ଯୁବସମାଜ ଓ ସାମାଜିକ ଗଣମାଧ୍ୟମ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଯୁବସମାଜ ସର୍ବଦା ପରିବର୍ତ୍ତନ ଏବଂ ନୂତନତାକୁ ଆପଣେଇ ନେବାରେ ସିଦ୍ଧହସ୍ତ। ବିଗତ ଦୁଇ ଦଶନ୍ଧି ଧରି ଏଭଳି ଏକ ନୂତନତା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ପ୍ରବେଶ କରିଯାଇଛି, ଯାହାକୁ ବ୍ୟବହାର ନ କରି ଆମ ଯୁବସମାଜ ଦିନେ କ’ଣ ମୁହୂର୍ତ୍ତେ ମଧ୍ୟ ରହିପାରିବ ନାହିଁ। ହଁ, ସେ ହେଉଛି ‘ସୋସିଆଲ ମିଡିଆ’ ( ସାମାଜିକ ଗଣମାଧ୍ୟମ)। ଏହା ଆମ ଯୁବପିଢ଼ିଙ୍କୁ ବହୁତ ପ୍ରଭାବିତ କରିଛି। ସବୁ ଜିନିଷ ଭଳି ସୋସିଆଲ ମିଡିଆର ମଧ୍ୟ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ରହିଛି। ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏହାର ମାତ୍ରାଧିକ ବ୍ୟବହାର ଶାରୀରିକ, ମାନସିକ ଭାବରେ କ୍ଷତି ପହଞ୍ଚାଉଛି ଜାଣି ସୁଦ୍ଧା ଏହାକୁ ଦୂରେଇଦେବା ସେମାନଙ୍କ ପକ୍ଷରେ ଅସମ୍ଭବ l
ତେବେ ସୋସିଆଲ ମିଡିଆର ସଦ୍‌ବ୍ୟବହାର ହେଉଥିବା କିଛି ବିଷୟବସ୍ତୁ ଉପରେ ଆଲୋକପାତ କରାଯାଉ। ଏହା ବର୍ତ୍ତମାନର ଯୁବବର୍ଗଙ୍କୁ ଦେଶବିଦେଶରେ ଘଟିଯାଉଥିବା ଘଟଣା ସହିତ ପରିଚିତ କରାଏ। ଭୌତିକ ଭାବରେ ସବୁ ସ୍ଥାନରେ ଉପସ୍ଥିତ ନ ହୋଇ ମଧ୍ୟ ସେମାନେ ଅନେକ ଲୋକଙ୍କ ସହିତ ମିଶିପାରୁଛନ୍ତି ଏବଂ ଆଧୁନିକତା ସହିତ ତାଳ ମିଳେଇ ଚାଲିପାରୁଛନ୍ତି। ମାତ୍ର ଗୋଟିଏ ବଟନ ସାହାଯ୍ୟରେ ପୃଥିବୀର କୋଣ ଅନୁକୋଣରେ ଥିବା ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ସମ୍ଭବ ହେଉଛି। ଲକ୍ଷ ଲକ୍ଷ କିଲୋମିଟର ଦୂରତା ଉପରେ ସେତୁଭଳି କାମକରି ଏହା ଦ୍ୱାରା ପରସ୍ପର ସମ୍ପର୍କକୁ ଶକ୍ତିଶାଳୀ ଏବଂ ଅତୁଟ ରଖାଯାଇପାରିଛି। ଅଧିକରୁ ଅଧିକ ନିଯୁକ୍ତିର ସୁଯୋଗ ଓ ସୁବିଧା ଫଳରେ ଯୁବସମାଜ ମଧ୍ୟରେ ବେକାରି ସମସ୍ୟା ଦୂରୀଭୂତ ହୋଇପାରୁଛି। ନିଜକୁ ପ୍ରକାଶ କରିବାର ସବୁଠାରୁ ବଳିଷ୍ଠ ମାଧ୍ୟମ ହେଉଛି ସୋସିଆଲ ମିଡିଆ। ଏହା ସହିତ ବ୍ୟବସାୟ, ବିଜ୍ଞାପନ, କିଣାବିକାରେ ସୁବିଧା ଏବଂ ରୋଜଗାର ପାଇଁ ମଧ୍ୟ ଏହା ସୁଯୋଗ ଯୋଗାଇ ଦେଉଛି। ଆଗେ ଖବର ଜାଣିବା ପାଇଁ ଲୋକେ ଖବରକାଗଜ ପଢୁଥିଲେ, କିନ୍ତୁ ଏବେ ଏହା ସହଜରେ ସୋସିଆଲ ମିଡିଆରେ ମିଳିଯାଉଛି। ଅଳ୍ପ ସମୟ ଭିତରେ ବହୁତ ଖବର ପାଇପାରୁଥିବାରୁ ପୃଥିବୀର ୫o% ଲୋକ ସୋସିଆଲ ମିଡିଆରୁ ହିଁ ଖବର ପଢ଼ିଥାନ୍ତି।
