ଯେମିତି ଦୃଷ୍ଟି, ସେମିତି ସୃଷ୍ଟି

ମୋହନ ଚରଣ ବିଷି

ସମସ୍ତଙ୍କ ଦୃଷ୍ଟି ସମାନ ନୁହେଁ। ଯେକୌଣସି ବିଷୟରେ ସମୀକ୍ଷା କଲାବେଳେ ସମସ୍ତଙ୍କ ମତାମତ ସମାନ ହୋଇ ନଥାଏ। ବର୍ଷା ହେଲେ ଚାଷୀ ହସିଥାଏ। ନଈକୂଳିଆଙ୍କ ଛାତିରେ ଛନକା ପଶିଥାଏ। କବି କବିତା ଲେଖେ। ଭୋକିଲା ପେଟରେ ଜୁଇ। ମତୁଆଲା ଶ୍ରାବଣୀରେ ପ୍ରେମିକାର ମନ ଉଚ୍ଛନ୍ନ। ପୁରୀ ବେଳାଭୂମିରେ ପ୍ରାୟ ଚାଳିଶ ବର୍ଷର ଜଣେ ପୁରୁଷ ଓ ପନ୍ଦର ବର୍ଷର ଜଣେ ଝିଅକୁ ନେଇ ଚର୍ଚ୍ଚା। ଦୂର ପାହାଡ଼ ସୁନ୍ଦର ପରି ସମସ୍ତେ ନିଜ ଦୃଷ୍ଟିଭଙ୍ଗୀରେ ନିରୀକ୍ଷଣ କରୁଥିଲେ। ସେମାନଙ୍କ ଯେମିତି ଭାବରେ ଏକତ୍ରିତ ସ୍ନାନ, ଭ୍ରମଣ, ଭାବଭଙ୍ଗୀ ଦେଖି ଯେକେହି କହିବ ସେମାନେ ଏକ ପ୍ରେମୀଯୁଗଳ। କିନ୍ତୁ ଯେତେବେଳେ ଜାଣିବାକୁ ପାଇଲେ ସେମାନେ ଦୁହେଁ ବାପା ଝିଅ ସମସ୍ତଙ୍କ ମୁଣ୍ଡ ତଳକୁ ହେଇଗଲା। ଜଣଙ୍କ ବିଷୟରେ ଠିକ୍‌ ନ ଜାଣି ମନ୍ତବ୍ୟ ଦେବା ଅନୁଚିତ ବୋଲି ସମସ୍ତେ ମର୍ମେ ମର୍ମେ ଅନୁଭବ କଲେ। ସଧାରଣତଃ ଘଟଣାଟିଏ ପ୍ରଘଟ ହେଲେ ସମସ୍ତେ ବାଃ ବାଃ ହୋଇଯାଆନ୍ତି। ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥାନ୍ତି। ସତକଥାକୁ ସହଜରେ ଗ୍ରହଣ କରନ୍ତି ନାହିଁ। ସେ କରୋନା ମହାମାରୀ କଥାହେଉ କି କଙ୍ଗନା କଥା। ସୁଶାନ୍ତ କଥା ହେଉ ଅବା ସାଂସଦ ଅନୁଭବଙ୍କ କଥା। କହିବା ଲୋକେ କହିବେ ହିଁ କହିବେ। ସାମାଜିକ ଗଣମାଧ୍ୟମରେ ଛାଇଯାଏ ଖବର। ଯିଏ ଯେମିତି ପାରିଲା କହିଲା। କିଏ କା ପାଟିକୁ ଧରିଛି କି କିଏ କା ହାତକୁ ଧରିଛି। ଯୁଧିଷ୍ଠିର ସ୍ବର୍ଗାରୋହଣ ସମୟରେ ଶ୍ବାନ ମଧ୍ୟରେ ଧର୍ମ ଦର୍ଶନ କରି ସମତା ହାସଲ କରିଥିଲେ। ମୋଚି ଶାଳଗ୍ରାମ ଶିଳା ଉପରେ ଜୋତା ତିଆରି କରିବା ବେଳେ ଗୀତଗୋବିନ୍ଦ ଗାନକରି ପରମପଦ ପାଇଥିଲା। ବାଲ୍ମୀକି ପ୍ରଥମ ଜୀବନରେ ଚୋର ଥାଇ ମଧ୍ୟ ନାରଦଙ୍କ ଦୟାରୁ ରାମାୟଣ ଲେଖି ପାରିଥିଲେ। ସିଂହବାହିନୀ ଦୁର୍ଗା ଓ ବ୍ୟାଘ୍ରବାହିନୀ ସର୍ବମଙ୍ଗଳା ଦୁଷ୍ଟ ଦଳନ ପାଇଁ ଆତ୍ମପ୍ରୟୋଗ କରିଥିଲେ। କାମାତୁର ଯାବଳିକ ମଧ୍ୟ ଶିବ ଦର୍ଶନ ପାଇଥିଲେ। ଜୀବ ହତ୍ୟାକାରୀ ଶବର ଶେଷ ଶିବରାତ୍ରି ଦିନ ଉଜାଗର ରହି ପୂର୍ଣ୍ଣତା ହାସଲ କରିଥିଲେ। ଗୁରୁଭକ୍ତ ଆରୁଣୀ ନିଜ ଗୁରୁଙ୍କ ନିର୍ଦ୍ଦେଶରେ ଗାଈ ଚରାଇବାକୁ ଯାଇ ଶେଷରେ ନଦୀବନ୍ଧ ମୁହାଣରେ ଶୋଇଯାଇଥିଲେ। ଅନେକ ଗୁରୁଭକ୍ତ ନିଜ ଗୁରୁ ବଚନରେ ପ୍ରାଣ ଉତ୍ସର୍ଗ କରି ପୂର୍ଣ୍ଣତା ହାସଲ କରିଥିଲେ।
ଚେଷ୍ଟା କଲେ ପିମ୍ପୁଡ଼ି ମଧ୍ୟ ରୁଖାରେ ଚଢ଼ିପାରେ। ମଶାମାଛିର ଜୀବନରେ ମଧ୍ୟ ଆତ୍ମନାରାୟଣ ବିଦ୍ୟବାନ। ଭଗବାନ ଶ୍ରୀକୃଷ୍ଣ କାମ, କ୍ରୋଧ, ଲୋଭ, ଶୋକ ଏବଂ ମାୟାରୂପୀ ସର୍ପ ଉପରେ ନୃତ୍ୟ କରି ସମସ୍ୟା ସମାଧାନ କରିଥିଲେ। ରାକ୍ଷସ କୂଳରେ ଜନ୍ମହୋଇ ମଧ୍ୟ ବିଭୀଷଣ ଶ୍ରୀରାମ ଚନ୍ଦ୍ରଙ୍କ ପରମ ଭକ୍ତ ହୋଇପାରିଥିଲେ। ତୁଳସୀ ଦାସଙ୍କ ଦୟାରୁ ବୃକ୍ଷ ଉପରେ ଥିବା ଭୂତ ମଧ୍ୟ ମୁକ୍ତି ପାଇଥିଲା। ହନୁମାନ ଜୀ କପିହୋଇ ମଧ୍ୟ ଶ୍ରୀରାମ ସୀତାଙ୍କୁ ହୃଦୟରେ ଧାରଣ କରିଥିଲେ। ଅସୁର ଦଳନ ପାଇଁ ଭଗବାନ ଦଶବତାର ହୋଇଥିଲେ। ଯୁଗେ ଯୁଗେ ପରମାତ୍ମାଙ୍କ ପରମସତ୍ତା ସର୍ବତ୍ର ଉପଲବ୍ଧି ହୁଏ। ପ୍ରତି ଯୁଗେ ସାଧୁ, ସନ୍ଥ, ଋଷି, ମୁନି ଏବଂ ପରୋପକାରୀମାନେ ଦଣ୍ଡିତ, ଲାଞ୍ଛିତ, ଅପମାନିତ, ନିନ୍ଦିତ ଏବଂ ନିର୍ଯାତିତ। ମୃତ୍ୟୁ ପଥର ଯାତ୍ରୀ ହୋଇ ମଧ୍ୟ ମହାପୁରୁଷମାନେ ନିଜ ଅନ୍ତରର ଦୁଃଖକୁ ଲୁଚାଇ ପର ଅନ୍ତରର ଦୁଃଖର ଅନୁସନ୍ଧାନ କରି ନିଜ ଅଧରରେ କ୍ରନ୍ଦନ ଏବଂ ନିଜ ଆଖିର ଲୁହକୁ ଦବାଇ ପର ଓଠରେ ହସଫୁଟାଇ ପର ଆଖିର ଲୁହଟିକୁ ପୋଛି ଦିଅନ୍ତି। ଶୃଙ୍ଖଳା, ନୀତି, ନିୟମ, କୁଳଧର୍ମ ଏବଂ କୁଳାଚାର, ସତପଥର ଯାତ୍ରା ଏବଂ ପରୋପକାର ହୁଏ ଅନାଚାର,ଠକାମି, ଭଣ୍ଡାମି, ମିଥ୍ୟା ଛଳନାଦି ଅନେକ ବିଶ୍ଳେଷଣ। ଲୋଭାଦି ଅସତକର୍ମ ଶୁଭ୍ର ସ୍ବଚ୍ଛ ବସ୍ତ୍ର ଓ ଭାଷଣାଦିରେ ଚପଳତା ହୁଏ ସଚ୍ଚା ଉପାସନା। ପଣ୍ଡିତନାଂ ମତିଭ୍ରମ,ଶିକ୍ଷକନାଂ ଚପଳତା ବାଣୀ ହିଁ ସତ୍ୟରେ ପରିଣତ ହୁଏ। ଏହି ତ ସଂସାର ଓ ଜୀବନ ଚକ୍ର। ଜୀବନରେ ଆସେ ଅନେକ ଅନ୍ଧାର ଏବଂ ଆଲୋକ, ଝଡ଼ ଝଞ୍ଜାଦିର ଘନଘଟା। ଦୁଃଖ ନ ଥିଲେ ସୁଖ ନାହିଁ। ଅନ୍ଧାର ନ ଥିଲେ ଆଲୋକ ନାହିଁ। ଧଳା ନ ଥିଲେ କଳା ନାହିଁ। ଜଗତର ପ୍ରଥମ ରୂପ ହିଁ କଳା। କଳାରୁ କୃଷ୍ଣ, କାଳୀ ଓ ଜଗନ୍ନାଥ। ଶ୍ୟାମଳ ବର୍ଣ୍ଣକୁ ଗ୍ରହଣ କରିଛନ୍ତି ଆଦିଦେବ। ପ୍ରତି ଅବତାରର ବର୍ଣ୍ଣ ଶ୍ୟାମଳ (କଳା)। ସୃଷ୍ଟି ଆଦ୍ୟ ପରିଚୟକୁ ଗ୍ରହଣ କରିଛନ୍ତି ମା’ କାଳୀ ଓ ପ୍ରଭୁ ଶ୍ରୀକୃଷ୍ଣ। ଘନକୃଷ୍ଣ ଆକାଶରେ ଚନ୍ଦ୍ର, ସୂର୍ଯ୍ୟ, ତାରା ଶୋଭିତ। ଚକ୍ଷୁର ତାରକା କଳା,ଏପରି ସୃଷ୍ଟିର ଯାହା ପ୍ରଥମ ରୂପ ସେ ସମସ୍ତ କଳା। ଏହି କଳା ହି ତ ଅନନ୍ତ ଜୀବନ, ଅନ୍ତରର ପୂର୍ଣ୍ଣତା, ଗଭୀର ଜ୍ଞାନର ସୋପାନ ଏବଂ ପୂର୍ଣାନନ୍ଦ। ଏଣୁ ଗୁରୁ ଗୋବିନ୍ଦଙ୍କୁ ଏକ ଦୃଷ୍ଟି, ଏକ ଜ୍ଞାନ, ଏକ ଭାବନା, କାୟମନ ଏବଂ ବାକ୍ୟରେ ଏକତ୍ୱ ଭାବନା,ଏକ ବିଚାର, ଦୃଢ଼ତା, ଆତ୍ମବିଶ୍ବାସ, ନିର୍ଦ୍ଦେଶ ପାଳନ, ଗୁରୁମାର୍ଗୀ ହେବା ହିଁ ଗୋବିନ୍ଦଙ୍କ ଉପଲବ୍ଧି। ଗୁରୁଙ୍କଠାରେ ଗୋବିନ୍ଦ ଦର୍ଶନ ତ ପୂର୍ଣ୍ଣତା। ମନୁଷ୍ୟ ଜୀବନକୁ ଅନ୍ବେଷଣ,ନିରୀକ୍ଷଣ କରିବା ଯେତିକି ସହଜ ମନେହୁଏ ଅଦ୍ୟପି ଜଟିଳ ଅଟେ। କୌଣସି ମନ୍ତବ୍ୟ ଦେବା ପୂର୍ବରୁ ବାରମ୍ବାର ଚିନ୍ତା କରିବା। ଠିକ୍‌ ଓ ଉଚିତ ବୋଧ ହେଲେ ହିଁ ଲେଖିବା ଅବା କହିବା। ଏମିତି କିଛି କରିବା ନାହିଁ, ପରେ ପଶ୍ଚାତ୍ତାପ ଓ ଅନୁତାପ କରିବାକୁ ହେବ। ତାଙ୍କର କୁଶପୁତ୍ତଳିକା ଦାହଠାରୁ କେତେ ବିରୋଧର ସମ୍ମୁଖୀନ ହୁଅନ୍ତି। ପରେ ନିଜ ମନ୍ତବ୍ୟକୁ ଫେରେଇ ନିଅନ୍ତି। କେତେ ଲାଜର କଥା ଏ। ଆଜିକାଲି ତ ପାଦେ ପାଦେ ସତର୍କତା ସହ ଚାଲିବାକୁ ପଡୁଛି। ସୁଧୀଜନେ ଆମର ଦୃଷ୍ଟିରେ ସରଳତା, ସମାନତା ରହୁ। ଆମେ ଅଧିକ ଦୂରତ୍ୱରେ କଥାକୁ ଦେହକୁ ନ ନେଉ। ଆମେ ସେହି ଲୋକର ଅଜାଣତରେ ବେଶି ଘାଣ୍ଟି ଚକଟି ହେଉ। ଘରେ, ଦାଣ୍ଡରେ, ଚା ଖଟିରେ ବେଦମ ଚର୍ଚ୍ଚା କରୁ। ଅବଶ୍ୟ ନର୍ଦ୍ଦିଷ୍ଟ ବ୍ୟକ୍ତି ଆମଠାରୁ ବହୁଦୂରେ, ସେ କିଏ ଆମେ କିଏ ତଥାପି ଆମ ଦୃଷ୍ଟିରୁ ସେ ବାଦପଡେନି।
ଆମେ ତାଙ୍କ ବିଷୟରେ ହେଲା ନ ହେଲା କେତେ ଗପୁ। ନ ହେଲେ ଆମ ଖାଦ୍ୟ ହଜମ ହୁଏ ନାହିଁ। ଆମ ଦୃଷ୍ଟି ପିଚୁ ରାସ୍ତା ଉପରେ ପାଣିର ଭ୍ରମ ସୃଷ୍ଟି କଲାପରି। ଆମ ଦୃଷ୍ଟିରେ ଯେମିତି ଦୃଶ୍ୟ ହୁଏ, ମନରେ ଯେମିତି ଭାବନା ସୃଷ୍ଟି ହୁଏ। ପ୍ରକୃତରେ ଏ ମଣିଷ, ସମାଜ, ଦେଶ ସେମିତି କ’ଣ ହୋଇଥାଏ ? ବିଶ୍ବାସର ଆଖି ଅନେକ ସମୟରେ ଧୋକା ଖାଏ। ସମର୍ପଣ ଭାବନାରେ ସଞ୍ଚରି ଯାଏ କୋହ ଓ ମୋହ। ସେତେବେଳେ ସ୍ବପ୍ନ ଦୃଷ୍ଟିରେ ବାସ୍ତବତା