ରକ୍ତଦାନ କରି ପାଳିତ ହେଲା ରେଡ୍‌କ୍ରସ୍‌ ଦିବସ

ବୌଦ୍ଧ,୮।୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ରେଡକ୍ରସ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଥିଲା। ଏଥିରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି, ୫ମ ଭାରତୀୟ ରିଜର୍ଭ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ପ୍ରସାଦ ବାବୁ, ଉପଜିଲାପାଳ ଏନ୍‌.ସି. ଜ୍ୟୋତିରନ ନାଏକ ଓ ସହକାରୀ ଜିଲାପାଳ ଶାନ୍ତିସୁଧା ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରେଡକ୍ରସର ମହତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଶୋକ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୌଦ୍ଧ ରେଡକ୍ରସ ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ୩୦ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ, ଜୀବନଜ୍ୟୋତି କ୍ଲବ୍‌, ଯୁବ ରେଡକ୍ରସର କାର୍ଯ୍ୟକର୍ତ୍ତାମାନେ ଏହି ଶିବିରକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବହିଷ୍କୃତ ହେଲେ କଣ୍ଟ୍ରୋଲ ଡିଲର

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଥରପେଣ୍ଠ ଗ୍ରାମର ପିଡିଏସ ସାମଗ୍ରୀ ବିକ୍ରି କରୁଥିବା କଣ୍ଟ୍ରୋଲ ଡିଲରଙ୍କୁ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ବହିଷ୍କୃତ କରିଛନ୍ତି...

ବଢୁଛି ଚୋରି: ସାହି ଜଗିବ ଠେଙ୍ଗା

ବନ୍ତଳା,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଛି। ପୋଲିସ ଗ୍ରାମାଞ୍ଚଳବାସଙ୍କ ଧନଜୀବନ ରକ୍ଷା ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଗଁା...

କିଶୋରନଗର ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଦାବି

ବଇଣ୍ଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସ ରାତି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁ ନ ଥିବାରୁ...

ଏମ୍‌କେସିଜିରେ ପିପିପି ମୋଡ୍‌କୁ ବିରୋଧ

ବ୍ରହ୍ମପୁର ଅଫିସ,୨୫ା୨-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ପିପିପି(ପବ୍ଲିିକ ପ୍ରାଇଭେଟ ପାର୍ଟନରଶିପ୍‌) ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଗତ ସ୍ବାସ୍ଥ୍ୟ ବିକାଶ ସମିତି...

ବିଶାଖାପାଟଣାରୁ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ, ଓହ୍ଲାଇଲେ ୧୪୧୭ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା...

କଳିଙ୍ଗ ବାଲିଯାତ୍ରା ଆୟୋଜନରେ ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ : ଟେଣ୍ଡର ପୂର୍ବରୁ ନିର୍ମାଣ ହେଲାଣି ଟେଣ୍ଟ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶାସନିକ ବିଧି ବ୍ୟବସ୍ଥାରେ ଆୟୋଜିତ...

ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ

ହିିଞ୍ଜିଳିକାଟୁ,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ପାହାଡ଼ରୁ ପଥର ଫୁଟା ପାଇଁ ବ୍ୟବହୃତ ଡିଟୋନେଟର ବିସ୍ଫୋରଣ ଘଟି ୩ ନାବାଳକ...

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *