ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ ପସନ୍ଦ କରନ୍ତି। ଆଫ୍ରିକାରେ ଲୋକଙ୍କ ପସନ୍ଦ ହେଉଛି ମୋଟାଝିଆ । ଏଠାରେ କେତେକ ପତଳା ଝିଅ ବାହା ହୋଇ ନ ପାରି ରହିବାର ଦେଖାଯାଇଥାଏ। ମୋଟା ମହିଳା ଏବଂ ଯୁବତୀଙ୍କୁ ଏଠାରେ ସୁନ୍ଦରତାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ଝିଅ ମୋଟା ହେଲେ ବିବାହରେ କୌଣସି ଅସୁବିଧା ନାହିଁ ବୋଲି ଲୋକଙ୍କର ବିଶ୍ୱାସ ଥାଏ । ଲେବ୍‌ଲୋହ ନାମକ ପରମ୍ପରା ଅନୁସାରେ ଝିଅକୁ ୫ ବର୍ଷ ହୋଇଗଲେ ତାକୁ ମୋଟା ହେବା ପାଇଁ ଟ୍ରେନିଂ ସେଣ୍ଟରକୁ ପଠାଯାଇଥାଏ। ଏସବୁ ସେଣ୍ଟରରେ ଝିଅମାନେ ନିଜ ଓଜନ ବଢାଇବାର ଟ୍ରେନିଂ ନିଅନ୍ତି। ସେଠାରେ ସେମାନଙ୍କୁ ଜବରଦସ୍ତି ଅଧିକ ଖାଇବାକୁ ଦିଆଯାଏ। ଖାଇ ଖାଇ ଝିଅଟି ବାନ୍ତିକରୁ କିମ୍ବା ଅସୁସ୍ଥ ହେଉ ସେଥିପ୍ରତି ଦୃଷ୍ଟି ଦିଆଯାଏ ନାହିଁ। ଝିଅକୁ ମୋଟା କରିବା ଲାଗି ଟ୍ରେନିଂ ସେଣ୍ଟରରେ ନାନା ପ୍ରକାର ଉପାୟ କରାଯାଇଥାଏ। ମୋଟା ଝିଅକୁ ବାହାହେବା ପାଇଁ ଏଠାରେ ବରଘର ପକ୍ଷରୁ ଅଧିକ ଟଙ୍କା କନ୍ୟା ଘରକୁ ଦିଆଯାଇଥାଏ। ମୋଟା ଝିଅ ଶାଶୁଘର ପାଇଁ ସୌଭାଗ୍ୟ ଆଣିଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୭।୨: ପାକିସ୍ତାନର ସରାକୋଟ ସହର ନିକଟରେ ସେନାର ପ୍ରଶିକ୍ଷଣ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା...

‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’

ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ...

ଝିଅ ବାହାଘର ହେଉଛି ୫୧ ଟଙ୍କାରେ

ରାଞ୍ଚି: ହଜାର କି ଶହେ ନୁହେଁ ୫୧ ଟଙ୍କାରେ ଝିଅ ବାହାଘର ହେଉଛି ରାଞ୍ଚିର ପାହାଡି ମନ୍ଦିରରେ। ଏହି ମନ୍ଦିରରେ ପୂଜା କରିବା ବ୍ୟୟବହୁଳ ହୋଇଥିତ୍ବାବେଳେ...

‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ...

କରୋନାର ମୃତ୍ୟୁ ତାଣ୍ଡବ: ଘଣ୍ଟାଏରେ ନେଉଛି ୨୪୭ ଜଣଙ୍କ ଜୀବନ

ଓ୍ବାଶିଂଟନ, ୫।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାର ମୃତ୍ୟୁ ତାଣ୍ଡବ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ...

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

ଚାଇନା ଲଞ୍ଚ୍‌ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା

ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା...

ମଣିଷ ହାତରୁ ଫୋନ୍‌ ଛଡ଼ାଇ ଏମିତି ଚଳାଇଲା ଶିମ୍ପାଞ୍ଜି; ଭିଡିଓ ଦେଖିଲେ କହିବେ…

ମଣିଷମାନଙ୍କ ସହ ଆଜିକାଲି ପଶୁମାନେ ମଧ୍ୟ ହାଇଟେକ୍‌ ହୋଇଯାଉଛନ୍ତି। ସେହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ସେଥିରୁ କିଛି ଦେଖି ଚକିତ କରିଥାଏ।...

Advertisement
Archives

Model This Week