ଯୋଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ଲୋକାର୍ପିତ: ୫୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ଉପଲବ୍ଧ

ଯୋଡ଼ା, ୧୦।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକାର ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିନ ୧୨ଟା ବେଳେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଯୋଡ଼ା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଟାଟାଷ୍ଟିଲ କମ୍ପାନୀର ଜେନେରାଲ ମ୍ୟାନେଜର ଅତୁଲ ଭଟ୍ଟନାଗର ଓ ଯୋଡା ଟାଟାଷ୍ଟିଲ ମୁଖ୍ୟ ରାଜେଶ କୁମାର ଉପସି୍ଥତ ଥିଲେ ା ଏହି ପରୀପ୍ରେକ୍ଷୀରେ ଯୋଡାର ଟାଟାଷ୍ଟିଲ ଡାକ୍ତରଖାନାରେ ଏକ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ – ୧୯ ଡାକ୍ତରଖାନା ଲୋକାର୍ପଣ ହୋଇଥିବା ଜିଲାପାଳ ଠାକ୍‌ରେ ସୂଚନା ଦେଇଥିଲେ। ଏତଦ୍‌ବ୍ୟତୀତ ଅତୁଲ ଭଟ୍ଟନାଗରଙ୍କ ସୂଚନାନୁଯାୟୀ ସମୁଦାୟ ୧୮ ଜଣ ଡାକ୍ତର ସେଠାରେ ରୋଗୀମାନଙ୍କୁ ଚିକିତ୍ସା କରିବା ସହିତ ଡାକ୍ତରଖାନାରେ ଆଇସିୟୁ ଓ ୩ଟି ଭେଣ୍ଟିଲେଟରର ସୁବିଧା ରହିଛି। ଏଠାରେ ସମ୍ପୂର୍ଣ୍ଣ ନିଶୁଳ୍କ ସେବା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି। ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପିପିଇ ପୋଷାକ ଓ ମାସ୍କ ଯୋଗାଇ ଦିଆଯାଇଛି ା ଜିଲାପାଳ ଠାକରେଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା କେନ୍ଦୁଝର ଜିଲାରେ ୩୭ ଜଣ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଏତଦ୍‌ବ୍ୟତୀତ ବିଭିନ୍ନ ରାଜ୍ୟରୁ ଆସୁଥିବା ୪୨୭୫ ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଜିଲାରୁ ଏପର୍ଯ୍ୟନ୍ତ ୨୦୦ କୋଭିଡ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏତଦବ୍ୟତୀତ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ କହିବାସହିତ ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧିବା ପାଇଁ ଗଣମାଧ୍ୟମକୁ କହିଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଆନ୍ତଃରାଜ୍ୟ ସୀମାଞ୍ଚଳ ଗୁଡିକ ସିଲ୍‌ ରହିବ ବୋଲି ସେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି...

କରୋନାରୁ ବର୍ତ୍ତିବା ପାଇଁ ବ୍ୟାଙ୍କ କର୍ମଚାରୀ ନେଲେ ଏହି ପଦକ୍ଷେପ, ଭିଡିଓ ଭାଇରାଲ

ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାରଇସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୩...

ବିଜୟାଲକ୍ଷ୍ମୀ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ରକ୍ତଭିଜା କାଠଫାଳିଆ ଜବତ

ବେଗୁନିଆପଡ଼ା,୨୧ା୨(ଡି.ଏନ.ଏ.) – କୋଦଳା ଥାନା ବୁରୁଝରି ଗ୍ରାମର ବିଜୟାଲକ୍ଷ୍ମୀ ହତ୍ୟାକାଣ୍ଡର ୯ମାସପରେ ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ...

ବନ୍ୟାରେ ଫସିଥିବା ଦୁଇ ଭାଇ, ଗର୍ଭବତୀଙ୍କୁ ଉଦ୍ଧାର କଲା ଏନ୍‌ଡିଆରଏଫ୍‌ ଟିମ୍‌

ଭଦ୍ରକ ଅଫିସ,୨୮ା୮: ବନ୍ୟାରେ ଫସି ରହିଥିବା ଦୁଇ ଭାଇ ଓ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛି ଏନ୍‌ଡିଆରଏଫ୍‌ ଟିମ୍‌। ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପାଣି ଘେରରେ...

ଧାନ ବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସରଣ୍ଡା,୩୦।୬(ଡିଏନଏ): ରବି ଋତୁ ଯାଇ ଖରିଫ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ।...

ଏଣିକି ଓ୍ବେବ୍‌ ପୋର୍ଟାଲରେ କରାଯିବ ଅଭିଯୋଗ: ଖୋର୍ଦ୍ଧା ଜିଲାର ୨୦୯ଟି ସଂସ୍ଥା, ବିଭାଗ ସହ ହୋଇଛି ସଂଯୋଗ

ଖୋର୍ଦ୍ଧା ଅଫିସ,୧।୬: ଏଣିକି ଅଭିଯୋଗ ଲାଗି ଆଉ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। କାରଣ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ୱେବ...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୮୦ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଡିସେମ୍ବର ୨୭ରୁ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥର ଜଗତ୍‌ସିଂହପୁର ଜିଲାରୁ ୮୦,୧୪୯.୨୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ଧାନ...

ଲକ୍‌ଡାଉନ୍‌ ସମୟରେ କଳାବଜାର ରୋକିବାକୁ ଜିଲା ପୋଲିସ ପକ୍ଷରୁ ବ୍ୟବସାୟୀ ସଂଘ ସହ ଆଲୋଚନା

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଓ...

Coronavirus Update


Archives

Model This Week

Why Dharitri