Posted inଫୁରସତ

ରଜକୁ ଫିକା କରିବ କରୋନା: ବୁଡ଼ାଇଲା ରଜପାନ ବେପାର

ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ ଆଉ କ୍ଷେତ ସହ କୃଷକର ମିଳନ ଆଣିଦିଏ ଅପୂର୍ବ ମାଦକତା। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏହାର ମହତ୍ତ୍ୱ କ୍ରମଶଃ କମିଆସୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇପାରି ନାହିଁ। ନୟାଗଡ଼ ଜିଲାର ବିଭିନ୍ନ ଅନୁଷ୍ଠାନ ଏହାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଚଳିତବର୍ଷ କରୋନା ଯୋଗୁ ଗାଁ ଗଣ୍ଡା ଓ ସହରରେ ଏହା ଫିକା ପଡିଛି।

ଗାଁରୁ ସହରଯାଏ ସବୁଠି ଅନୁଭୂତ ହେଉଥିଲା ରଜର ମିଠା ଅନୁଭୂତି। ବୁଢ଼ୀମା’ର ପାନ ବଟୁଆ ଭିତରେ ଲୁଚି ରହିଛି ନିୟୁତ ଯୁଗର ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭଲ ପାଇବା। ମା’ର ହାତ ତିଆରି ଆରିସା ପିଠା ମଧ୍ୟରେ ଭରି ରହିଛି ଆଞ୍ଜୁଳା ଆଞ୍ଜୁଳା ସ୍ନେହ। ମିଳନ,ମାଦକତା, ଆନନ୍ଦ, ଉଲ୍ଲାସର ଏହି ପର୍ବରେ ଯିଏ ଯେଉଁଠି ଥାଉନା କାହିଁକି ଗାଁକୁ ଫେରିଥାନ୍ତି। ପ୍ରତ୍ୟେକ ପରିବାର ଏଥିପାଇଁ ଆଗଭର। ୩ଦିନ ପୂର୍ବରୁ ପ୍ରସ୍ତୁତି ସାରି ସଜବାଜ ହୋଇ ଏମାନେ ରଜ ପାଳିଥାନ୍ତି। ସମସ୍ତଙ୍କର ନୂଆ ବସ୍ତ୍ର। ପିଲା ମାନଙ୍କର ରଙ୍ଗବେରଙ୍ଗ ପୋଷାକ। ସମସ୍ତଙ୍କ ଘରେ ପୋଡପିଠା ସାଙ୍ଗକୁ ଆରିସା, କାକରା, ମଣ୍ଡା, ଚକୁଳିର ମହକ। ପିଲାଠାରୁ ବୟସ୍କ ସମସ୍ତେ ପାନର ମଧ୍ୟ ମଜା ନେଇଥାନ୍ତି। ଅନ୍ୟ ଓଷା ପରି ଏଥିରେ ଉପାସ ବ୍ରତ କରିବାକୁ ପଡେ ନାହଁି କି ଖାଇବାରେ ନ ଥାଏ ପ୍ରତିବନ୍ଧକ। ଖାଇବା, ଖୁଆଇବା ଏବଂ ସାହି ପଡିଶାରେ ବାଣ୍ଟିବା ନୟାଗଡ଼ ଜିଲାର ଗ୍ରାମାଞ୍ଚଳରେ କେଉଁ କାଳରୁ ପରମ୍ପରା ରହିଛି। ରଜ ସମୟରେ ଏଠାକାର ଗାଁ ଗହଳିରୁ ଶୁଭେ ପ୍ରେମ ଓ ସ୍ନେହର ଭାଷା। ଭଉଣୀ ତା’ର ଗେହ୍ଲା ଭାଇ ପାଇଁ ଗାଇଥାଏ ପ୍ରେମର ସଙ୍ଗୀତ। ଅନ୍ୟ ଝିଅପୁଅମାନେ ମଧ୍ୟ ଗାଇଥାନ୍ତି ଭଳିକି ଭଳି ଗୀତ। ଦୋଳିରେ ବସି ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଆଦି ଗୀତ ଗାଇଥାନ୍ତି। ଗଁାର ଝିଅ ବୋହୂମାନେ ଦେହରେ ବଟା ହଳଦୀ ଓ ଚନ୍ଦନର ପ୍ରଲେପ ମାଖି ମୁହଁରେ ଚନ୍ଦନ ଟିପା, କୁଙ୍କୁମ, ଆଖିରେ କଜ୍ଜଳ ଓ ପାଦରେ ଅଳତା ଲଗାଇ ନୂଆ ଲୁଗା ପିନ୍ଧି ଦଳ ଦଳ ହୋଇ ବୁଲିଥାନ୍ତି। ଯୁବକମାନେ ଲୁଡୁ, ତାସ୍‌, ପଶାପାଲିରେ ବିଭୋର ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ନୟାଗଡ଼ ଅନତି ଦୂର ଇଟାମାଟିର ତନ୍ତି ସାହି, ସାଲୁଣୀ ଗ୍ରାମ ଭଳି ଜିଲାର ବିଭିନ୍ନ ଗ୍ରାମରେ କୁଆଁରୀ ଝିଅମାନେ ପ୍ରତିବର୍ଷ ରଜ ମହୋତ୍ସବ ପାଳନ କରି ଦୋଳି ଖେଳକୁ ବେଶ୍‌ ଉପଭୋଗ କରିଥାନ୍ତି। ସହରରେ ଥିବା ନାରାୟଣ ପାର୍କରେ ରଜ ଦୋଳି ଖେଳିବା ପାଇଁ ଭିଡ଼ ଜମେ। ନୟାଗଡ଼ ବ୍ଲକ ଇକିରି ପଞ୍ଚୟତ ନଛିପୁର ଗାଁରେ ଛୋଟ ଝିଅଙ୍କଠାରୁ ଆରମ୍ଭ କରି କୁଆଁରୀ ଝିଅମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଏଠାରେ ପୁଚି ଖେଳଠାରୁ ଆରମ୍ଭ କରି ବେଲୁନ୍‌ ଫୁଙ୍କା, ଝୋଟି ମୁରୁଜ ଆଦି ପ୍ରତିଯୋଗିତା ହୋଇଥାଏ। ରଜ ପାନ ଖାଇବା ପାଇଁ ବିଭିନ୍ନ ପାନ ଦୋକାନରେ ଭିଡ଼ ଜମିଥାଏ। ରଜକୁ ଦୃଷ୍ଟିରେ ରଖି କିଛି ପାନ ଦୋକାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ପାଇଁ ସବୁକିଛି ଯେମିତି ମଉଳିଯାଇଛି।

– ଲୋକନାଥ ମିଶ୍ର, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri