ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି: ସ୍କୁଲ ଯିବି, ପାଠ ପଢ଼ିବି

ଅମରପାଲି, ୧୯।୩ (ଡି.ଏନ.ଏ.) ସ୍କୁଲ ଯିବି, ସାଙ୍ଗ ସାଥିଙ୍କ ସହ ପାଠ ପଢ଼ିବି। ଖେଳାବୁଲା କରିବାକୁ ଇଚ୍ଛା ହେଉଛି। ମାତ୍ର ଅସୁସ୍ଥତା ଯୋଗୁ ସ୍କୁଲ ଯାଇ ପାରୁନି କି ସାଙ୍ଗ ସାଥିଙ୍କ ସହ ଖେଳାବୁଲା କରିପାରୁନି । ଭଲ ହୋଇଗଲେ ପୁଣି ସ୍କୁଲ ଯାଇ ପାଠ ପଢ଼ିବି। ଏହାଥିଲା ଜଣେ ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମର ଭଗବାନ ମିର୍ଦ୍ଧା। ଝିଅ ,୧୪ବର୍ଷର ପୁଅ ଶମ୍ଭୁ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ବଡଭଉଣୀ ଦୀପାଞ୍ଜଳି ମିର୍ଦ୍ଧା ବଡମାଲ କଲେଜରେ ଯୁକ୍ତଦୁଇ ଓ ଶମ୍ଭୁ ନିକଟସ୍ଥ ଅମରପାଲି ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ। ୨୦୧୯ ଜୁଲାଇ ମାସରେ ହଠାତ ଅସୁସ୍ଥ ହୋଇ ପଡିଲେ ଶମ୍ଭୁ। ଭଗବାନ ତାଙ୍କୁ ବୀରମହାରାଜପୁର ଓ ପରେ ବୁର୍ଲା ମେଡିକାଲରେ ଚିକିତ୍ସା କରାଇଲେ। ବୁର୍ଲାରେ ୮ ଦିନର ଚିକିତ୍ସା ପରେ ସେ ରକ୍ତକର୍କଟରେ ପୀଡିତ ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା। ପୁଅର ଏଭଳି ଦୁରାରୋଗ୍ୟ ସମ୍ପର୍କରେ ଖବର ପାଇଲା ପରେ ଭାଙ୍ଗି ପଡିଲେ ଭଗବାନ। ତାଙ୍କୁ କଟକ ନେଇ ସେଠାରେ ୩ମାସ ଚିକିତ୍ସା କରାଇଲେ । ମାସକୁ ୮ଟି ଲେଖାଏ କେମୋ ମଧ୍ୟ ଦିଆଯାଇଥିଲା। କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ଭଗବାନ ପୁଅର ଚିକିତ୍ସା ପାଇଁ ସୁନା ରୁପା ଗହଣା ଯାହାଥିଲା ବିକି ଖର୍ଚ୍ଚ କଲାପରେ ଧାରଉଧାର କରି ଚିକିତ୍ସା କରୁଛନ୍ତି। ତାଙ୍କ ପରିବାରର ଜମିବାଡି କିଛିନାହିଁ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅଧିକ ଚିକିତ୍ସା ହୋଇ ପାରୁନାହିଁ । ଏପରି କି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡକ୍ରସ ବିଭାଗରୁ କୌଣସି ଆର୍ଥିକ ସହାୟତା ମିଳିପାରୁ ନାହିଁ। ଏବେ ଶମ୍ଭୁଙ୍କ ଚିକିତ୍ସା କେମିତି ହେବ ସେ ନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକେ ା ଆର୍ଥିକ ଅନଟନ ଭିତରେ ଦିନ କାଟୁଥିବା ଏହି ପରିବାରକୁ ଏଯାଏ ପକ୍କାଘର ଖଣ୍ଡେ ମଧ୍ୟ ମିଳିପାରି ନାହିଁ । ଶମ୍ଭୁଙ୍କ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସହିତ ସରକାରୀ ସହାୟତା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି । ଏନେଇ ବୀରମହାରାଜପୁର ଉପଜିଲାପାଳ ଅଶୋକ ଭୋଇଙ୍କୁ ପଚାରିବାରୁ ଶମ୍ଭୁଙ୍କ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡୁଛି ଭୂପ୍ରକୃତି, ଠିକା ସଂସ୍ଥା ମାଲାମାଲ

କେନ୍ଦୁଝର, ୨୯।୯ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଶତାଧିକ ବେଆଇନ ପଥର ଖଣି ଓ କ୍ରଶର ୟୁନିଟ ଚାଲୁଥିବାରୁ ସରକାର ବିପୁଳ ରାଜସ୍ବ ହରାଇବା ସହ...

ଫେସବୁକରୁ ପ୍ରେମ ପରେ ଅଶ୍ଲିଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଯୁବକ ଗିରଫ

ବେଗୁନିଆପଡ଼ା,୩୦।୩(ଡି.ଏନ.ଏ): ପ୍ରଥମେ ଫେସବୁକରୁ ବନ୍ଧୁତା ପରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଭିଡିଓ କଲରେ ଭିଡିଓ ଶୁଟ କରି ଥିଲା ପ୍ରେମିକ। ଆଉ ତାପରେ ସମୟ...

ପସନ୍ଦର ବିଦ୍ୟାଳୟ ଯିବାକୁ ଚାଲିଛି ରାଜନୀତି

ଜଗତ୍‌ସିଂହପୁର ଅଫିସ,୧୧ା୭: ରାଜ୍ୟ ସରକାର କିଛି ବର୍ଷ ପ୍ରାଥମିକ ବିଦ୍ୟାଳୟସ୍ତରରେ ସମାନୁପାତିକ ଭିତ୍ତିରେ ଶିକ୍ଷକ ବଦଳି କରୁଥିଲେ। କିନ୍ତୁ ତାହା ବନ୍ଦ କରାଯାଇ ନୂଆ ବଦଳି...

ଚୋରା ଚାଲାଣ କାଠ ଜବତ

କେନ୍ଦୁଝର,୧୯।୨ (ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ପକ୍ଷରୁ ବିଭିନ ସ୍ଥାନରୁ ଚୋରା ଚାଲାଣ କାଠ ସହିତ ତିନୋଟି ଗାଡି ଜବତ କରାଯାଇଛି। ବାଉରୀପଦା ନିକଟରୁ ଦୁଇଟି...

ପୋଲିସ ନଜରରେ ସମ୍ବେଦନଶୀଳ ଅଞ୍ଚଳ

କେନ୍ଦୁଝର,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଘଷିପୁରା, ହାଟଡିହି, ଆନନ୍ଦପୁର ବ୍ଲକ...

ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ

ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର...

ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର ଅଫିସ,୨୩ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ...

ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ପ୍ରବଳ ଭିଡ଼: ୧୮ ଦୋକାନ ସିଲ୍‌ କଲା ପ୍ରଶାସନ

ବାଲିଗୁଡ଼ା,୯ା୬(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଫଳରେ ରାଜ୍ୟରେ ବର୍ତ୍ତମାନ...

Advertisement
Archives

Model This Week