Posted inଖେଳ

ରଣଜୀ ଅଧିନାୟକ ବୈଠକ : ଡିଆରଏସ୍‌ ଲାଗୁ,କଏନ ଟସ୍‌ ବାତିଲ ନେଇ ସହମତି

ମୁମ୍ବାଇ, ୧୮।୫(ପି.ଟି.)- ଏଠାରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍‌କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍‌ମାନେ ଅଂଶଗ୍ରହଣ କରିଥିଲେ। ଦେଶର ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆରଏସ୍‌) ଲାଗୁ କରିବା ଓ କଏନ ଟସ୍‌କୁ ବାତିଲ କରିବା ନେଇ ସହମତି ପ୍ରକାଶ ପାଇଥିଲା। ଏପର୍ଯ୍ୟନ୍ତ ଡିଆରଏସ୍‌ ଆନ୍ତର୍ଜାତିକ କ୍ରିକେଟରେ ଲାଗୁ ହୋଇଥିଲା। ତେବେ ଗତ ରଣଜୀ ଟ୍ରଫି ସେସନରେ ଖରାପ୍‌ ଅମ୍ପାୟରିଂର ନମୁନା ଦେଖିବାକୁ ମିଳିଥିଲା। ଫଳରେ ରଣଜୀରେ ଡିଆରଏସ୍‌କୁ ପ୍ରଥମଥର ଲାଗୁ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି।
ଗତ ସେସନରେ ସୌରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ ଦୁର୍ବଳ ଅମ୍ପାୟାରିଂ କାରଣରୁ ବିବାଦୀୟ ହୋଇ ପଡିଥିଲା। ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍ସରେ ବଲ୍‌ ବାଜିଥିଲେ ମଧ୍ୟ ତାଙ୍କୁ ନଟ୍‌ ଆଉଟ ଘୋଷିତ କରାଯାଇଥିଲା। ଫଳରେ ସେ ଶତକ ହାସଲ କରି ମ୍ୟାଚ୍‌ର ମୋଡ ବଦଳାଇଥିଲେ। ତେଣୁ ଡିଆରଏସ୍‌ ରଣଜୀରେ ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି କୋଚ୍‌ ଓ ଅଧିନାୟକମାନେ ମତ ରଖିଥିଲେ।
ସେହିପରି କଏନ ଟସ୍‌ ପକାଇବା ବଦଳରେ ଭ୍ରମଣକାରୀ ଦଳକୁ ବ୍ୟାଟିଂ କିମ୍ବା ବୋଲିଂ କରିବାର ଅଧିକାର ପ୍ରଦାନ କରାଯିବା ଉପରେ ଓ ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫିର ପ୍ରାସଙ୍ଗିକତା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପୁଣି ମହିଳା କ୍ରିକେଟ ଉପରେ ଆଲୋଚନା କରିବା ପାଇଁ ଏକ ଭିନ୍ନ ବୈଠକର ଆୟୋଜନ ହେବା ନେଇ ବିସିସିଆଇ ମୁଖ୍ୟ କାର୍ଯନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଆଗାମୀ ସେସନ ଆହୁର ବଡ଼ ହେବ ଓ ଭଲ ହେବ। ତେଣୁ ସବୁ ବୟସବର୍ଗରେ କ୍ରିକେଟର ମାନ ଉନ୍ନତି ଲାଗି ଆମର ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ରଣଜୀ ଟ୍ରଫିର ନକ୍‌ଆଉଟ୍‌ ମ୍ୟାଚ୍‌ଗୁଡିକ ହୋମ- ଆଓ୍ବେ ଅର୍ଥାତ୍‌ ଘରୋଇ ଓ ବାହାର ପରିବେଶ୍‌ କିମ୍ବା ନିରପେକ୍ଷ ଭେନ୍ୟୁରେ ଆୟୋଜନ ହେବା ନେଇ ଆଲୋଚନା ହୋଇଥିଲା। ଭାରତ ପାଇଁ ଖେଳିଥିବା କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରୁଥିବା ଖେଳାଳି, କୋଚ୍‌, ଅଧିନାୟକ, ସପୋର୍ଟ ଷ୍ଟାଫ୍‌ଙ୍କ ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ କହିଛନ୍ତି। ପୂର୍ବରୁ ୧୧୦୮ଟି ମ୍ୟାଚ ଖେଳାଯାଉଥିଲା। କିନ୍ତୁ ଗତବର୍ଷ ଏହି ସଂଖ୍ୟା ୨୦୨୪କୁ ବୃଦ୍ଧି ପାଇଛି ଓ ଏହାକୁ ଆୟୋଜନ କରିବାରେ ଆମେ ସଫଳ ହୋଇଛୁ ବୋଲି ଜେନେରାଲ ମ୍ୟାନେଜର କ୍ରିକେଟ ଅପରେଶନ ସବା କରିମ କହିଛନ୍ତି। କ୍ରିକେଟରମାନ ଉନ୍ନତି ପାଇଁ ମ୍ୟାଚ୍‌ ରେଫରିଙ୍କ ପ୍ରସ୍ତାବକୁ ଗୁରତ୍ୱ ଦିଆଯିବ ଉପରେ, ବ୍ୟବହାର କରାଯାଉଥିବା ବଲ୍‌ର ମାନ, ମନ୍ଥର ବୋଲିଂକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ସବୁ ଲାଗୁ ହେବା ପାଇଁ ଏବେ ବିସିସିଆଇ ଟେକନିକାଲ କମିଟିର ଅନୁମୋଦନ ଆବଶ୍ୟକ। ଏହାପରେ ବାର୍ଷିକ ସାଧାରଣ ପରିଷଦର ମଧ୍ୟ ସମର୍ଥନ ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ବୋର୍ଡର ଟେକନିକାଲ କମିଟି କିମ୍ବା ସାଧାରଣ ପରିଷଦ ନାହିଁ। ଏହା ବଳଦରେ ଆଡହକ ବଡି ବା କମିଟି ଦାୟିତ୍ୱରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri