ରକ୍ତତୀର୍ଥ ଇରମରୁ ବାହାରିଲା ମଶାଲ ଶୋଭାଯାତ୍ରା

ବାସୁଦେବପୁର, ୧୧।୧୨(ଡି.ଏନ.ଏ.)- ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ-୨୦୧୯ର ଉଦ୍‌ଘାଟନୀ ଉତ୍ସବ ଲାଗି ବାସୁଦେବପୁରର ରକ୍ତତୀର୍ଥ ଇରମରୁ ବୁଧବାର ଅପରାହ୍ନରେ ମଶାଲ ଶୋଭାଯାତ୍ରା ବାହାରି ଭଦ୍ରକରେ ପହଞ୍ଚିଥିଲା। ଲୁଙ୍ଗା ବିକାଶ ପରିଷଦର ସଭାପତି ଦେବଦର୍ଶନ ଦାସଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ଯୁବକମାନଙ୍କ ଉପସ୍ଥିତିରେ ଏହି ମଶାଲ ଶୋଭାଯାତ୍ରା ଶହୀଦ ପୀଠ ଓ ସ୍ମୃତିସ୍ତମ୍ଭ ନିକଟରୁ ବାହାରିଥିଲା। ପ୍ରଥମେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ତିଳତର୍ପଣ କରାଯାଇଥିଲା। ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯିବା ପରେ ଏହା ଭଦ୍ରକ ଶହୀଦ ସ୍ମୃତି ଭବନ ଅଭିମୁଖେ ଯାଇଥିଲା। ୨୦୦୩ରୁ ଆରମ୍ଭ ହୋଇଥିବା ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଶହୀଦପୀଠରୁ ଏହି ମଶାଲ ଶୋଭାଯାତ୍ରା ଯିବା ବାସୁଦେବପୁର ପାଇଁ ଗର୍ବ ଓ ଗୌରବ। ସାଂସ୍କୃତିକ ସମ୍ମେଳନର କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଚାଲିବ। ଏଥିରେ ବହୁ ମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର...

ମୋହରିରଙ୍କ ଚାଳିଆ ଭଙ୍ଗା ଘଟଣା: ଅତିରିକ୍ତ ଜିଲାପାଳଙ୍କ ତଦନ୍ତ ଆରମ୍ଭ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିରେ ମୋହରିରଙ୍କ ଚାଳିଆ ଭଙ୍ଗା ନେଇ ପୂର୍ବରୁ ତୁମ୍ବିତୋଫାନ ଉଠିଥିଲା। ଘଟଣାକୁ ନେଇ ନୀଳଗିରି ତହସିଲଦାର ଓ ବିଧାୟକ ସାମ୍ନାସାମ୍ନି ହେବା...

ବାଜ୍ୟାପ୍ତି ହେଲା ଚିଟ୍‌ଫଣ୍ଡ ସଂସ୍ଥାର ୨ ପ୍ଲଟ୍‌

ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଚିଟ୍‌ଫଣ୍ଡ ଅଦାଲତରେ ସୋମବାର ଏକ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସଦାଶିବ ଜେନା ଏହାର ବିଚାର କରି...

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲା

ବାଲେଶ୍ୱର ଅଫିସ,୨୨ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ପାଣି ପାଇଁ ପ୍ରଶାସନର ଦ୍ୱାରସ୍ଥ: ଦାବି ପୂରଣ ନ ହେଲେ ଆର୍ବଜନା ପକାଇ ଧାରଣା

ବାଲେଶ୍ୱର ଅଫିସ, ୬।୧୧-ବାଲେଶ୍ୱର ସଦର ବ୍ଲକ ବଡ଼ଖୁଆ ଗ୍ରାମରେ ପାନୀୟଜଳ ଦୂଷିତ ହୋଇପଡିଥିବା ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଛି। ବିଭାଗୀୟ ଅଧିକାରୀମାନେ ଏ ଦିଗରେ...

ଘର ଭିତରକୁ ପଶିବାକୁ ଉଦ୍ୟମ କରୁଛି ଭାଲୁ

ସଜନାଗଡ, ୮।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି କେନ୍ଦୁଖୁଣ୍ଡା ଅଞ୍ଚଳରେ ଏକ ଭାଲୁ ଘରର ଟିଣକୁ ଟାଣି ଭିତରକୁ ପଶିବାକୁ ଚେଷ୍ଟା କରୁଛି। ଶେଷରେ ବିଫଳ ହୋଇ...

ନୀଳଗିରି ଏନ୍‌ଏସି ତରଫରୁ ବିଶୋଧନ ହେଲା

ସଜନାଗଡ଼, ୨।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି...

ସୁଣ୍ଢିରା, ପୂର୍ବପଡା ଗ୍ରାମରେ ମାସ୍କ ବଣ୍ଟନ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ସୁଣ୍ଢିରା ପଞ୍ଚାୟତ ବାରପଡାସ୍ଥିତ ବାବା ଆଳଣ୍ଡଳେଶ୍ୱର ବୋଲବମ କମିଟି ପକ୍ଷରୁ ରବିବାର ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ଓ ସାବୁନ...

Advertisement
Archives

Model This Week