ଯେଉଁଠି ଗଛର ଗଣ୍ଡିରେ ରଖି ଶିଶୁଙ୍କ ମୃତଦେହକୁ ସଂସ୍କାର କରାଯାଏ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ ମଧ୍ୟ ସେ ସବୁ ପରମ୍ପରା ସତ ହୋଇଥାଏ। ଇଣ୍ଡୋନେସିଆରେ ଥିବା ଏମିତି ଏକ ପରମ୍ପରା ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ସତ ହେଲେ ସେଠାକାର ଏହି ପରମ୍ପରା ବହୁ ଦଶନ୍ଧି ଧରି ଚଳି ଆସୁଛି। ଏଠାରେ କେହି ଶିଶୁଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଏକ ଜୀବନ୍ତ ଗଛର ଗଣ୍ଡିରେ ସମାଧି ଦିଆଯାଇଥାଏ। ଶିଶୁଟିର ମୃତ୍ୟୁ ପରେ ତାକୁ ଏକ କପଡା ଦ୍ୱାରା ଢାଙ୍କି ଦିଆଯାଏ। ଏହାପରେ ଉକ୍ତ ମୃତଦେହକୁ ତାଳ ପତ୍ରକାଠରେ ତିଆରି ଏକ ଛାଞ୍ଚରେ ରଖି ଗଛ ଗଣ୍ଡିରେ କଣା କରି ସମାଧି ଦିଆଯାଇଥାଏ। ଏପରି କରିବା ଦ୍ୱାରା ଶିଶୁଟିର ଆତ୍ମା ଶାନ୍ତି ପାଇଥାଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ତେବେ ଦୁଧଦାନ୍ତ ଉଠିବା ପୂର୍ବରୁ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଥାଏ କେବଳ ସେହି ଶିଶୁଙ୍କୁ ଏପରି ଭାବେ ସଂସ୍କାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ମଧ୍ୟରେ ୪୦ରୁ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା...

ପୁଣି ମାଡ଼ିଆସୁଛି ବିପଦ: ଭାରତରେ ମିଳିବନି ଦୁଇବେଳା ଦୁଇମୁଠା

ଜେନେଭା, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାପଛକୁ ପୁଣି ଏକ ନୂଆ ବିପଦ ପୃଥିବୀ ଉପରେ ମାଡ଼ିଆସିବ ବୋଲି ବିଶ୍ୱ ପାଣିପାଗ...

ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ସୋମବାର

କାଠମାଣ୍ଡୁ,୫ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶାସକ ଦଳ ଏନ୍‌ସିପିର ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ...

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି...

ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା...

ନେପାଳ ପ୍ରଧାନମନ୍ତ୍ରୀ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କାଠମାଣ୍ଡୁ,୨୭।୩: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଅଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ୬୯ ବର୍ଷୀୟ ଅଲୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯିବା...

ମହିଳାମାନେ ଟପ୍‌ଲେସ୍‌ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !

ପ୍ୟାରିସ୍‌, ୨୭।୮: ଫ୍ରାନ୍ସ୍‌ରେ ସମୁଦ୍ର କୂଳରେ ଟପ୍‌ ଲେସ୍‌ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ...

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ

କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ...

Advertisement
Archives

Model This Week