ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ ପାଇଁ ଯୁବ ନିର୍ଦ୍ଦେଶକ ରଞ୍ଜନ ବିଶ୍ୱାଳ ଦୁଇଗୋଟି ନାଟକ ପ୍ରସ୍ତୁତ କରିଛନ୍ତି। ଦୁଇଟି ଯାକ ନାଟକରେ ତାଙ୍କ ସହିତ ଅଛନ୍ତି ନାଟ୍ୟକାର ସୁକାନ୍ତ ମଲ୍ଲିକ। ଏହି ଦୁଇଗୋଟି ନାଟକ ହେଉଛି ‘ବାଘାଯତୀନ ଲୋକନାଟ୍ୟ’ର ‘ତମ ସିନ୍ଦୂର କୋଉ ସ୍ବାମୀର’ ଏବଂ ‘ସ୍ବର୍ଣ୍ଣମହଲ’ର ‘ସାବତ ସ୍ବାମୀ’। ଦୁଇଗୋଟି ନାଟକ ଭିନ୍ନ ସ୍ବାଦର ନାଟକ। ‘ତମ ସିନ୍ଦୂର କୋଉ ସ୍ବାମୀର’ ନାଟକଟି ଜଣେ ଉଚ୍ଚାଭିଳାଷୀ ଅଭିଆଡ଼ି ଝିଅର କାହାଣୀକୁ ନେଇ ଗତିଶୀଳ ହୋଇଥିବା ବେଳେ ‘ସାବତ ସ୍ବାମୀ’ ନାଟକରେ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କର ପରିଭାଷାକୁ ସ୍ପଷ୍ଟ କରାଯାଇଛି। ଏତଦ୍‌ବ୍ୟତୀତ, ପାର୍ବତୀ ଗଣନାଟ୍ୟ ପାଇଁ ରଞ୍ଜନ ଏକ ନାଟକ ପ୍ରସ୍ତୁତ କରିବେ। ତାହାକୁ ସେ ଫିଲ୍‌ଡରେ ପ୍ରସ୍ତୁତ କରିବେ ବୋଲି ସୂଚନା ଦେଇଛନ୍ତି ରଞ୍ଜନ।

ସୂଚନାଯୋଗ୍ୟ ଯେ, ଗତ ଯାତ୍ରା ଋତୁରେ ନିର୍ଦ୍ଦେଶକ ରଞ୍ଜନ ‘ଧଉଳି ଗଣନାଟ୍ୟ’ ପାଇଁ ‘କଳାକାହ୍ନୁ ମୋର କାଳିଆ ସୁନା’, ‘ତ୍ରିନାଥ ଗଣନାଟ୍ୟ’ ପାଇଁ ‘ମୋ ସ୍ତ୍ରୀର ଗପ ନ କହିଲେ ପାପ’ ଏବଂ ‘ଯାତ୍ରା ମନ୍ଦିର’ ପାଇଁ ‘ଅଗ୍ନି ପରୀକ୍ଷା’ ଆଦି ନାଟକ ପ୍ରସ୍ତୁତ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ତାଙ୍କର ନାଟକଗୁଡ଼ିକ ଯାତ୍ରାପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ରଞ୍ଜନ ଆଶାବାଦୀ ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK

ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ…

ମୁହଁ ଖୋଲିଲେ ଥଲାପତି ବିଜୟଙ୍କ ପୁଅ: କହିଲେ, ମୋ ବାପା ମୁଖ୍ୟମନ୍ତ୍ରୀ ହେବା ମୁହୂର୍ତ୍ତ …

ଚେନ୍ନାଇ,୩।୮:ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ବିଜୟ ପୁଅ ଜାସନ ସଞ୍ଜୟ ‘ସିଗ୍ମା’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଡେବ୍ୟୁ ପୂର୍ବରୁ ଜାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri