ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟର ଦ୍ୱାରସ୍ଥ ହୋଇଥିଲା। ହେଲେ ଚାରିଆଡ଼ୁ ନିରାଶ ହେବା ପରେ ଏବେ ଭାରତ ବିରୋଧରେ ରକ୍ତଚାଉଳ ଚୋବାଇବାରେ ଲାଗିଛି ପଡ଼ୋଶୀ ଦେଶ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ପୂର୍ବରୁ ପୁଲଓ୍ବାମା ଭଳି ଆକ୍ରମଣର ଧମକ ଦେଇ ଓ ଯୁଦ୍ଧଭୟ ଦେଖାଇଥିବାବେଳେ ରବିବାର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ହିଟ୍‌ଲରଙ୍କ ନାଜି ସହ ତୁଳନା କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀରରେ ଗଣହତ୍ୟାର ଆଶଙ୍କା ବ୍ୟକ୍ତ କରି ନିଜ ନୈରାଶ୍ୟଭାବକୁ ପ୍ରକଟ କରିଛନ୍ତି।
ପାକିସ୍ତାନ ମୁଖିଆ ଇମ୍ରାନ୍‌ ଖାନ୍‌ ରବିବାର କହିଛନ୍ତି, ଭାରତ କଶ୍ମୀରରେ ସମ୍ପ୍ରଦାୟ ଅଧାରରେ ଜନସଂଖ୍ୟାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରୁଛି। ନାଜି ଆର୍ଯ୍ୟ ସହ ତୁଳନୀୟ ହିନ୍ଦୁତ୍ୱ ବିଚାରଧାରାର ଆର୍‌ଏସ୍‌ଏସ୍‌ କଶ୍ମୀରରେ ଆଧିପତ୍ୟ ବିସ୍ତାର କରୁଛି। ଏହାର ଚିନ୍ତାଧାରା ନାଜି ବିଚାରଧାରା ଦ୍ୱାରା ଅନୁପ୍ରାଣିତ। ସଂଘର କାର୍ଯ୍ୟ ଭାରତରେ ମୁସଲମାନଙ୍କୁ ଦମନ କରିବା ପାଇଁ ଉଦ୍ଦିଷ୍ଟ। ଏହା ଆଗକୁ ପାକିସ୍ତାନକୁ ଟାର୍ଗେଟ କରିବ। ଏଥିସହ କଶ୍ମୀରରେ ଏବେ କର୍ଫ୍ୟୁ ଓ କଟକଣା ଜାରି ହୋଇଥିବବେଳେ ଆଗକୁ ଗଣହତ୍ୟା କରାଯାଇପାରେ ବୋଲି ଇମ୍ରାନ୍‌ ଟୁଇଟ୍‌ କରିଛନ୍ତି। ମ୍ୟୁନିକ୍‌ରେ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ଦମନଲୀଳା ଭଳି ବିଶ୍ୱ ସମୁଦାୟ ମୋଦି ଏବଂ ଆର୍‌ଏସ୍‌ଏସ୍‌ର କାର୍ଯ୍ୟକୁ ଦେଖି ନୀରବ ରହିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କଶ୍ମୀର ପ୍ରସଙ୍ଗରେ କୌଣସି ଦେଶରୁ ସହଯୋଗ ନ ମିଳିବା ପରେ ସେ ଇରାନର ସମର୍ଥନ ଯୋଗାଡ଼ ପାଇଁ ଉଦ୍ୟମ କରିଛନ୍ତି। ଇମ୍ରାନ୍‌ ଇରାନ ରାଷ୍ଟ୍ରପତି ହାସନ୍‌ ରୌହାନିଙ୍କୁ ଫୋନ୍‌ କରି କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଉପତ୍ୟକାରେ ଭାରତର ପଦକ୍ଷେପ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମା ବିରୋଧୀ ବୋଲି ସେ ଅଭିହିତ କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଇମ୍ରାନ୍‌ ବ୍ରିଟେନ, ଆମେରିକା, ତୁର୍କୀ, ବାହାରିନ୍‌, ୟୁଏଇ, ଚାଇନା ଏବଂ ଜାତିସଂଘକୁ ଗୁହାରି କରିଥିଲେ ହେଁ କଶ୍ମୀର ବ୍ୟାପାରରେ ମୁଣ୍ଡ ଖେଳାଇବା ପାଇଁ ସମସ୍ତେ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସରେ ବିହାରରେ ଟ୍ରେନ ଜାଳିଦେଲେ ଛାତ୍ରୀଛାତ୍ର

ପାଟଣା,୨୬।୧: ଦେଶରେ ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାରରେ ଏକ ଯାତ୍ରୀବାହି ଟ୍ରେନକୁ ଜାଳି ଦେଇଛନ୍ତି ରେଲଓ୍ବେ ଚାକିରି ପରୀକ୍ଷା ବିରୋଧରେ...

ତୁର୍କୀ, ସିରିଆରେ ସବୁଠାରୁ ବଡ଼ ଭୂକମ୍ପ

ଇସ୍ତାନବୁଲ,୬।୨: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୨ଟି ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ବହୁ ବଡ଼...

ମୋଦି, ଶାହା ରାଜି ହୋଇଥିଲେ…

ମୁମ୍ବାଇ,୨ା୭: ଶିବସେନା ବିଦ୍ରୋହୀଙ୍କ ଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ଉଦ୍ଧବ ଠାକ୍‌ରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜିତ...

୧୦୦ ବସ୍‌ର ବ୍ୟବସ୍ଥା କଲା ରୁଷିଆ…

ନୂଆଦିଲ୍ଲୀ /କ୍ୱିଭ୍‌/ମସ୍କୋ, ୫।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଲଗାତାର ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ରୁ ଭାରତୀୟ ନାଗରିକ ଏବଂ...

ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ: ପାଗ ଉପରେ ଭରସା

ହାଇଦ୍ରାବାଦ୍‌,୧୨।୧୨: ପାଗ ଭଲ ରହିଲେ ଇସ୍ରୋ ପକ୍ଷରୁ ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରାଯିିବ। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର...

କସବାପେଠରେ ୨୭ ବର୍ଷ ପରେ ହାରିଲା ଭାଜପା…

ମୁମ୍ବାଇ: ମହାରାଷ୍ଟ୍ରର ପୁଣେର କସବାପେଠ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଏଠାରେ ଭାଜପାର ହେମନ୍ତ ରସାନେ ଏବଂ ମହା ବିକାଶ ଆଘାଡିର ରବିନ୍ଦ୍ର...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ...

ଯୋଗୀ ସରକାରଙ୍କ ବଜେଟ: ଜଳ ଜୀବନ ମିଶନ ପାଇଁ ୩୦୦୦ କୋଟି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଇଛି। ମୋଟ ୫,୧୨, ୮୬୦ କୋଟି...

Advertisement
Archives

Model This Week