ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ସାପକୁ ବେଶ୍‌ ଆନନ୍ଦର ସହ ଖୋଜି ନିଜ ସାଙ୍ଗରେ ମନ୍ଦିରକୁ ନେଇଥାନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ମ୍ୟାନ୍‌ମାରର ୟାଙ୍ଗୁନ୍‌ ସହରରେ। ଉକ୍ତ ସହର ନିକଟରେ ଏକ ବିଶାଳ ହ୍ରଦ ରହିଛି। ସେଠାରେ ବହୁ ପ୍ରାଚୀନ କାଳରୁ ଏକ ବୌଦ୍ଧ ମନ୍ଦିର ଅବସ୍ଥିତ। ମନ୍ଦିରର ମୁଖ୍ୟ ଘରେ ଭଗବାନ ବୁଦ୍ଧଙ୍କ ପ୍ରତିମା ପାଖରେ ଏକ ଗଛ ରହିଛି। ଏହି ଗଛର ଶାଖାଗୁଡ଼ିକରେ ସାପ ଝୁଲୁଥିବାର ଦେଖିବାକୁ ମିଳେ। ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସି ସାପକୁ ଦେଖି ମୁଣ୍ଡିଆ ମାରିବା ସହ ନିଜର ମନବାଞ୍ଛା ପୂରଣ ପାଇଁ କାମନା କରିଥାନ୍ତି। ଆଉ ନିଜ ସାଙ୍ଗରେ ପୂଜାଥାଳି ପରିବର୍ତ୍ତେ ସାଙ୍ଗରେ ସାପ ଆଣିଥାନ୍ତି। ସାପ ବି ଏମିତି ସେମିତି ନୁହେଁ ବିଷଧର ନଚେତ୍‌ ଅଜଗର। ଏଠାରେ ବିଶ୍ୱାସ ରହିଛି ଯେ, ମନ୍ଦିରରେ ସାପ ଛାଡିବା ଦ୍ୱାରା ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ। ତେଣୁ ଏହି ମନ୍ଦିରର ନାମ ସ୍ନେକ୍‌ ଟେମ୍ପୁଲ ବୋଲି ରଖାଯାଇଛି। ତେବେ ମନ୍ଦିରରେ ଏକ ସର୍ତ୍ତ ରହିଛି। ଜଣେ ବ୍ୟକ୍ତି କେବଳ ଗୋଟିଏ ଇଚ୍ଛା ପାଇଁ ଭଗବାନଙ୍କୁ ମିନତି କରିପାରିବ। ଏକରୁ ଊର୍ଦ୍ଧ୍ୱ ଇଚ୍ଛା ପ୍ରକାଶ କଲେ ଏହାକୁ ଲୋଭୀ ବୋଲି ମନେକରାଯାଏ। କୁହାଯାଏ, ଏହି ମନ୍ଦିର ଭିତରେ ଯେଉଁ ଗଛ ରହିଛି ଏକଦା ବୁଦ୍ଧଦେବ ସେଠାରେ ଧ୍ୟାନ କରୁଥିଲେ। ସେହି ସମୟରେ ବର୍ଷା ହୋଇଥିଲା। ତାଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ନାଗ ନିଜର ଫଣା ଟେକି ଠିଆ ହୋଇଯାଇଥିଲା। ସେହିଦିନ ଠାରୁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ, ଏଠାରେ ସାପକୁ ଛାଡିଲେ ମନସ୍କାମନା ପୂରଣ ହେବା ସହ ପୁଣ୍ୟ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଲିଜାବେଥ୍‌ଙ୍କ ପରେ ମାର୍ଗାରେଟ୍‌

କୋପେନ୍‌ହାଗେନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରଲୋକ ପରେ ଏବେ ଡେନ୍‌ମାର୍କର କୁଇନ୍‌ ମାର୍ଗାରେଟ୍‌ ଦ୍ୱିତୀୟ ୟୁରୋପର ସର୍ବାଧିକ କାଳ ଶାସନରେ ଥିବା ମହାରାଣୀ ହୋଇଛନ୍ତି। ବାପା...

ସାଥୀର ଜୀବନ ବଞ୍ଚାଇବା ପାଇଁ କୁକୁର କଲା ରକ୍ତଦାନ…

ମୁରାଦାବାଦ,୧୯।୭: ମଣିଷଙ୍କ ମଧ୍ୟରେ ଜଣେ ଅନ୍ୟଙ୍କୁ ରକ୍ତଦାନ କରିବା ଏକ ସାଧାରଣ ଘଟଣା। ତେବେ ଗୋଟିଏ କୁକୁର ନିଜ ସାଥୀ କୁକୁରର ଜୀବନ ବଞ୍ଚାଇବା ପାଇଁ...

ଆଣବିକ ଶକ୍ତି ନେଇ ଆମେରିକାର ବଡ ପଦକ୍ଷେପ, ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ଘୋଷଣା…

ଓ୍ବାଶିଂଟନ,୧।୬ : ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଏହା ଅନ୍ତର୍ଗତ ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ...

ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା...

କୋପ୍‌ ୨୭କୁ ଗ୍ରେଟାଙ୍କ ବର୍ଜନ

ଷ୍ଟକ୍‌ହୋମ୍‌,୪ା୧୧:କ୍ଷମତାରେ ଥିବା ଲୋକେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟର ସମାଧାନକୁ ପ୍ରାଥମିକତା ଦେଉନାହାନ୍ତି। ତେଣୁ ଇଜିପ୍ଟରେ ହେବାକୁ ଥିବା କୋପ୍‌ ୨୭ରେ ଯୋଗଦେବେ ନାହିଁ ବୋଲି ସୁଇଡେନ୍‌ର...

୭୮ ବର୍ଷ ବୟସରେ ଶକ୍ତି ପ୍ରଦର୍ଶନ କଲେ ବୃଦ୍ଧା, ଯୁବକ ବି ପଡ଼ିଯିବେ ପଛରେ

କେବଳ ମଣିଷ ଯେ ଯୁବାବସ୍ଥାରେ ଅନେକ କାମ କରିପାରେ ବାର୍ଦ୍ଧକ୍ୟରେ ପାରେନା ତାହା ଭୁଲ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୭୮ ବର୍ଷୀୟା ବୃଦ୍ଧା।...

ଖୁବ୍‌ଶୀଘ୍ର ପାକିସ୍ତାନକୁ କବ୍‌ଜା କରିବାକୁ ଘୋଷଣା କଲା ଆତଙ୍କବାଦୀ ସଂଗଠନ ଟିଟିପି

ଇସଲାମାବାଦ୍‌,୩୧।୧: ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ନିକଟରେ ଏକ ଅଡିଓ ରିଲିଜ କରିଛି। ଏହି ଅଡିଓ ବାର୍ତ୍ତାରେ ତେହେରିକ-ଇ-ତାଲିବାନର ଜଣେ ପ୍ରମୁଖ ନେତା ଶେଖ ଅବଦୁଲ୍ଲା...

ଶ୍ରୀଲଙ୍କାକୁ ୧୬ କୋଟି ଡଲାର ସହାୟତା ଦେଲା ବିଶ୍ୱ ବ୍ୟାଙ୍କ୍‌

କଲମ୍ବୋ,୧୮।୫:ଶ୍ରୀଲଙ୍କାରେ ଏବେ ଘୋର ଆର୍ଥତ୍କ ସଙ୍କଟ ଦେଖାଦେଇଛି। ଦେଶକୁ ଏହି ସମୟରେ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ୱିକେରେସିଂଘେ ବୁଧବାର...

Advertisement
Archives

Model This Week