ଆଖି ଖୋଲିଦିଏ। କରୁଣାସିନ୍ଧୁଙ୍କ କରୁଣା ଦୃଷ୍ଟିରେ କାହା ଅମାର ଭରିଯାଏ। ତାଙ୍କ କୃପା ଦୃଷ୍ଟିରେ ମୋହାଚ୍ଛନ୍ନ ଜୀବନ ଉନ୍ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ତ ବକ୍ରଦୃଷ୍ଟିରେ ନିମିଷ ମାତ୍ରକେ ଭୁଶୁଡି ଯାଏ ଐଶ୍ୱର୍ଯ୍ୟର ସାମ୍ରାଜ୍ୟ। ନିଜର ଦୃଷ୍ଟିକୁ ଲୋଲୁପ, ହିଂସ୍ର, ଅସହ୍ୟ କଲେ ସୃଷ୍ଟି ଅଳିକ, ତୁଚ୍ଛ, ବିତୃଷ୍ଣ ମନେହେବ। ଦୃଷ୍ଟିକୁ କମନୀୟ, ନମନୀୟ କରିବା ସହିତ ଦୃଷ୍ଟିଭଙ୍ଗୀରେ ସୁନ୍ଦରତା, ବିଶାଳତାକୁ ଦର୍ଶନ କରି ତୃପ୍ତ ଅନୁଭବ କରିବା ତେବେ ଯାଇ ସାରା ସୃଷ୍ଟି ନିଜର ନିଜର ଲାଗିବ। ସୃଷ୍ଟି ଓ ସ୍ରଷ୍ଟାର ମହନୀୟତା ଅନୁଭବ କରିହେବ।
ଅଧ୍ୟାପକ, ଗଡ଼ରାମାଳ, କୋକସରା, କଳାହାଣ୍ଡି
ମୋ-୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଚୋରି

ପାଣିର ଅନ୍ୟ ନାମ ଜଳ। ଜଳ ବିନା ବଞ୍ଚିବା ଅସମ୍ଭବ। ପୃଥିବୀରେ ୩ ଭାଗ ଜଳ ଥିବାବେଳେ ୧ ଭାଗ ସ୍ଥଳ ରହିଛି। ତେବେ ଅନେକ...

ନାଁ ବଦଳେଇବାର ଖେଳ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ସାର୍‌ ଥରେ କଳାପଟାରେ ଦୁଇଟା ସମାନ ଲମ୍ବର ଗାର ଟାଣି ପଚାରିଲେ, କୌଣସି ବି ଗାରକୁ ନ ଲିଭେଇ...

ଅଭିନବତ୍ୱ ଲାଭଦାୟକ

ସାରା ବିଶ୍ୱରେ ମହିଳାମାନେ ବାର୍ଷିକ ପ୍ରାୟ ୩୨ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ପରିଚାଳନା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସେମାନେ ଇଚ୍ଛାନୁମୋଦିତ ଖର୍ଚ୍ଚର...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri