ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ଶିଡ଼ି ଚଢ଼ିବା

ଶିଡ଼ି ଚଢ଼ିବାକୁ ଅନେକ କୁଣ୍ଠାବୋଧ କରିଥାଆନ୍ତି। ଆଜିକାଲିର ହାଇଟେକ୍‌ ଯୁଗରେ ଉପର ମହଲାକୁ ଯିବା ଆସିବା ପାଇଁ ଏବେ ତ ଲିଫ୍ଟର ବ୍ୟବସ୍ଥା ରହିଛି, ଯାହାକୁ ଅନେକେ ଆପଣେଇଥାଆନ୍ତି। କିନ୍ତୁ ଶିଡ଼ି ଚଢ଼ିବା ଦ୍ୱାରା ଆମର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଖାସ୍‌ କଥା ହେଲା ପ୍ରତିଦିନ ଶିଡ଼ି ଚଢ଼ିଲେ ଆମ ଶରୀରକୁ ପ୍ରଚୁର ପରିମାଣରେ ଅମ୍ଳଜାନ ମିଳେ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ ନିୟମିତ ଶିଡ଼ି ଚଢ଼ିଲେ ତାହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଶିଡ଼ି ଚଢ଼ିବା ଫଳରେ ଆମ ଶରୀର ମାଂସପେଶୀ ଉପରେ ସୁପ୍ରଭାବ ପଡେ। କାରଣ ଏହାଦ୍ୱାରା ମାଂସପେଶୀଗୁଡିକ ଆହୁରି ସଚଳ ହୋଇଥାଆନ୍ତି। ଓଜନ କମେଇବାର ଏହା ଏକ ସହଜ ଉପାୟ। ଅଜୀର୍ଣ୍ଣ ସମସ୍ୟାକୁ ଦୂର କରିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ। କିନ୍ତୁ ଗୋଟିଏ କଥା-ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି ତେବେ ଅଧିକାଂଶ ସମୟ ଶିଡ଼ିରେ ଯିବା ଆସିବା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମନକୁ ଶାନ୍ତ ରଖିବାକୁ ହେଲେ…

କୌଣସି ପ୍ରକାର ଷ୍ଟ୍ରେସ୍‌ ହେଲେ ମନକୁ ଶାନ୍ତ ରଖିବା ପାଇଁ ଆମେ ବିଭିନ୍ନ ପ୍ରଣାଳୀ ଆପଣେଇଥାଉ । ଏଥିଯୋଗୁ କିଛି ବ୍ୟକ୍ତି ଧ୍ୟାନ ଯୋଗ କରୁଥିବା...

ହୃଦ୍‌ରୋଗ

”ଶରୀରରେ ଚର୍ବି ଜମିଲେ ଓଜନ ବଢ଼େ । ଓଜନ ବଢ଼ିଲେ ଜାତ ହୁଏ ପୃଥୁଳତା ବା ମେଦବହୁଳତା। ଚର୍ବି ଉପାଦାନ ରକ୍ତନଳୀ ଭିତରେ ଜମିଯାଇ ରକ୍ତନଳୀର...

ଖାଲିପେଟରେ ରସୁଣ ଖାଇଲେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମିଳେ ମୁକ୍ତି

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ...

ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ...

ଶୀତରେ ତ୍ୱଚାର ଯତ୍ନ

ଶୀତଦିନେ ସାମାନ୍ୟ ଅବହେଳା ତ୍ୱଚାକୁ ରୁକ୍ଷ କରିଦିଏ। ତେଣୁ ଏ ଦିନେ ଏହାକୁ ନରମ ଏବଂ ଚିକ୍କଣ ରଖିବା ଲାଗି ବିଶେଷ ଯତ୍ନ ନେବା ଆବଶ୍ୟକ।...

ତୈଳୀୟ ତ୍ୱଚାର ଯତ୍ନ

ଋତୁ ବଦଳିବା ମାତ୍ରେ ତା’ର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ବିଶେଷ କରି ବର୍ଷାଦିନେ ତୈଳୀୟ ତ୍ୱଚାରେ ବ୍ରଣ ଏବଂ ଲାଲ୍‌ ଦାନା ଭଳି ଫଳିଯାଏ।...

ବୟସ୍କ ବ୍ୟକ୍ତି ଓ କର୍କଟ

କଥାରେ ଅଛି-କ୍ୟାନ୍‌ସର ନୋ ଆନ୍‌ସର। ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ସ୍ତରରେ ଏହାର ଚିକିତ୍ସା କରାଯାଇପାରିଲେ ଏଥିରୁ...

ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼

ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ...

Advertisement
Archives

Model This Week