ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ସାପକୁ ବେଶ୍‌ ଆନନ୍ଦର ସହ ଖୋଜି ନିଜ ସାଙ୍ଗରେ ମନ୍ଦିରକୁ ନେଇଥାନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ମ୍ୟାନ୍‌ମାରର ୟାଙ୍ଗୁନ୍‌ ସହରରେ। ଉକ୍ତ ସହର ନିକଟରେ ଏକ ବିଶାଳ ହ୍ରଦ ରହିଛି। ସେଠାରେ ବହୁ ପ୍ରାଚୀନ କାଳରୁ ଏକ ବୌଦ୍ଧ ମନ୍ଦିର ଅବସ୍ଥିତ। ମନ୍ଦିରର ମୁଖ୍ୟ ଘରେ ଭଗବାନ ବୁଦ୍ଧଙ୍କ ପ୍ରତିମା ପାଖରେ ଏକ ଗଛ ରହିଛି। ଏହି ଗଛର ଶାଖାଗୁଡ଼ିକରେ ସାପ ଝୁଲୁଥିବାର ଦେଖିବାକୁ ମିଳେ। ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସି ସାପକୁ ଦେଖି ମୁଣ୍ଡିଆ ମାରିବା ସହ ନିଜର ମନବାଞ୍ଛା ପୂରଣ ପାଇଁ କାମନା କରିଥାନ୍ତି। ଆଉ ନିଜ ସାଙ୍ଗରେ ପୂଜାଥାଳି ପରିବର୍ତ୍ତେ ସାଙ୍ଗରେ ସାପ ଆଣିଥାନ୍ତି। ସାପ ବି ଏମିତି ସେମିତି ନୁହେଁ ବିଷଧର ନଚେତ୍‌ ଅଜଗର। ଏଠାରେ ବିଶ୍ୱାସ ରହିଛି ଯେ, ମନ୍ଦିରରେ ସାପ ଛାଡିବା ଦ୍ୱାରା ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ। ତେଣୁ ଏହି ମନ୍ଦିରର ନାମ ସ୍ନେକ୍‌ ଟେମ୍ପୁଲ ବୋଲି ରଖାଯାଇଛି। ତେବେ ମନ୍ଦିରରେ ଏକ ସର୍ତ୍ତ ରହିଛି। ଜଣେ ବ୍ୟକ୍ତି କେବଳ ଗୋଟିଏ ଇଚ୍ଛା ପାଇଁ ଭଗବାନଙ୍କୁ ମିନତି କରିପାରିବ। ଏକରୁ ଊର୍ଦ୍ଧ୍ୱ ଇଚ୍ଛା ପ୍ରକାଶ କଲେ ଏହାକୁ ଲୋଭୀ ବୋଲି ମନେକରାଯାଏ। କୁହାଯାଏ, ଏହି ମନ୍ଦିର ଭିତରେ ଯେଉଁ ଗଛ ରହିଛି ଏକଦା ବୁଦ୍ଧଦେବ ସେଠାରେ ଧ୍ୟାନ କରୁଥିଲେ। ସେହି ସମୟରେ ବର୍ଷା ହୋଇଥିଲା। ତାଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ନାଗ ନିଜର ଫଣା ଟେକି ଠିଆ ହୋଇଯାଇଥିଲା। ସେହିଦିନ ଠାରୁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ, ଏଠାରେ ସାପକୁ ଛାଡିଲେ ମନସ୍କାମନା ପୂରଣ ହେବା ସହ ପୁଣ୍ୟ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri