦରେ ଆଡହକ ବଡି ବା କମିଟି ଦାୟିତ୍ୱରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରବ ସାଗରରେ ଭାରତର ପ୍ରଥମ ଫ୍ଲୋଟିଂ ବାସ୍କେଟବଲ୍‌ କୋର୍ଟ

ମୁମ୍ବାଇ, ୩।୧୦- ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ (ଏନ୍‌ବିଏ) ଭାରତକୁ ପ୍ରଥମ ଫ୍ଲୋଟିଂ ବାସ୍କେଟକଲ କୋର୍ଟ ବାନ୍ଦ୍ରା ଓ୍ବର୍ଲି ସିଲିଙ୍କସ୍ଥିତ ଆରବ ସାଗରକୁ ଆଣିଛି। ଏନ୍‌ବିଏର କିମ୍ବଦନ୍ତୀ...

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌...

ଏହି ୩ଟି ମ୍ୟାଚ୍‌କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି।...

ସାକିବଙ୍କ ମାଇଲଷ୍ଟୋନ

ଲଣ୍ଡନ,୫।୬(ଏଏଫ୍‌ପି)- ବାଂଲାଦେଶ ଦଳର ଅଭିଜ୍ଞ ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଲାଗି ବୁଧବାର ଏକ ସ୍ମରଣୀୟ ଦିବସ। ସେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ କ୍ୟାରିୟରର...

ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ପୁରାନ, ଆଲେନ, ଥୋମାସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୯।୭(ପି.ଟି.)- ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ପକ୍ଷରୁ ମଙ୍ଗଳବାର ନୂତନ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା...

ପଞ୍ଜାବ – କୋଲକାତା ମୁକାବିଲା: ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ପଞ୍ଜାବ

ଆବୁଧାବି,୧୦।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ଡବଲ ହେଡରରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ...

ପୁନିଆ ‘ଜୁନିୟର ଫ୍ରିଷ୍ଟାଇଲ ରେସ୍‌ଲର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୭ା୧୨(ପି.ଟି.)- ଉଭୟ ଜୁନିୟର ଏବଂ ସିନିୟର ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆ ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ...

ଏହି ବଡ ବଡ ଖେଳାଳିଙ୍କୁ କିଣିଲେ ନାହିଁ କୌଣସି ଦଳ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ନିଲାମରେ ସମସ୍ତ ୮ ଟିମ ମିଳିତ ଭାବରେ ୫୭ ଖେଳାଳି କିଣିଛନ୍ତି। ପଞ୍ଜାବ ଦଳ ସର୍ବାଧିକ ଖେଳାଳି କିଣିଥିବାବେଳେ ଚେନ୍ନାଇ...

Advertisement
Archives

Model This Week