ଏବେ ସୋସିଆଲ ମିଡିଆର ଆପତ୍ତିଜନକ ଦିଗ ବିଷୟରେ ଉଲ୍ଲେଖ କରାଯାଉ। ଦୁନିଆଯାକର ଲୋକଙ୍କ ସହିତ ଅତି ସହଜରେ ଯୋଡ଼ି ଦେଉଥିବା ସୋସିଆଲ ମିଡିଆ ବ୍ୟକ୍ତିକୁ ନିଜ ଘରଲୋକଙ୍କଠାରୁ ଦୂରେଇଦେଉଛି। ଆମ ଯୁବସମାଜ ଖାଲି ପରିବାର ନୁହେଁ ପାଠ, ଖେଳକୁଦ ଆଦି ପ୍ରତି ଅମନଯୋଗୀ ହେଉଛନ୍ତି। ଧୀରେ ଧୀରେ ଏହାର ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆବେଗାତ୍ମକ କୁପ୍ରଭାବ ଯୁବପିଢ଼ିଙ୍କୁ ବିଷାଦ, ବ୍ୟଗ୍ରତା ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟକୁ ଠେଲିଦେଉଛି। ଫେସ୍‌ବୁକ, ଟୁଇଟର, ହ୍ବାଟ୍ସଆପରେ ସଂକ୍ଷେପରେ ଲେଖି ଲେଖି ପିଲାମାନେ ଭାଷାଗତ ଏବଂ ବନାନଗତ ତ୍ରୁଟି କରୁଛନ୍ତି। ନିଜ ସୁବିଧା ଓ କୌତୁକ ପାଇଁ ଗୁଡ଼ାଏ ଇମୋଜି ଓ ଚିହ୍ନର ବ୍ୟବହାର ଦ୍ୱାରା ଭାଷାର ପ୍ରକୃତ ବ୍ୟବହାର ନ ହୋଇ ଅନେକ ଅପଶବ୍ଦ ଦ୍ୱାରା ଭାଷା କଳୁଷିତ ହେଉଛି।
୧୮ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଅନ୍‌ଲାଇନ ପ୍ରେମ ସମ୍ପର୍କ ରଖି ନାନା ଅସଦାଚରଣର ଶିକାର ହେଉଛନ୍ତି। ଏହା ବ୍ୟତୀତ ସାଇବର କ୍ରାଇମ୍‌ ମଧ୍ୟ ଏହାର ଏକ ବଡ଼ ବିପଜ୍ଜନକ ପାର୍ଶ୍ୱ। ବ୍ୟକ୍ତିଗତ ଦସ୍ତାବିଜ ଚୋରି, ଆକାଉଣ୍ଟରୁ ଟଙ୍କା ଚୋରି, ନକଲି ପରିଚୟ ସହିତ ଯୌନଶୋଷଣ ଶିକାର ହୋଇ ହଇରାଣ ହେବାର ବି ଅନେକ ନଜିର ରହିଛି। ଅନୁଧାବକମାନେ ଭଲ ଅପେକ୍ଷା ଯୁଦ୍ଧ, ଶତ୍ରୁତା ଏବଂ ହିଂସାତ୍ମକ ଖବରକୁ ବେଶି ପ୍ରୋତ୍ସାହନ ଦେଇ ଆଦୃତି ଦେଉଛନ୍ତି, ଯାହା ଯୁବଗୋଷ୍ଠୀଙ୍କୁ ମାନସିକ ସ୍ତରରେ ବିକୃତ କରିପାରେ।
ତେଣୁ ପ୍ରତି ଯୁବତୀଯୁବକ ସୋସିଆଲ ମିଡିଆର ସଦ୍‌ଗୁଣ ଓ ବଦ୍‌ଗୁଣ ଉପରେ ବିଚାର କରି ତା’ର ବହୁଳ ବ୍ୟବହାରକୁ ରୋକି ଯେତିକି ଆବଶ୍ୟକ ସେତିକି ହିଁ ବ୍ୟବହାର କରିବାର ସମୟ ଆସିଯାଇଛି। ସେହି ସମୟକୁ ନଷ୍ଟ ନ କରି ଅନ୍ୟ କିଛି ଲାଭଜନକ ବ୍ୟବସାୟ, ଅଧ୍ୟୟନ କିମ୍ବା ଉଚ୍ଚଶିକ୍ଷା ପାଇଁ ବ୍ୟବହାର କରାଯାଇପାରିବ। ପିତାମାତାଙ୍କୁ ଅନୁରୋଧ ସେମାନଙ୍କୁ ଉଚିତ ପରାମର୍ଶ ଏବଂ ଠିକ୍‌ ମାର୍ଗଦର୍ଶନ କରିବାର ଦାୟିତ୍ୱ ନେବେ। ସାମ୍ପ୍ରତିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନଜର ଦେଇ ଅଦରକାରୀ, ନକାରାତ୍ମକ ଦିଗକୁ ଅଣଦେଖା କରିବା ପାଇଁ ସତର୍କ କରିବେ। ଆମ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସୋସିଆଲ ମିଡିଆର ଠିକ୍‌ ବ୍ୟବହାର ଏବଂ ସଂଶୋଧିତ ତଥ୍ୟକୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କଲେ ଯୁବସମାଜ ଅଧିକ ସଜାଗ ହୋଇ ଏହାର ବ୍ୟବହାର କରିବେ ଏବଂ ଶୃଙ୍ଖଳିତ ଜୀବନ ବଞ୍ଚିପାରିବେ ବୋଲି ଆଶା କରାଯାଏ।
ମୋ:୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri