ଯୁବ ପିଢିିଙ୍କୁ ଦିଅନ୍ତି ପରିବତ୍ତର୍ର୍ନର ବାର୍ତ୍ତା : ନୃତ୍ୟ ଓ ଅଭିନୟ କଳାରେ ପ୍ରବୀଣ ଗୁରୁ ଦାସ

 

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-ଦୀର୍ଘ ୨୦ ବର୍ଷର କଳା ସାଧନା ଭିତରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ବଢିଛନ୍ତି । ଜଣେ କଳାକାର ହେବା ଲାଗି ପିଲା ଦିନୁ ଦେଖିଥିଲେ ସ୍ବପ୍ନ । ଏହାକୁ ସାକାର ରୂପ ଦେବାଲାଗି ନିରନ୍ତର ସାଧନା କରି ଜଣେ ଓଡିଶୀ ନୃତ୍ୟଗୁରୁ ଭାବେ ହାସଲ କରିଛନ୍ତି ପରିଚୟ। କେବଳ ନୃତ୍ୟ ନୁହେଁ ଅଭିନୟ କଳାରେ ବି ସେ ବେଶ୍‌ ମାହିର। ବିଭିନ୍ନ ଓଡିଆ ଧାରାବାହିକ ପରେ ଏବେ ପ୍ରଥମ କରି ‘ହେ ବନ୍ଧୁ ବିଦାୟ’ ଓଡିଆ ଚଳଚ୍ଚିିତ୍ରରେ ଖଳ ନାୟକ ଭୂମିକାରେ ଅଭିନୟର ସୁଯୋଗ ପାଇଛନ୍ତି। ଉଭୟ ନୃତ୍ୟ ଓ ଅଭିନୟ କଳାରେ ପରିବର୍ତ୍ତନର ବାର୍ତ୍ତା ଦେଇଥାନ୍ତି ବୋଲି କହିଛନ୍ତି ସେ ।
କଳା ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଶିଳ୍ପୀ ହେଲେ ଗୁରୁ ଦାସ। କେନ୍ଦୁଝର ଡି.ଏନ୍‌ ହାଇସ୍କୁଲରୁ ମାଟ୍ରିକ ପରେ ଡି.ଡି.କଲେଜରୁ ସ୍ନାତକ ହାସଲ କରିଥିଲେ। ପରେ ଉତ୍କଳ ସଙ୍ଗୀତ ନାଟକ ବିଦ୍ୟାଳୟରେ କଳା ଅଧ୍ୟୟନ ସହ ଚଣ୍ଡିଗଡ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର ଓ ଅଭିନୟରେ ତାଲିମ ନେଇଥିଲେ। ଏହାପରେ କଳାକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ସେ ଏହି ଜଗତରେ ପାଦ ଦେଇଥିଲେ ା ସେ କହନ୍ତି, କଳାକାରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। କଠିନ ପରିଶ୍ରମ, ସାଧନା ଓ ଗୁରୁଭକ୍ତି ଜଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥାଏ।
ଉପାନ୍ତ, ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ କଳାର ପ୍ରଚାର ପ୍ରସାର ଲାଗି ପ୍ରାୟ ଏକ ଦଶନ୍ଧି ହେବ ସଂଗୀତ, ନୃତ୍ୟ ଓ ଅଭିନୟ ବିଦ୍ୟାଳୟ ଖୋଲି ଅନେକ ଯୁବ ପ୍ରତିଭାଙ୍କୁ ତାଲିମ ଦେଇଛନ୍ତି। ଆଗକୁ ନୂତନ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ସେ କାର୍ଯ୍ୟ କରୁଛନ୍ତି। ନିଜେ ପ୍ରଥମେ ମଞ୍ଚ ଶୋ’ରେ ଆରମ୍ଭ କରିଥିଲେ ଅଭିନୟ ଜୀବନ। ପରେ ବିଭିନ୍ନ ଟିଭି ଚ୍ୟାନେଲରେ ରାନି, ଦୁର୍ଗା, ତୋ ଅଗଣାର ତୁଳସୀ, ରହିଛି ରହିବି ତୋ ପାଇଁ ଆଦି ଧାରାବାହିକରେ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ରେଡିଓରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ପରିବେଷଣ କରିଥିଲେ ସେ। କେନ୍ଦୁଝର ଜିଲାରେ ନାଟ୍ୟକଳା ଓ ସଂସ୍କୃତିକୁ ଆଗକୁ ନେବା ଲାଗି ସେ ଏକ ଚିତ୍ରାଳୟ ଖୋଲି ବିଭିନ୍ନ ସଂସ୍ଥାକୁ ନାଟ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ତାଙ୍କ ବାପା ସ୍ବର୍ଗତ ଶାରଦା ଦାସ ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ମା’ ଶାନ୍ତିପ୍ରିୟା ମହାନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ସମ୍ପ୍ରତି ଗୁରୁ ଦାସ ନିଜ ମା’ ଓ ଝିଅ ଶ୍ୱେତାଙ୍କ ସହିତ ପୁରୁଣା କେନ୍ଦୁଝର ସହରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri