ରକ୍ତଭଣ୍ଡାର ଖାଲି, ଆବଶ୍ୟକଠାରୁ ସଂଗ୍ରହ କମ୍‌

ବ୍ରହ୍ମପୁର ଅଫିସ୍‌,୧୭ା୪-ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଖାଲି ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ ନାହିଁ । ପ୍ରତି ବର୍ଷ ଗ୍ରୀଷ୍ମରେ ଏଭଳି ରକ୍ତ ସଂକଟ ଦେଖାଦେଇଥାଏ । ସଂଗ୍ରହ ଠାରୁ ଆବଶ୍ୟକତା ପରିମାଣ ଅଧିକ ରହୁଥିବା ଯୋଗୁ ଏବେ ରକ୍ତ ଭଣ୍ଡାରରେ ଉକତ୍ଟ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ଏହାର ମୁକାବିଲା ପାଇଁ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ୁଛନ୍ତି। ରକ୍ତଦାନ ଶିବିର ଆୟୋଜନ କରୁଥିବା ସଂଗଠନଗୁଡ଼ିକ ସହ ନିୟମିତ ଯୋଗାଯୋଗରେ ରହୁଛନ୍ତି। ଅଧିକ ସଂଖ୍ୟକ ଶିବିର ଆୟୋଜନ ପାଇଁ ପରାମର୍ଶ ଦେଉଛନ୍ତି ।

ବର୍ଷର ଅନ୍ୟମାସ ତୁଳନାରେ ଗ୍ରୀଷ୍ମ ଦିନରେ ରକ୍ତ ସଂଗ୍ରହ ବହୁ ପରିମାଣରେ କମିଯାଇଥାଏ । କାରଣ ଗ୍ରୀଷ୍ମରେ ରକ୍ତଦାନ ଶିବିର କମ ଆୟୋଜନ ହୋଇଥାଏ। ଖରାଦିନେ ରକ୍ତ ଦେଲେ ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ବୋଲି ସାଧାରଣରେ ଏକ  ଭୟ ରହିଛି। ରକ୍ତ ଭଣ୍ଡାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ରୁ ମାର୍ଚ୍ଚ ପର୍ଯ୍ୟନ୍ତ ମାସକୁ ପ୍ରାୟ ୩ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥାଏ । ଏଥିରେ ଉଭୟ ଶିବିରରୁ ସଂଗ୍ରହ ହେଉଥିବା ଏବଂ ଇନ୍‌ଡୋର୍‌ରେ ସଂଗ୍ରହ ହେଉଥିବା ୟୁନିଟ୍‌ ସଂପୃକ୍ତ ରହିଛି।  ଅନ୍ୟପଟେ ପ୍ରତି ମାସରେ ସମାନ ସଂଖ୍ୟକ ୟୁନିଟ୍‌ ରକ୍ତ ରୋଗୀଙ୍କୁ ଦେବା ପାଇଁ ପ୍ରଦାନ କରାଯାଇଥାଏ । କିନ୍ତୁ ଖରାଦିନେ ମାସକୁ ପ୍ରାୟ ୧୫ଶହ ୟୁନିଟ୍‌ ସଂଗ୍ରହ ହେବା ମଧ୍ୟ କଷ୍ଟ ହୋଇଯାଏ । ଗତ ଫେବୃୟାରୀରେ ୨୫ଟି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଯେଉଁଥିରୁ ପାଖାପାଖି ୩ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ହେଲେ ମାର୍ଚ୍ଚରେ ୧୪ଟି ଶିବିର ଆୟୋଜନ ହୋଇଥିବା ବେଳେ ୭୨୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।  ଏପ୍ରିଲ୍‌ରେ ଏହି ସଂଖ୍ୟା ଆହୁରି କମିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ବଡ଼ ଧରଣର ଶିବିର ଆୟୋଜନ ହୋଇନାହିଁ। ଯାହା ରକ୍ତ ସଂକଟକୁ ଗୁରୁତର କରୁଛି। କେବଳ ସିକିଲ୍‌ସେଲ୍‌(ରକ୍ତ ଶିକୁଳି) ଏବଂ ଥାଲାସେମିଆ ରୋଗୀଙ୍କୁ ମାସକୁ ପ୍ରାୟ ୬ଶହ ୟୁନିଟ୍‌ର ଆବଶ୍ୟକତା ପଡ଼ିଥାଏ। କାରଣ ଗଞ୍ଜାମ ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ । ଏଣୁ ଗ୍ରୀଷ୍ମ ଦିନରେ ଏହି ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରିବା କଷ୍ଟ ହୋଇପଡ଼େ । ସଂଗ୍ରହ କମ୍‌ ହେଉଥିବାର ପ୍ରଭାବ ଷ୍ଟକ୍‌ ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ଷ୍ଟକ୍‌ ଶୂନ୍‌ ଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍‌ର ରକ୍ତ ବର୍ତ୍ତମାନ ଭଣ୍ଡାରରେ ନାହିଁ ।

ଅପରପକ୍ଷେ ରକ୍ତ ଭଣ୍ଡାରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବର୍ତ୍ତମାନ ଭଣ୍ଡାରରେ ରକ୍ତ ୟୁନିଟ୍‌ କମ୍‌ ରହିଛି । ତଥାପି କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରଭାବ ପକାଇ ମାଗଣାରେ ରକ୍ତ ନେଉଛନ୍ତି। ବଦଳରେ ରକ୍ତ ଦେଉନାହାନ୍ତି। ଫଳରେ ସମସ୍ୟା ଉକତ୍ଟ ହେବାରେ ଲାଗିଛି ।

ରକ୍ତ ଭଣ୍ଡାର ଡା. ରଶ୍ମିତା ପାଣିଗ୍ରାହୀଙ୍କ କହିବାନୁଯାୟୀ, ଗ୍ରୀଷ୍ମ ଦିନରେ ଶିବିର କମ୍‌ ଆୟୋଜନ ହେଉଥିବା ଯୋଗୁ କମ୍‌ ୟୁନିଟ୍‌ ରହିଛି।  ଅତ୍ୟାବଶ୍ୟକୀୟ ସ୍ଥଳରେ ମଧ୍ୟ ରକ୍ତ ଦେବା କଷ୍ଟ ହୋଇପଡ଼ୁଛି। ପ୍ରସବକାଳୀନ ଏସ୍ତ୍ରୋପଚାର ହେଉ ଅବା ଦୁର୍ଘଟଣା, ରୋଗୀଙ୍କୁ ରକ୍ତ ଦେବା ପାଇଁ ଯୋଗାଡ଼ କରିବାକୁ ପଡ଼ୁଛି । ଲୋକମାନେ ରକ୍ତ ପ୍ରତିବଦଳ କଲେ ସମସ୍ୟାରେ ସାମାନ୍ୟ ସୁଧାର ହୋଇପାରିବ । ରକ୍ତ ଭଣ୍ଡାର ତରଫରୁ ଏଦିଗରେ ପଦକ୍ଷେପ ନିଆଯାଉଛି। ଯେଉଁ ସଂଗଠନଗୁଡ଼ିକ ଶିବିର ଆୟୋଜନ କରନ୍ତି, ସେମାନଙ୍କ ସହ ବରାବର ଯୋଗାଯୋଗ କରାଯାଉଛି। ଗ୍ରୀଷ୍ମରେ ରକ୍ତ ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟକ କ୍ୟାମ୍ପ ପାଇଁ ପଦକ୍ଷେପ ନିଆଯାଉଛି । ଜିଲାରେ ୨ଶହରୁ ଅଧିକ ସଂଗଠନ ଏଦିଗରେ କାର୍ଯ୍ୟ କରୁଛନ୍ତି। ଖୁବ୍‌ ଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ପୋଲିସ ଜିଲାରେ ରହିଛି ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସହର ଓ ଏହା ପାଖ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଓ ୫୯ ନମ୍ବର ରାଜ୍ୟ ରାଜପଥ ଏବେ ଦୁର୍ଘଟଣା...

ତାରାତାରିଣୀ ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ପୁରୁଷୋତ୍ତମପୁର,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ...

ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ...

ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତ କୋର୍ଟ ଚାଲାଣ

ତୁମୁଡିବନ୍ଧ,୨୦ା୭(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ରାଙ୍ଗାପାରୁ ଏଜୁକେଶନ କମ୍ପ୍ଲେକ୍ସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ...

ଦୁର୍ଲଭ ବ୍ରହ୍ମକମଳ ଦେଖିବାକୁ ପଣସପଡ଼ିରେ ଭିଡ଼

ବାଲିଗୁଡ଼ା,୨୯।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ୍‌ର ପଣସପଡ଼ି ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ବ୍ରହ୍ମକମଳ ଫୁଲ। ପଣସପଡ଼ି ସାହି ନିବାସୀ ନୀଳମାଧବ ପଣ୍ଡାଙ୍କ ବାସଭବନରେ ଦୀର୍ଘ...

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ...

ପ୍ରୋତ୍ସାହନ ଅଭାବ: ଦୁର୍ଦ୍ଦିନରେ ପଥର କାରିଗର

ଗଞ୍ଜାମ,୧୭ା୩(ଡି.ଏନ୍‌.ଏ.)ଗଞ୍ଜାମ ବ୍ଲକ କୁଶପଲି ଦଳିତ ସାହି ଓ ଆଖପାଖ ଅଞ୍ଚଳରେ ଥିବା ପଥର କାରିଗରମାନେ କିଛି ବର୍ଷ ଧରି ପଥରରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ...

ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ପାଇଁ ସହରକୁ ଆସିବା ମନା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଜିଲାରେ ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ପାଇଁ...

Advertisement
Archives

Model This Week