ରଜ ମହୋତ୍ସବ ଉଦ୍‌ଯାପିତ

ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍‌.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି ଗଣପର୍ବ ରଜର ଶେଷ ଦିନରେ ବରୀ ବିଧାୟିକା ସୁନନ୍ଦା ଦାସ ସ୍ବାଇଁଖଣ୍ଡ ପଞ୍ଚାୟତ ଖରି ପଡ଼ିଆରେ ଆୟୋଜିତ ରଜ ମହୋତ୍ସବରେ ଯୋଗଦେଇ ଏକଥା କହିଛନ୍ତି। ବରୀ ଅଞ୍ଚଳରେ ୩ ଦିନ ଧରି ଧୁମ୍‌ଧାମ୍‌ରେ ରଜ ପାଳନ ହେବା ସହ ବିଧାୟିକା ଦାସ ବିଭିନ୍ନ ଅନୁଷ୍ଠାନରେ ଯୋଗଦେଇ ଭାଇଚାରାକୁ ଉଜ୍ଜୀବିତ ରଖିବା ପାଇଁ ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ଓଡ଼ିଆ ୧୨ ମାସର ୧୩ ପର୍ବକୁ ପୂର୍ବଭଳି ପାଳନ କରିବା ପାଇଁ କହିଥିଲେ। ଉଦ୍‌ଯାପନୀ ଦିବସରେ ରୁଦ୍ରପୁର ପଞ୍ଚାୟତର ରଜ ଦୋଳିରେ କୁମାରୀଙ୍କ ସହ ରଜ ପାଳନ କରି ରଜକୁ ବିଦାୟ ଦେଇଥିଲେ। ବରୀ ବ୍ଲକ ଅଧୀନ ଧାରପୁର ପଞ୍ଚାୟତର କେନ୍ଦୁଆଠାରେ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ସମ୍ବର୍ଦ୍ଧିତ କରି ରଜ ପାଳନ କରାଯାଇଥିଲା। ଏଥିସହ ବରୀ ପ୍ରଗତି କ୍ଲବ, ଅଲ୍ଲିପୁର ମଠ, ବାଲିଆପା, ରମ୍ପା, ବାଲିଆ, ସାହାସପୁର, ଭଅଁରା, କାଇପଡା ପ୍ରଭୃତି ଅଞ୍ଚଳରେ ରଜ ଦୋଳି ଲାଗାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା। ରଜ ୩ ଦିନ ପରେ ବସୁମତୀ ସ୍ନାନରେ ଭିନ୍ନ ଏକ ପରମ୍ପରା ଦେଖିବାକୁ ମିଳିଥାଏ। ବସୁମତୀ ମା’କୁ ପୀଢ଼ା, ଶୀଳପୁଆ, ଦୂବ ଘାସ, ବରକୋଳି ପତ୍ର, ଅରୁଆ ଚାଉଳ, ହଳଦୀ, ଚନ୍ଦନ, ସିନ୍ଦୁର ଓ ଫୁଲ ଦେଇ ଘରେ ସଞ୍ଚିତ ଥିବା ଶସ୍ୟ ନେଇ ପୂଜାର୍ଚ୍ଚନା କରାଯାଇଥାଏ। ଶଙ୍ଖ ହୁଳହୁଳି ଦେଇ ପୃଥିବୀ ମା’କୁ ଆବାହନ କରି କୃଷି କାର୍ଯ୍ୟ ଭଲ ହେବା ପାଇଁ ଅପରାହ୍ନରେ ଚାଷୀଙ୍କ ଗହଣରେ ମିଶି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିଧାୟିକା ଦାସ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ଉଦ୍‌ଯାପନୀ ଦିବସରେ ବିଧାୟିକାଙ୍କ ସମେତ ଚିତ୍ତରଞ୍ଜନ ଜେନା, ରତି ରଞ୍ଜନ ଜେନା, ପ୍ରଶାନ୍ତ ସାହୁ, ଦେବେନ୍ଦ୍ର ଦାସ, ଅଶୋକ ସାମଲ, ରଞ୍ଜନ ପଣ୍ଡା, ରଞ୍ଜନ ବେହେରା, କବିତା ପଣ୍ଡା ପ୍ରମୁଖ ଶତାଧିକ କୁମାରୀ ଓ ମହିଳାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଥ୍‌ ରିଗିଂ ନେଇ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୮।୨(ଡି.ଏନ୍‌.ଏ.): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲା ବଡ଼ଚଣା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ...

ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ...

ଭଙ୍ଗା ହେଲା ଜଳସମ୍ପଦ ଡାକବଙ୍ଗଳା ପାଚେରି

ରତ୍ନଗିରି,୨୪ା୬(ଡି.ଏନ.ଏ.)- ବରୀର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବରୀ ମାଉଣ୍ଡଠାରୁ ବ୍ଲକ କାର୍ଯ୍ୟାଳୟ, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ବରୀ ରାମଚନ୍ଦ୍ରପୁର...

କଳାପଟା ନାହିଁ, କବାଟରେ ଲେଖା ହେଲା ପ୍ରଶ୍ନ

ଧର୍ମଶାଳା,୭ା୧୨(ଡି.ଏନ୍‌.ଏ.): ବିଦ୍ୟାଳୟଗୁଡ଼ିକର ଭୂତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିପୁଳ ଟଙ୍କା ବ୍ୟୟ କରିଚାଲିଛନ୍ତି। ହେଲେ ଯାଜପୁର ଜିଲାରେ ଏହାର ବ୍ୟତିକ୍ରମ...

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ର,ଅଭିଭାବକଙ୍କ ଧାରଣା

ଚଣ୍ଡିଖୋଲ(ଡିଏନ୍‌ଏ)/ବାଲିଚନ୍ଦ୍ରପୁର(ସ୍ବ.ପ୍ର.),୧୪।୮- ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ମଙ୍ଗଳବାର ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣା ଦିଆଯାଇଥିଲା।...

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ କୋଟ ଚାର୍ଲାଣ

ଧର୍ମଶାଳା/ଜେନାପୁର,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୂପୁର ପଞ୍ଚାୟତର ପନ୍ତୁରୀ ଗ୍ରାମରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀକୁ ସୋମବାର ଗିରଫ...

ବଡ଼ଚଣା ବ୍ଲକ ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଚଣ୍ଡିଖୋଲ,୧୪।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ଏହା ପ୍ରଥମ ପଜିଟିଭ ବୋଲି ସ୍ବାସ୍ଥ୍ୟ ଓ...

ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା

ରସୁଲପୁର,୨୬।୩(ଡି.ଏନ୍.ଏ.): ଅମଳ ଅପେକ୍ଷାରେ ଖରିଫ କ୍ଷେତ ରହିଥିଲାବେଳେ ଏଥିରେ ବାଧକ ସାଜିଛି କରୋନା। ମାତ୍ର ଏବେ କରୋନା ଆତଙ୍କ ଯୋଗୁ ଶ୍ରମିକ ମିଳୁ ନାହାନ୍ତି। ଫଳରେ...

Advertisement
Archives

Model This Week