ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ତଥା ଜିତେନ୍ଦ୍ର ନାଥ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’। କାହାଣୀ ଅନୁସାରେ, ପ୍ରେମ ପରି ଶବ୍ଦ ଯେ ଦିନେ ଦୁହିଙ୍କ ଭିତରେ ଶତ୍ରୁତାର ମୁଖ୍ୟ କାରଣ ସାଜିବ ତାହା କେବେ କଳ୍ପନା କରି ନ ଥିଲେ ଚନ୍ଦ୍ରଶେଖର ଆଉ ବିଜୟିନୀ। ସମୟକ୍ରମେ ଚନ୍ଦ୍ରଶେଖରଙ୍କ ପୁଅ ଆଦର୍ଶଙ୍କ ପ୍ରେମରେ ପଡ଼ିଯାଏ ବିଜୟିନୀଙ୍କ ଝିଆରୀ ଦିଶା । ବିଡ଼ମ୍ବନା, ଏଭଳି ପ୍ରେମରେ ପୁଣି ପୂର୍ବ ଶତ୍ରୁତା କଣ୍ଟାହୋଇ ଠିଆ ହୁଏ କି? ପ୍ରେମ ପାଇଁ ଏହି ପ୍ରେମୀଯୁଗଳ କ’ଣ ଘର ଲୋକଙ୍କୁ ଏଡ଼ାଇ ଦିଅନ୍ତି? ଏପରି ଅନେକ ପ୍ରଶ୍ନର ଉତ୍ତର ରହିଛି ଏହି ନୂଆ ଓଡ଼ିଆ ସିନେମାରେ। ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ଭିନ୍ନଧରଣର ପ୍ରେମ କାହାଣୀକୁ ରଚନା କରିବା ସହ ଚିତ୍ରନାଟ୍ୟ, ସଂଳାପ ଲେଖିଛନ୍ତି ଜିତେନ୍ଦ୍ର। ଖାସ୍‌ କଥା ହେଲା, ନୂଆ ଯୋଡ଼ି ତାପସ-ସୁଶ୍ରୀ ରଥ ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏବଂ ଶ୍ରୀକାନ୍ତ ଗୌତମଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି। କଣ୍ଠଦାନ କରିଛନ୍ତି ସତ୍ୟଜିତ, ଶୁଭମ୍‌, ଶଶାଙ୍କ, ଦୀପ୍ତିରେଖା, ଲଳିତା ଭଞ୍ଜ, ଅନ୍ତରା ଚକ୍ରବର୍ତ୍ତୀ ଓ ଚାମେଲି ମହାପାତ୍ର। ଏହି ନୂଆ ଯୋଡ଼ି ବ୍ୟତୀତ ମିହିର ଦାସ, ଅପରାଜିତା, ଅଶ୍ରୁମୋଚନ ମହାନ୍ତି, କିଶୋର ଖଣ୍ଡୁଆଳ, ସରୋଜ ଦାସ, ବିଜୁ ବଡ଼ଜେନା, ହର ରଥ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ ଗରିବ ହୋଇଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜରିନ ଖାଁ ଏବେ କାମ ଅପେକ୍ଷାରେ। ଯେତେଶୀଘ୍ର କାମ ଆରମ୍ଭ ହେବ ତାହା ତାଙ୍କ...

ପେସା ଇଞ୍ଜିନିୟରିଂ ନିଶା ଯାତ୍ରା

ପେସାରେ ସେ ଜଣେ ଇଞ୍ଜିନିୟର। ହେଲେ ଯାତ୍ରା ନିଶାରେ ସେ ଏପରି ପଡିଯାଇଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି। ପିଲାଦିନେ ଛୋଟ ଭୂମିକାରେ ଅଭିନୟ କରିବା...

ସୋନାକ୍ଷୀଙ୍କୁ ପସନ୍ଦ ନୁହେଁ ବଲିଉଡ୍‌ ନାୟକ!

ମୁମ୍ବାଇ: ବଲିଉଡ୍‌ ନାୟକ ନାୟିକାଙ୍କ ପ୍ରେମ ସମ୍ପର୍କକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତା’ଠାରୁ ନାୟିକା ସୋନକ୍ଷୀ ସିହ୍ନା ଟିକେ ଭିନ୍ନ।...

ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ଭାଇ ରାଜୀବ ସେନଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଏବେ ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା ସେନ। ତାଙ୍କ ସହିତ ଅଛନ୍ତି ପ୍ରେମିକ...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ବିବାହ ବାର୍ଷିକୀ ପୂର୍ବରୁ ପିତା ହେଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଏବେ ପିତା ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଛତରାଥ ମଙ୍ଗଳବାର ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଥିବା ନିଜେ...

ସଞ୍ଜୟ ଦତ୍ତଙ୍କୁ କ୍ୟାନ୍‌ସର ହେବା ଜଣାପଡ଼ିବା ପରେ ଭାଙ୍ଗି ପଡ଼ିଛନ୍ତି ମାନ୍ୟତା ! ଏପରି କହି ବାଣ୍ଟିଲେ ଦୁଃଖ

ବମ୍ବେ: ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। କିଛିଦିନ ତଳେ ଏହା ଜଣାପଡ଼ିବା ପରେ ପରିବାର ଉପରେ ଦୁଃଖର ବାଦଲ ଢ଼ାଙ୍କି ହୋଇଯାଇଛି।...

ପିତାଙ୍କ ଶିକ୍ଷାକୁ ମନେ ପକାଇଲେ ଅମିତାଭ: କହିଲେ ମନ ଚାହେଁ ତ ଭଲ, ମନ ଚାହୁଁନି ତ ସବୁଠୁ ଭଲ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ପିତାଙ୍କ ସମ୍ପର୍କ କେତେ ଭଲ ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଦୁହେଁ ଦୁହିଁଙ୍କ...

Coronavirus Update


Archives

Model This Week

Why Dharitri